ସମୁଦ୍ରରେ ମିଶିଯିବ ସୁପରପାୱାର ଦେଶ, ଆମେରିକାରେ ଆସିବ ଭୟାନକ ଭୂକଂପ, ନୂଆ ଅଧ୍ୟୟନରୁ ଖୁଲାସା

Published By : Prameya-News7 Bureau | May 03, 2025 IST

ନୂଆଦିଲ୍ଲୀ୦୩/୦୫: ୨୮ ମାର୍ଚ୍ଚ ୨୦୨୫ । ମିଆଁମାରରେ ୭.୯ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏହି ଭୂକମ୍ପ ଏତେ କ୍ଷତିକାରକ ଥିଲା ଯେ ମିଆଁମାରରେ ୫ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଯାଇଥିଲା । ଏଥିସହ ପଡୋଶୀ ଦେଶ ଥାଇଲାଣ୍ଡ ମଧ୍ୟ ପ୍ରଭାବିତ ହୋଇଥିଲା । ପ୍ରାୟ ୫୧ ଜଣ ଲୋକଙ୍କ ଜୀବନ ଯାଇଥିଲା । ଭୂଂକପର ଭୟଙ୍କର ରୂପ ଦେଖି ଛାନିଆ ହୋଇଯାଇଥିଲେ ଲୋକେ । କାହିଁକି ନା ପ୍ରକୃତି ପୁଣି ଥରେ ପ୍ରମାଣିତ କରିଦେଇଥିଲା ଯେ ତାର କରାଳକୂପ  ଆଗରେ କେହି ବର୍ତ୍ତି ପାରିବେନି । ତେବେ ଏବେ ଆପଣ ଶାନ୍ତି ନିଦରେ ଶୋଇବା ପୂର୍ବରୁ ପୁଣି ଥରେ ସତର୍କ ହୋଇଯାଆନ୍ତୁ । କାହିଁକି ନା ଆମେରିକାକୁ ଧୂଳିସାତ କରିବାକୁ ଆସୁଛି ଭୟାନକ ଭୂମିକଂପ ।

ଏକ ନୂଆ ଅଧ୍ୟୟନରୁ ଏପରି ଖୁଲାସା ପରେ ଚିନ୍ତାରେ ବିଶ୍ବବାସୀ । ଏହି ଭୂକଂପ ହେଲେ ସମୁଦ୍ରରେ ମିଶି ନିଶ୍ଚିହ୍ନ ହୋଇଯାଇପାରେ ସୁପରପାୱାର ଦେଶ ଆମେରିକାର ଅନେକ ଅଂଶ । ଭୁଶୁଡି ଯାଇପାରେ ଅର୍ଥ ବ୍ୟବସ୍ଥା । କଳ୍ପନାଠାରୁ ବି ଅଧିକ ହୋଇପାରେ ମୃତକଙ୍କ ସଂଖ୍ୟା । 

ବୈଜ୍ଞନିକଙ୍କ ଏହି ଚେତାବନୀ ପରେ ଚିନ୍ତାରେ ପୁରା ବିଶ୍ବ । ନୂଆ ଷ୍ଟଡିରେ ଖୁଲାସା ହୋଇଛି କି ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ର ସ୍ତର ବୃଦ୍ଧି ହେବାରେ ଲାଗିଛି । ଯାହା ଆମେରିକା ପାଇଁ ସାଜିପାରେ ମହା ବିପଦ । ବୈଜ୍ଞାନିକମାନେ ଉତ୍ତର କାର୍ଲିଫର୍ଣ୍ଣିଆ, ଓରେଗନ ଓ ୱାଶିଂଟନ ସମେତ ପ୍ରଶାନ୍ତ ମହାସାଗରର ଉତ୍ତର ପଶ୍ଚିମ ଅଂଶ ପାଇଁ ତ୍ରିଗୁଣ ବିପଦ ବିଷୟରେ ଚେତାବନୀ ଦେଇଛନ୍ତି । ବଡ ଭୂକଂପ ଯୋଗୁ ଭୂମି ତଳକୁ ଖସିଯାଇପାରେ । ବୃଦ୍ଧି ହୋଇପାରେ ସମୁଦ୍ର ପତ୍ତନ । ଏହା ଯୋଗୁ ଉପକୂଳ ଅଞ୍ଚଳ ଗୁଡିକ ବୁଡିଯିବା ସମ୍ଭାବନା ଅଧିକ ।ଏହା ଜଳବାୟୁ ପରିବର୍ତ୍ତନରୁ ସମୁଦ୍ର ପତ୍ତନ ବୃଦ୍ଧି, ସମ୍ଭାବ୍ୟ ଭୂମି ପତ୍ତନ ଓ ସୁନାମୀ ସମ୍ଭାବନାର ମିଶ୍ରଣ ଯୋଗୁ ହୋଇଛି । ଏହି ଭୂମି ପତନ ସମୁଦ୍ର ପତ୍ତନ ବୃଦ୍ଧି ସହ ଉପକୂଳ ଅଞ୍ଚଳକୁ ଜଳମଗ୍ନ କରିବ । 


SciTech Daily ରିପୋର୍ଟ ମୁତାବକ- ଭର୍ଜିନିଆ ଟେକ ରିସର୍ଚ୍ଚ ଟିମ୍‌ର ଅନୁସନ୍ଧାନ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି କି ଆମେରିକାର କାସକାଡିଆ ସବଡିକସନ (Cascadia subduction) ଏରିଆରେ ହେବାକୁ ଥିବା ଶକ୍ତିଶାଳୀ ଭୂକଂପ କାରଣରୁ ତଟବର୍ତ୍ତୀ ଅଞ୍ଚଳ ୬.୫ ଫୁଟ୍‌ ଅର୍ଥାତ ୨ମିଟର ଯାଏ ବୁଡିଯାଇପାରେ । ପ୍ରୋସିଡିଂ ଅଫ ଦ ନାସନାଲ ଏକାଡେମୀ ଅଫ ସାଇନ୍ସର ଷ୍ଟଡି ରିପୋର୍ଟ ମୁତାବକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ଆମେରିକାର ଉତ୍ତର ଦକ୍ଷିଣ ୱାଶିଂଟନ, ଉତ୍ତର ଅରେଗନ ଓ ଉତ୍ତର କାର୍ଲିଫର୍ଣ୍ଣିଆ । ଏଠାରେ ଅଧିକ ସଂଖ୍ୟାରେ ଜନବସତି ଥିବାରୁ ବେଶୀ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଅଧ୍ୟୟନର ପ୍ରମୁଖ ଲେଖିକା ତଥା ବିଜ୍ଞାନ ମହାବିଦ୍ୟାଳୟର ଭୂବିଜ୍ଞାନର ସହାୟକ ପ୍ରୋଫେସର ଟିନା ଦୁରା ଓ ତାଙ୍କ ଟିମ୍‌ ପୂର୍ବରୁ ଏମିତି ହଜାରେ ଭୂଂକପ ମଡେଲର ଆକଳନ  କରିଛନ୍ତି । ଏହି ଅଭିଜ୍ଞତାରୁ ସେମାନେ ଅନୁମାନ ଲଗାଇଛନ୍ତି କି ସମ୍ଭାବ୍ୟ କାସକାଡିଆରେ ହେବାକୁ ଥିବା  ଭୂଂକପ କେତେ ଭୟଙ୍କର ହୋଇପାରେ । 


 

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.