ରାଜ୍ୟରେ କାୟା ବିସ୍ତାର କଲାଣି କରୋନା, ଚିହ୍ନଟ ହେଲେ ଆଉ ୫ ପଜିଟିଭ୍ !

Published By : Prameya-News7 Bureau | May 28, 2025 IST

ଭୁବନେଶ୍ବର : ଓଡ଼ିଶାରେ ପୁଣି କାୟା ବିସ୍ତାର କଲାଣି କରୋନା । ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ୪ ଜଣ ଓ ଖୋର୍ଦ୍ଧାରୁ ଜଣେ ସଂକ୍ରମିତ ଟିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡ଼ିଛି । ଆଣ୍ଟିଜେନ୍ ପରୀକ୍ଷାରୁ ସମସ୍ତେ କରୋନା ପଜିଟିଭ୍ ହୋଇଥିବା ନେଇ ସୂଚନା ରହିଛି । ତେବେ ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇନାହିଁ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୩ ବର୍ଷ ବ୍ୟବଧାନ ପରେ ଓଡ଼ିଶାକୁ ଫେରିଛି କରୋନା । ଗତ ୨୨ ତାରିଖରେ ଓଡ଼ିଶାରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ସଂକ୍ରମିତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡିଥିଲା । ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ । ତେବେ ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବାବେଳେ ସେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ନେଇ ସୂଚନା ମିଳିଥିଲା । ଏବେ ପୁଣି ଓଡ଼ିଶାରେ ୫ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପଶିଛି ।

You Can Read:

ସୁନ୍ଦରଗଡ଼ ଚୋରା କୋଇଲା ଖଣି ଦୁର୍ନିତୀର ଖୋଳତାଡ଼, ତଦନ୍ତ ପାଇଁ ପହଞ୍ଚିଲା ଭିଜିଲାନ୍ସ ଏସ୍ଆଇଟି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.