୧୬ ବର୍ଷରୁ ସକସେସ୍, ବାପାଙ୍କ ମୃତ୍ୟୁ ପରେ ରାଜନୀତିରେ ପାଦ : କେମିତି କଲେଜ୍ ଡ୍ରପ୍ ଆଉଟରୁ ଡେପୁଟି CM ହେଲେ ଅଜିତ ?

NEWS7
second-marriage-of-a-man-already-first-wife

ମୁମ୍ବାଇ,|୧:ଆଉ ନାହାଁନ୍ତି ଅଜିତ ପାଓ୍ୱାର । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମହାରାଷ୍ଟ୍ରର ଡେପୁଟି ସିଏମ୍ । ମହାରାଷ୍ଟ୍ର ରାଜନୀତିରେ ଖେଳିଛି ଶୋକର ଛାୟା । ସେ ଥିଲେ ମରାଠା ପଲିଟିକ୍ସର ଡାର୍କ ହର୍ସ । ସରକାର ଗଠନ ସହ ଭାଙ୍ଗିବାରେ ମାହିର । ରାଜାରାତି ବାଜି ପଲଟାଇଛନ୍ତି ସେ । ତାଙ୍କ ବିୟୋଗ ଦେଶ ପାଇଁ ବଡ କ୍ଷତି ।

ରାଜନୈତିକ ପରିବାରରେ ଅଜିତଙ୍କ ଜନ୍ମ । ତାଙ୍କ ଦାଦା ହେଲେ ଏନସିପି ମୁଖିଆ ଶରଦ ପାଓ୍ୱାର । ମହାରାଷ୍ଟ୍ର ରାଜନୀତିର ସବୁଠୁ ପୁରୁଖା ନେତା । ଶରଦଙ୍କ ହାତ ଧରି ରାଜନୀତିରେ ପାଦ ଦେଇଥିଲେ ଅଜିତ । ତାଙ୍କ ପାଖରେ ଥିଲେ ଅଗାଧ ରାଜନୈତିକ କୌଶଳ । କମ୍ ବୟସରୁ ଦେଇଥିଲେ ପ୍ରମାଣ । ଅଳ୍ପ ଦିନରେ ଦଳରେ ଜାହିର କରିଥିଲେ ଦବଦବା । ଏନସିପିକୁ ବନାଇଥିଲେ ଶକ୍ତିଶାଳୀ ।

୧୯୫୯ ମସିହା ଜୁଲାଇ ୨୨ ତାରିଖରେ ଅଜିତଙ୍କ ଜନ୍ମ । ଅହମ୍ମଦନଗର ଜିଲ୍ଲାର ଦେବଲାଲୀରେ ନିଜ ଦାଦାଙ୍କ ଘରେ ସେ ବଡ ହୋଇଥିଲେ । ତାଙ୍କ ପିତା ହେଲେ ଶରଦଙ୍କ ବଡ ଭାଇ ଅନନ୍ତରାଓ । ମରାଠି ଫିଲ୍ଡ ଜଗତର ଜଣାଶୁଣା ଚେହେରା ଥିଲେ ଅନନ୍ତରାଓ । ଧିରେ ଧିରେ ବଡ ହୋଇଥିଲେ ଅଜିତ । ବାରାମତୀ ହାଇସ୍କୁଲରେ ସରିଥିଲା ପ୍ରାଥମିକ ଶିକ୍ଷା । ଏହାପରେ କଲେଜରେ ପାଦ ଦେଇଥିଲେ । କଲେଜରେ ପଢୁଥିବା ବେଳେ ପିତା ଅନନ୍ତରାଓଙ୍କ ହୋଇଯାଇଥିଲା ନିଧନଏହାପରେ ସେ ଛାଡିଥିଲେ ପାଠ । ରାଜନୀତିରେ ଆରମ୍ଭ କରିଥିଲେ ନୂଆ କ୍ୟାରିଅର ।

୧୯୮୨ରେ ମହାରାଷ୍ଟ୍ର ପଲିଟିକ୍ସରେ ନୂଆ ଚାପ୍ଟର୍ । ଏଣ୍ଟ୍ରି ମାରିଥିଲେ ଅଜିତ ପାଓ୍ୱାର । ସେତେବେଳକୁ ଦାଦା ଶରଦ ହେଭିଓ୍ୱେଟ୍ ଲିଡର୍ । ସାଥ୍ ଦେଇଥିଲା ଭାଗ୍ୟ । ନୋପୋଟିଜିମ୍ ର ସପୋର୍ଟରେ ଆଗକୁ ବଢିଥିଲେ ଯୁବ ଅଜିତ । ପ୍ରଥମେ ଲଢିଥିଲେ ସହକାରୀ ଚୀନି କାରଖାନାର ବୋର୍ଡ ନିର୍ବାଚନ । ମାତ୍ର ୧୬ ବର୍ଷ ବୟସରେ ସମ୍ଭାଳିଥିଲେ ପୁଣେ ସହକାରୀ ବ୍ୟାଙ୍କ୍ ଅଧ୍ୟକ୍ଷ ପଦ । ୧୯୯୧ରେ ପ୍ରଥମ ଥର ଲଢିଲେ ବାରାମତୀରୁ ଲୋକସଭା ନିର୍ବାଚନ । କିନ୍ତୁ ଦାଦା ଶରଦଙ୍କ ପାଇଁ ଖାଲି କରିବାକୁ ପଡିଥିଲା ସିଟ୍ । ଏହାପରେ କେନ୍ଦ୍ରକୁ ଚାଲିଯାଇଥିଲେ ଶରଦ । ପିଭି ନିରସିଂହରାଓ ସରକାରରେ ସମ୍ଭାଳିଥିଲେ ପ୍ରତିରକ୍ଷା ବିଭାଗ । ରାଜ୍ୟରେ ପୁତୁରା ଅଜିତଙ୍କୁ ଦେଇଦେଇଥିଲେ ସବୁ ଦାୟିତ୍ୱ ।

ପରିଶ୍ରମ ଏବଂ ଦାଦାଙ୍କ ଆଶୀର୍ବାଦରେ ଆଗକୁ ବଢିଥିଲେ ଏନସିପିର ଯୁବରାଜକମ୍ ଦିନରେ ମହାରାଷ୍ଟ୍ରରେ ବଢିଥିଲା ପତିଆରା । ୧୯୯୫ରେ ପ୍ରଥମ ଥର ବାରାମତୀରେ ବିଧାୟକ ପଦ ପାଇଁ ଫାଇଟ୍ । ଏହାପରେ ବାରାମାତୀ ପାଲଟିଥିଲା ଗଡ । ୧୯୯୫ରୁ ୨୦୨୪ଲଗାତାର ଲଢି ବିଜୟୀ ହୋଇଥିଲେ ଅଜିତ । ବନିଥିଲେ ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ନେତା । ଦୀର୍ଘ ୪୫ ବର୍ଷର ରାଜନୈତିକ କ୍ୟାରିଅର । ୭ ଥର ବିଧାୟକ ଏବଂ ଥରୁଟିଏ ସାଂସଦ । ମହାରାଷ୍ଟ୍ର ରାଜନୀତିରେ ନିଜକରୁ ରଖିଥିଲେ ସୀମିତ । ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦର କମାନ୍ । ଦାଦା ସିଏମ ଥିଲା ବେଲେ ସେ ଥିଲେ ସୁପର୍ ଚିଫ୍ ମିନିଷ୍ଟର୍। ୧୯୯୯ରେ ବି ମିଳିଥିଲା କୃଷି ବିଭାଗ । ତେବେ ୨୦୧୯ରେ ତାଙ୍କ ପଲିଟିକାଲ ଇନିଂସ ଥିଲା ସବୁଠୁ ଚର୍ଚ୍ଚାରେ । ଦୁଇ ଥର ନେଇଥିଲେ ଡେପୁଟି ସିଏମ୍ ର ଶପଥ । ପ୍ରଥମେ ଡେବେନ୍ଦ୍ର ଫଡନାବିସ୍ ସରକାରତା ପରେ ଉଦ୍ଧବ ଠାକରେଙ୍କ ସରକାରରେ ଶପଥ ଗ୍ରହଣ । ଦେଶର ରାଜନୀତିରେ ପକାଇଥିଲେ ଚହଳ । ୨୦୨୩ରେ ପୁଣି ହୋଇଥିଲେ ମହାରାଷ୍ଟ୍ରରେ ଉପ ମୁଖ୍ୟମନ୍ତ୍ରୀ । ୬ ଥର ସମାନ ପଦରେ ନେଇଥିଲେ ଶପଥ ।

ଏବେ କିନ୍ତୁ ସବୁ ସରିଛ । ଆଉ ଦେଖିବାକୁ ମିଳିବନି ଅଜିତଙ୍କ ଗୋଟି ଚାଳନା । ସତ୍ତା ବଦଳାଇବାରେ ଓସ୍ତାଦ ଥିବା ଅଜିତ ନୀରବି ଯାଇଛନ୍ତି । ସୁଦକ୍ଷ ନେତାଙ୍କୁ ହରାଇଛି ମହାରାଷ୍ଟ୍ର । ତେବେ ମହାରାଷ୍ଟ୍ରବାସୀଙ୍କ ପ୍ରତି ଅଜିତଙ୍କ ଅବଦନା ଅତୁଳନୀୟ । ଯାହା ସବୁଦିନ ତାଙ୍କୁ ରଖିବ ଅମର ।