ଆଇସିସି ବୈଠକ ପୂର୍ବରୁ ପାକିସ୍ତାନ ଗଲେ ବାଂଲାଦେଶ କ୍ରିକେଟ ବୋର୍ଡ ଅଧ୍ୟକ୍ଷ

NEWS7
school-time-changed-from-today-due-to-dhanuyatra

କରାଚୀ:ଭାରତ ସହିତ ପାକିସ୍ତାନର ଟି-୨୦ ବିଶ୍ୱକପ୍ ବୟକଟ ନେଇ ଆଜି ସନ୍ଧ୍ୟା ୮ଟାରେ ଆଇସିସିର ଜରୁରୀ ବୈଠକ ବସିବାର ଅଛି। ହେଲେ ତା ପୂର୍ବରୁ ବଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଅଧ୍ୟକ୍ଷ ଅମିନୁଲ ଇସ୍ଲାମ ବୁଲବୁଲ ପାକିସ୍ତାନ ଗସ୍ତ କରିଛନ୍ତି। ରବିବାର ସେ ଲାହୋରରେ ଅବତରଣ କରିଛନ୍ତି।

ବିଶ୍ୱକପ ବୟକଟ ନେଇ ବର୍ତ୍ତମାନ ପାକିସ୍ତାନ ଓ ବାଂଲାଦେଶ ଏକାଠି ହୋଇଛନ୍ତି। ପୂରା ଭାଇ ଭାଇ ଭଳି କାନ୍ଧକୁ କାନ୍ଧ ମିଶାଇ ଭାରତକୁ ଘେରିବାକୁ ଚେଷ୍ଟା କରୁଛନ୍ତି। ସେପଟେ ଆଇସିସି ଏଭଳି ଏକ ଲୋଭନୀୟ ଇଭେଣ୍ଟରୁ ନ ହଟିବାକୁ ପାକିସ୍ତାନକୁ ବୁଝାଇବାକୁ ଚେଷ୍ଟା ଜାରି ରଖିଛି।ଏନେଇ ଆଜି ସନ୍ଧ୍ୟାରେ(ଫେବୃଆରୀ -୮) ପାକିସ୍ତାନ ଓ ବାଂଲାଦେଶ ସହ ଜୁମ୍ରେ ବୈଠକ ଅନୁଷ୍ଠିତ ହେବ।ଆଇସିସିବୈଠକରେଆଇସିସିସିଇଓ ସଞ୍ଜୋଗ ଗୁପ୍ତା,ନକଭି ଏବଂ ବୁଲବୁଲ ସାମିଲ ହେବେ

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୬ ପାଇଁଯଦିଓ ପାକିସ୍ତାନ ଭାରତ ଗସ୍ତ କରିବ ନାହିଁ, ତେବେ ବି ଆଇସିସି ଆଲୋଚନାରେ ବାଂଲାଦେଶକୁ ସାମିଲ୍ କରିବାକୁ ପିସିବି ସର୍ତ୍ତ ରଖିଛି। ତେଣୁ ବିସିବି ବୋର୍ଡ ଅଧ୍ୟକ୍ଷ ଅମିନୁଲ ଏନେଇ ପାକିସ୍ତାନ ଗସ୍ତ କରିଛନ୍ତି।

ବିଶ୍ୱକପ୍ ଖେଳିବାକୁ ସପ୍ତାହେ ବାକି ଥିବା ବେଳେ ଫେବ୍ରୁଆରୀ ୨ ତାରିଖରେ ପାକିସ୍ତାନ ଭାରତ ସହିତ କଲୋମ୍ବୋରେ ମ୍ୟାଚ୍ ଖେଳିବ ନାହିଁ ବୋଲି ଘୋଷଣା କରିଥିଲା। ବାଂଲାଦେଶକୁ ସପୋର୍ଟ କରି ପାକିସ୍ତାନ ଏହି ନିଷ୍ପତ୍ତି ନେଇଥିଲା। ଏହା ପୂର୍ବରୁ ବାଂଲାଦେଶ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଭାରତରେ ମ୍ୟାଚ୍ ନ ଖେଳି ଶ୍ରୀଲଙ୍କାକୁ ମ୍ୟାଚ୍ ସ୍ଥାନାନ୍ତର କରିବା ପାଇଁ ଆଇସିସିକୁ ଅନୁରୋଧ କରିଥିଲା। ହେଲେ ଏତେ କମ ସମୟ ମଧ୍ୟରେ ଏହା ସମ୍ଭବ ନୁହେଁ ବୋଲି ଆଇସିସି କହିବା ସହିତ ବାଂଲାଦେଶ ପ୍ରସ୍ତାବରେ ରାଜି ହୋଇ ନଥିଲା। ତେଣୁ ବାଂଲାଦେଶ ବିଶ୍ୱକପରୁ ଓହରିବାକୁ ଘୋଷଣା କରିଥିଲା।

କାହିଁକି ପାକିସ୍ତାନକୁ ମନାଉଛି ଆଇସିସି?

ଭାରତ ବନାମ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ବିଶ୍ୱ କ୍ରୀଡ଼ାରେ ସବୁଠାରୁ ବଡ଼ ରାଜସ୍ୱ ସୃଷ୍ଟି କରୁଥିବା କ୍ରୀଡ଼ା ମଧ୍ୟରୁ ଗୋଟିଏ। ପ୍ରସାରଣ ଚୁକ୍ତିଠାରୁ ପ୍ରାୟୋଜକ ଏବଂ ବିଜ୍ଞାପନ ପର୍ଯ୍ୟନ୍ତ,କ୍ରିକେଟ୍ରେ ଅନ୍ୟ କୌଣସି ମ୍ୟାଚ୍ ବାଣିଜ୍ୟିକ ମୂଲ୍ୟ ଦୃଷ୍ଟିରୁ ଏହାର ପାଖାପାଖି ବି ନୁହେଁ। ତେଣୁ ପରିସ୍ଥିତି ଆହୁରି ଜଟିଳ ହେବା ପୂର୍ବରୁICC PCBକୁ ମନାଇବାକୁ ଚେଷ୍ଟା କରୁଛି।

ଯଦି ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ଛାଡିଦିଏ,ତେବେ ଆଇସିସିର ପ୍ରସାରଣ ରାଜସ୍ୱକୁ ବଡ଼ କ୍ଷତି ପହଞ୍ଚାଇବ। ବ୍ରଡକାଷ୍ଟରମାନେ ମୁଖ୍ୟତଃ ଭାରତ ବନାମ ପାକିସ୍ତାନ ଭଳି ମାର୍କି ଫିକ୍ସଚର ଯୋଗୁ ପ୍ରିମିୟମ ଦେଇଥାନ୍ତି। ଆଉ ଏପରି ମ୍ୟାଚ୍ ନ ହେବାରୁ ଟୁର୍ଣ୍ଣାମେଣ୍ଟର କମର୍ସିଆଲ ଭାଲ୍ୟୁ ତୁରନ୍ତ କମିଯିବ, ଯାହା ଆଇସିସି ପାଇଁ ଚିନ୍ତାର କାରଣ ପାଲିଟିଛି।

ଭାରତ ଯଦି ପାକିସ୍ତାନ ସହ ମ୍ୟାଚ ନ ଖେଳିବ ତେବେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ। ପ୍ରସାରଣ ରାଜସ୍ୱରେ ଯେକୌଣସି କ୍ଷତି ଶେଷରେ ପାକିସ୍ତାନ,ବାଂଲାଦେଶ ଏବଂ ଭାରତ ସମେତ ଏହାର ସଦସ୍ୟ ବୋର୍ଡଗୁଡ଼ିକୁ ଆଇସିସିର ବାର୍ଷିକ ବଣ୍ଟନ ଉପରେ ପ୍ରତିଫଳିତ ହେବ।ତେଣୁ ଆଇସିସି ଏହି ପରିସ୍ଥିତିକୁ ଏଡାଇବାକୁ ଚାହୁଁଛି।