'ଅବସର ନେବା କଷ୍ଟ ଦେବନି, କ୍ରିକେଟ୍ ପରେ ବି ବହୁତ କିଛି ଅଛି' : ରାହୁଲଙ୍କ କଥାରେ ଫ୍ୟାନ୍ସ ନିରାଶ

NEWS7
school-uniform-changed-for-student

ନୂଆଦିଲ୍ଲୀ,|୧: ଅବସର ନେବେ କି କେଏଲ ରାହୁଲ । କ୍ରିକେଟକୁ କରିବେ କି ବାଏ ବାଏ । ଭାରତୀୟ ଦଳର ଷ୍ଟାର୍ କେଏଲ ରାହୁଲଙ୍କ ଏକ ବୟାନ ପରେ ଏମିତି ଭୟରେ କୋଟି କୋଟି ଫ୍ୟାନ୍ସ । ଏକ ପ୍ରଶ୍ନରେ ରାହୁଲ ଏମିତି କିଛି କହିଛନ୍ତି ଯାହା ଫ୍ୟାନ୍ସଙ୍କୁ ଝଟକା ଦେଇଛି । ୟୁଟ୍ୟୁବରେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ୍ ପିଟରସନଙ୍କ ସହ ଆଲୋଚନା ବେଳେ ନିଜ ଅବସର ନେଇ ସେ ଅନେକ କଥା କହିଛନ୍ତି ।

ରାହୁଲ କହିଛନ୍ତି ଯେ, କ୍ରିକେଟ ଛାଡିବା ତାଙ୍କ ପାଇଁ ଏକ କଠିନ ନିଷ୍ପତ୍ତି ହେବ ନାହିଁ । ଖେଳ ପରେ ବି ଜୀବନ ଚାଲିବ । ସେ ଏନେଇ ଭାବିଛନ୍ତି । ଅବସର ଏତେ କଷ୍ଟ ହେବନାହିଁ ବୋଲି ସେ କହିଛନ୍ତି ।

ଟିମ୍ ଇଣ୍ଡିଆ ଷ୍ଟାର୍ କେଏଲ ଆହୁରି କହିଛନ୍ତି ଯେ, ସେ ନିଜ କଥାରେ ସ୍ପଷ୍ଟତା ରକ୍ଷା କରନ୍ତି । ଯେତେବେଳେ ଅବସର ସମୟ ଆସିବ ସେତେବେଳେ ସେ ବେଶି କିଛି ଚିନ୍ତା ନକରି ନିଷ୍ପତ୍ତି ନେବେ । ଖେଳ ବାହାରେ ତାଙ୍କର ବ୍ୟକ୍ତିଗତ ଜୀବନ ରହିଛି । ପରିବାର ଅଛି । ଏହା ହେଉଛି ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ବଡ ଯୁଦ୍ଧ । ଦେଶରେ କ୍ରିକେଟ୍ ଆଗକୁ ବି ଜାରି ରହିବ । ପ୍ରଥମ ସନ୍ତାନ ହେଲା ପରେ ସେ ପରିବାରକୁ ସମୟ ଦେଉଛନ୍ତି । ଅନେକ ସମୟ ଆସିଛି ଯେବେ ସେ ଆହତ ହୋଇଛନ୍ତି । ବେଳେବେଳେ ମାନିସକ ସ୍ତରରେ ଆଘାତ ଲାଗିଛି । କ୍ରିକେଟ ତାଙ୍କୁ ବହୁତ କିଛି ଦେଇଛି । ଯାହା ତାଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଦିଗରେ ସାହାଯ୍ୟ କରିବ । ତେବେ ଏବେବି ସେହିଦିନଠୁ ଅର୍ଥାତ ଅବସର ଦିନଠୁ ସେ କିଛି ଦୂରରେ ଥିବା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, କେଏଲା ରାହୁଲ୬୭ଟି ଟେଷ୍ଟ୍ ମ୍ୟାଚ୍ ଖେଳି୪୦୫୩ରନ୍ କରିଛନ୍ତି । ତାଙ୍କ ବ୍ୟାଟିଂ ଆଭରେଜ ହେଉଛି୩୫.। ଦିନିକିଆରେ ସେ୯୪ଟି ମୁକାବିଲା ଖେଳି୫୦ଆଭରେଜରେ୩୩୬୦ରନ୍ କରିଛନ୍ତି ।୭୨ଟି ଟି୨୦ଇନିଂସରୁ ତାଙ୍କ ବ୍ୟାଟରୁ୨୨୬୫ରନ୍ ବାହାରିଛି ।