ଦୁରୁଆ ନାଚର ତାଳେ ତାଳେ ନାଚିଲେ ବିଧାୟକ, ପଞ୍ଚାୟତ ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

NEWS7
school-time-changed-from-today-due-to-dhanuyatra

ବୈପାରୀଗୁଡା ୧୨।୧: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ । ବିଭିନ୍ନ ସ୍ଥାନ ପରିଦର୍ଶନ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା । ଦୁରୁଆ ନାଚର ତାଳେ ତାଳେ ନାଚି ପିଲାଙ୍କୁ କରିଥିଲେ ଉତ୍ସାହିତ l ପଞ୍ଚାୟତ ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର l

କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ବିଧାୟକ ରୁପୁ ଭତ୍ରା l କୁନ୍ଦୁରା ବ୍ଲକ ଭୂଷଣଗୁଡା ଠାରେ ବିଜେପି କର୍ମୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଧାୟକ ଯୋଗ ଦେଇ ଦଳକୁ ଆହୁରି ଅଧିକ ସୁଦୃଢ଼ କିପରି ହେବ ସେ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେଥିଲେ l ବୈପାରୀଗୁଡା ବ୍ଲକ ଶିରିବେଡାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ପାଳିତ ହୋଇଯାଇଛି ।

​​​​​​​

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଦୁରୁଆ ନାଚର ତଳେ ତଳେ ନାଚିଥିଲେ କୋଟପାଡ଼ ବିଧାୟକ l ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ l