ସେପ୍ଟେମ୍ବର ୨୮ରେ ଓଡ଼ିଶାରେ ହେବ ଦ୍ୱିତୀୟ ମେଡିଏସନ୍ କନଫରେନ୍ସ, ଯୋଗ ଦେଇପାରନ୍ତି ରାଷ୍ଟ୍ରପତି

Published By : Prameya-News7 Bureau | August 22, 2025 IST

ଭୁବନେଶ୍ବର ୨୨।୮: ଆସନ୍ତା ମାସ ୨୮ ତାରିଖରେ ଦ୍ୱିତୀୟ ମେଡିଏସନ କନଫରେନ୍ସ ଓଡ଼ିଶାରେ ହେବାକୁ ଯାଉଛି । ଯୋଗ ଦେଇପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ୨୦୨୩ରେ କେନ୍ଦ୍ର ସରକାରଙ୍କ ଏକ ଯୁଗନ୍ତକାରୀ ଆଇନ ଆଣିଥିଲେ । ପୂର୍ବ ବର୍ଷ ମେଡିଏସନ କନଫରେନ୍ସ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ଏହାକୁ ମହାମହିମ ରାଷ୍ଟ୍ରପତି ଉଦଘାଟନ କରିଥିଲେ । ଏହାସହ ସୁପ୍ରିମକୋର୍ଟ ଚିଫ୍ ଜଷ୍ଟିସଙ୍କ ସହ ସମସ୍ତ ରାଜ୍ୟର ଆଡଭୋକେଟ୍ ଜେନେରାଲ ମାନେ ଉପସ୍ଥିତ ଥିଲେ । ଆଇନ ପ୍ରଣୟନ ସହ ସମ୍ପର୍କ ଥିବା ରାଜ୍ୟର ପ୍ରମୁଖ ଲୋକଙ୍କ ସହ କନଫରେନ୍ସ ଦିଲ୍ଲୀରେ ହୋଇଥିଲା । 

ଦ୍ୱିତୀୟ ମେଡିଏସନ କନଫରେନ୍ସ ଓଡ଼ିଶାରେ ହେବାକୁ ଯାଉଛି । ଆସନ୍ତା ମାସ ୨୮ ତାରିଖରେ ଓଡ଼ିଶାରେ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସଚିବ ସ୍ତରୀୟ ବୈଠକ ସହ ହାଇକୋର୍ଟ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସଫଳତା ସହ ଏହା ଯେମିତି ଅନୁଷ୍ଠିତ ହେବ ଆମେ ଲକ୍ଷ୍ୟ ରଖିଛୁ । ଚିଫ୍ ଜଷ୍ଟିସଙ୍କ ଠାରୁ ଆରମ୍ଭ କରି ସମସ୍ତ ହାଇକୋର୍ଟରୁ ଆସୁଥିବା ଚିଫ୍ ଜଷ୍ଟିସ୍ ଏବଂ ବିଭିନ୍ନ ସିନିୟର ଜଜ୍ ମାନେ ଉପସ୍ଥିତ ରହିବେ । ସେମାନଙ୍କ ଏକ ଆଲୋଚନା ଚକ୍ର ମେଡିଏସନର କେମିତି ପ୍ରକ୍ରିୟା ରହିଛି ସେହିସବୁ ବିଷୟରେ ଆଲୋଚନା ହେବ । ଫଳରେ ଆଗାମୀ ଦିନରେ ବିଭିନ୍ନ କେଶରେ ଲିଟିଗେସନ କମିବ । ସରକାରୀ ସ୍ତରରେ ଆଇନକୁ ନେଇ ଯେଉଁ ପ୍ରକ୍ରିୟା ରହିଛି ଏହି ମିଡ଼ିଏସନ ଆମକୁ ନୂଆ ରାସ୍ତା ଦେଖାଇବ । ଆଗାମୀ ଦିନରେ ଏହା ଲିଟିଗେସନ କମାଇବାରେ ସହାୟ ହେବ । 

ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଆସିବା ପାଇଁ ଅନୁରୋଧ କରିଛୁ । ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୋଧ ପତ୍ର ପଠାଇଛନ୍ତି । ସବୁ ରାଜ୍ୟର ନ୍ୟାୟିକ ବ୍ୟବସ୍ଥାର ପ୍ରତିନିଧି ଆସିବେ । ପାଖାପାଖି ୨୦୦ ପ୍ରତିନିଧି ସବୁ ରାଜ୍ୟରୁ ଯୋଗ ଦେବେ ବୋଲି ଆଶା କରୁଛୁ   । ଭୁବନେଶ୍ୱର ଏହା ଆୟୋଜନ ହେବକୁ ଯାଉଛି । ଏହି ଆଲୋଚନା ଦ୍ୱାରା ମେଡ଼ିଏସନ ଆକ୍ଟର ସୁଗମତା ହୋଇପାରିବ । ଲିଟିଗେସନ ସଂଖ୍ୟା କମିବାରେ ସହାୟ ହେବ । ଓଡ଼ିଶା ଏଥିରୁ ଲାଭ ପାଇବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.