ଭୁବନେଶ୍ବର ୪।୭: ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଖୋଲିବ କି ବନ୍ଦ ରହିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ବନ୍ୟାଞ୍ଚଳରେ ଜିଲ୍ଲାପାଳ ତଦାରଖ କରୁଛନ୍ତି । ବନ୍ୟାଞ୍ଚଳରେ ପିଲାମାନେ କିଭଳି ପାଠ ପଢ଼ିବେ, କେମିତି ସୁବିଧା ହୋଇ ପାରିବ ସେ ନେଇ ତଦାରଖ କରୁଛନ୍ତି ଜିଲ୍ଲାପାଳ । ଯଦିଓ ପିଲାମାନଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ଅସୁବିଧା ହୋଇନାହିଁ, ତେବେ ସେମିତି କିଛି ହେଲେ ସେହିସବୁ ସ୍ଥାନରେ କିଛି ଦିନ ପାଇଁ ସ୍କୁଲ ବି ବନ୍ଦ ହୋଇପାରେ ।
ତେବେ ଏନେଇ ସ୍ଥିତି କ’ଣ ରହିଛି ତାର ତଦାରଖ କରି ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । କ’ଣ କଲେ ଠିକ୍ ହେବ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଯଦି କିଛି ଅସୁବିଧା ହୁଏ, ତେବେ ଯେଉଁ ସ୍ଥାନରେ ପଢିବା ପାଇଁ ସୁବିଧା ଥିବ, ସୁରକ୍ଷିତ ସ୍ଥାନ ହୋଇଥିବ, ସେହି ସ୍ଥାନରେ ସ୍କୁଲ କିଭଳି ଚାଲି ପାରିବ । ତାକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ବଢୁଛି ଜଳସ୍ତର, ଖୋଲିବ ହୀରାକୁଦ ଗେଟ୍ ; ମାଇକ୍ ଯୋଗେ ସଚେତନ କଲେ ଜଳଭଣ୍ଡାର କର୍ତ୍ତୃପକ୍ଷ