OMCଙ୍କ ଦୈନିକ କ୍ଷତି ୨ ହଜାର କୋଟି ଟଙ୍କା, ଭାରତରେ ବଢିବ କି ପେଟ୍ରୋଲ-ଡିଜେଲ ଦର?

NEWS7
scientist-dr-jyotiramayi-will-receive-the-iupac-award-the-first-woman-to-receive-the-honor

  • ଭାରତ ନିଜ ଆବଶ୍ୟକତାର ପାଖାପାଖି ୮୫% ତୈଳ ଆମଦାନୀ କରିଥାଏ
  • ଅଶୋଧିତ ତୈଳ ବ୍ୟାରଲପିଛା ୧୦ ଡାଲର ବୃଦ୍ଧି ହେଲେ ଭାରତର ଆମଦାନୀ ବିଲରେ ୧୨ରୁ ୧୫ ବିଲିୟନ ଡଲାର ବଢିଯାଏ
  • ଅଶୋଧିତ ତୈଳ ମହଙ୍ଗା ହେବା ସତ୍ତ୍ୱେ କମ୍ପାନୀ ପୁରୁଣା ଦରରେ ବିକ୍ରି କରୁଛନ୍ତି।

ନୂଆଦିଲ୍ଲୀ ୧୩।୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପ୍ରଭାବ ଏବେ ଭାରତର ତୈଳ ବିପଣନ କମ୍ପାନୀ (ଓଏମସି) ଙ୍କ ଉପରେ ପଡିଛି। ରିପୋର୍ଟ ଅନୁସାରେ ଅଶୋଧିତ ତୈଳ ମହଙ୍ଗା ହେବା କାରଣରୁ ଭାରତର ବଡ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମକୁ ଭୀଷଣ ଆର୍ଥିକ ଚାପର ସମ୍ମୁଖୀନ ହେବାକୁ ପଡୁଛି। ଏଥି ପାଇଁ ପଶ୍ଚିମ ଏସିଆର ଉତ୍ତେଜନା ପ୍ରମୁଖ କାରଣ ବୋଲି କୁହାଯାଉଛି। କାରଣ ଅଶୋଧିତ ତୈଳ ବ୍ୟାରଲପିଛା ମୂଲ୍ୟ ଏବେ ୧୧୫ ଡଲାରକୁ ପହଞ୍ଚିଛି।

ଏଣୁ ତୈଳ ଆମଦାନୀକାରୀ ଦେଶ ବିଶେଷ କରି ଭାରତର ଆମଦାନୀ ବାବଦ ବ୍ୟୟ ବେଶ୍ ବଢି ଯାଇଛି। ଭାରତ ନିଜ ଆବଶ୍ୟକତାର ପାଖାପାଖି ୮୫% ତୈଳ ଆମଦାନୀ କରିଥାଏ। ଏଣୁ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ହେଲେ ଏହାର ସିଧା ପ୍ରଭାବ ଦେଶର ତୈଳ କମ୍ପାନୀଙ୍କ ଆର୍ଥିକ ସ୍ଥିତି ଉପରେ ପଡୁଛି। ବିଶେଷଜ୍ଞଙ୍କ ଅନୁସାରେ ଅଶୋଧିତ ତୈଳ ବ୍ୟାରଲପିଛା ୧୦ ଡାଲର ବୃଦ୍ଧି ହେଲେ ଭାରତର ଆମଦାନୀ ବିଲରେ ୧୨ରୁ ୧୫ ବିଲିୟନ ଡଲାର ବଢିଯାଏ।

ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିବା ଯୋଗୁ ବଢୁଛି ଚାପଭାରତରେ ସବୁଠୁ ବଡ଼ ସମସ୍ୟା ହେଉଛି ଦୀର୍ଘ ସମୟରୁ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ସରକାର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପାଇଁ ତୁରନ୍ତ ମୂଲ୍ୟ ବୃଦ୍ଧିକୁ ଅନୁମତି ଦେଉ ନାହାନ୍ତି। ଏହାର ପରିଣାମ ଅଶୋଧିତ ତୈଳ ମହଙ୍ଗା ହେବା ସତ୍ତ୍ୱେ କମ୍ପାନୀ ପୁରୁଣା ଦରରେ ବିକ୍ରି କରୁଛନ୍ତି। ଏହି ସ୍ଥିତିରେ ତୈଳ କମ୍ପାନୀଙ୍କ ମାର୍କେଟିଂ ମାର୍ଜିନ ହ୍ରାସ ହେଉଛି ଓ ସେମାନଙ୍କ ନଗଦ ଫ୍ଲୋ ଉପରେ ପ୍ରଭାବ ପଡୁଛି।ଏଥିରେ ରେଟିଂ ଏଜେନ୍ସୀଙ୍କ କହିବା କଥା ହେଉଛି ଯଦି ବୈଶ୍ୱିକ ଦର ଦୀର୍ଘ ସମୟ ପର୍ଯ୍ୟନ୍ତ ଉଚ୍ଚା ରହେ ତେବେ ଓଏମସିଙ୍କ ଲାଭ ଓ ଆର୍ଥିକ ସ୍ଥିତି ଉପରେ ଗୁରୁତର ପ୍ରଭାବ ପଡିବ।

ସେୟାର ବଜାରରେ ମଧ୍ୟ ପଡିଲାଣି ପ୍ରଭାବତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବେ ସେୟାର ବଜାରରେ ମଧ୍ୟ ଦେଖାଗଲାଣି। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଭାରତୀୟ ଓଏମସିଙ୍କ ସେୟାର ଦର ହ୍ରାସ ହୋଇଚାଲିଛି। ବିଶେଷଜ୍ଞଙ୍କ ଅନୁସାରେ ଏବେ ସରକାରଙ୍କ ସାମ୍ନାରେ ସନ୍ତୁଳନ ରକ୍ଷା କରିବା ବଡ଼ ଆହ୍ୱାନ ହୋଇପଡିଛି। ଯଦି ଦେଶର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ହେଉଛି ତେବେ ମୁଦ୍ରାସ୍ଫୀତି ପ୍ରଭାବିତ ହେବ। ଦୈନନ୍ଦିନ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବ। ଏଥିରେ ଯଦି ଦର ସ୍ଥିର ରହୁଛି କମ୍ପାନୀମାନଙ୍କ କ୍ଷତି ବଢିବଢି ଯାଉଛି। ଏଣୁ ଆଗାମୀ ସମୟରେ ସରକାରଙ୍କୁ ହୁଏତ ଟ୍ୟାକ୍ସ ରିହାତି, ସବସିଡି ଓ ଅନ୍ୟ ଆର୍ଥିକ ସହାୟତା ଭଳି ପଦକ୍ଷେପ ନେବାକୁ ପଡିପାରେ, ଯାହା ଦ୍ୱାରା ତୈଳ କମ୍ପାନୀଙ୍କ ଉପରେ ପଡୁଥିବା ଆର୍ଥିକ ଚାପ କମ କରାଯାଇ ପାରିବ।