ରାଜସ୍ଥାନରେ ଖାଇକୁ ଖସିଲା ବସ୍ ; ୫ ମୃତ, ୨୦ ଗୁରୁତର ଆହତ

NEWS7
schools-shut-down-in-china-amid-rising-infections-of-new-human-metapneumovirus

ନୂଆଦିଲ୍ଲୀ ୦୫।୦୧; ରାଜସ୍ଥାନର ବଡ଼ ସଡ଼କ ଦୁର୍ଘଟଣା । ଜାଲୋର ଜିଲ୍ଲାର ଜାତୀୟ ରାଜପଥରେ ଏକ ସ୍ଲିପର ବସ୍ ଖାଇକୁ ଖସି ପଡିଛି। ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ବାସିନ୍ଦାମାନେ ଦୁର୍ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କ ସହିତ ମିଶି ରାତିସାରା ଉଦ୍ଧାର କାର୍ଯ୍ୟ କରିଥିଲେ।

ଦୁର୍ଘଟଣାଟି ଉମ୍ମେଦପୁର ଗ୍ରାମ ନିକଟରେ ଘଟିଥିଲା। ଯେଉଁଠାରେ ଦୁର୍ଘଟଣା ବିଷୟରେ ଜାଣିବା ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଅନୁଯାୟୀ, ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଡ୍ରାଇଭର ଆଖି ଲାଗିଯିବାରୁ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ, ଯାହା ଫଳରେ ବସ୍ ରାସ୍ତାରୁ ଓଲଟି ପଡ଼ି ଘାଟି ଭିତରକୁ ଗଳି ପଡ଼ିଥିଲା। ପୋଲିସ ମୃତଦେହ ଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଆହତମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ରବିବାର ପୂର୍ବରୁ ଜାଲୋରର ଅଗୱାରୀ ଗାଁ ନିକଟରେ ଏକ ଘରୋଇ ବସ୍ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଯାତ୍ରୀ ଆହତ ହୋଇଥିଲେ। ଗାଁ ଲୋକଙ୍କ ସହାୟତାରେ ଆହତମାନଙ୍କୁ କ୍ଷତିଗ୍ରସ୍ତ ବସ୍ ରୁ ବାହାର କରି ହସ୍ପିଟାଲକୁ ନିଆଯାଇଥିଲା। ପରେ ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବସ୍ ଟି ସାନଚୋରରୁ ଆସୁଥିଲା। ସେପଟେ ଆହତମାନେ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କୁ ଦାୟୀ କରିଛନ୍ତି।