ନୂଆଦିଲ୍ଲୀ ୨୩।୦୫: ରାଜଧାନୀ ଦିଲ୍ଲୀର ସ୍କୁଲ-ହସ୍ପିଟାଲ ପରେ ଗୃହ ମନ୍ତ୍ରଣାଳୟ ବିଲ୍ଡିଂରେ ବୋମା ଧମକ ଆସିଛି। ଏହି ଧମକ ପୋଲିସକୁ ମେଲ ମାଧ୍ୟମରେ ପଠାଯାଇଥିଲା। ଏହି ଧମକପୂର୍ଣ୍ଣ ମେଲକୁ ଦିଲ୍ଲୀ ପୋଲିସର ଉତ୍ତର ବ୍ଲକରେ ଅବସ୍ଥିତ କଣ୍ଟ୍ରୋଲ ରୁମ ଗ୍ରହଣ କରିଥିଲା। ଏହା ପରେ ପୋଲିସ ତୁରନ୍ତ ଡଗ୍ ସ୍କ୍ଵାଡ୍ ଏବଂ ବୋମା ସ୍କ୍ଵାଡ୍ ସହ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଅନୁସନ୍ଧାନ କରିଥିଲା।
#WATCH | A bomb threat mail was received from the Police Control Room at the North Block, New Delhi area. Two fire tenders have been sent to the spot. Further details awaited: Delhi Fire Service pic.twitter.com/LG4GpZ0cgS
— ANI (@ANI) May 22, 2024
ଏନେଇ ପୋଲିସ୍ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟରେ ପୋଷ୍ଟ କରାଯାଇଥିବା ଜଣେ ଅଧିକାରୀଙ୍କୁ ବୋମା ଧମକ ମେଲ ମିଳିଥିଲା। ଏହା ପରେ DFS କୁ କଲ କରାଗଲା । ସେ କହିଛନ୍ତି ଯେ ବର୍ତ୍ତମାନ ସନ୍ଦେହଜନକ କିଛି ମିଳିନାହିଁ। ସର୍ଚ୍ଚ ଅପରେସନ୍ ଚାଲିଛି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ କହିଛି ଯେ ନୂଆଦିଲ୍ଲୀ ଅଞ୍ଚଳରେ ଅବସ୍ଥିତ ପୋଲିସ କଣ୍ଟ୍ରୋଲ ରୁମରେ ବୋମା ଧମକର ମେଲ ଆସିଛି। ଏହା ପରେ ଦୁଇଟି ଦମକଳ ଗାଡି ପଠାଯାଇଥିଲା।
ପୂର୍ବରୁ ମିଳିଥିଲା ସ୍କୁଲ-ହସ୍ପିଟାଲକୁ ବିସ୍ଫୋରଣ କରିବାର ଧମକ
କହିବାକୁ ଗଲେ ଏହାପୂର୍ବରୁ ଦେଶର ୮ ବିମାନବନ୍ଦର ଏବଂ ଦିଲ୍ଲୀର ୮ ଟି ହସ୍ପିଟାଲରେ ବୋମା ଧମକ ଆସିଥିଲା। କିନ୍ତୁ ସୁରକ୍ଷା ଏଜେନ୍ସିମାନେ ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ପାଇଲେ ନାହିଁ । ଏହା ପରେ ସରକାର ଦେଶର ସର୍ବସାଧାରଣ ସ୍ଥାନରେ ସୁରକ୍ଷା ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀ-ଏନସିଆରର ୧୫୦ଟି ସ୍କୁଲକୁ ବୋମା ଧମକ ମିଳିଥିଲା। ଏହି ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ଆଇବିକୁ ନିର୍ଦ୍ଦେଶ ଦେଇଥିଲା ଏବଂ ଏହାର ତଦନ୍ତ କରିବାକୁ କହିଥିଲେ। ଆଇବି ଅନୁସନ୍ଧାନରୁ ଜଣାପଡିଛି ଯେ ଧମକପୂର୍ଣ୍ଣ ଇ-ମେଲ ହଙ୍ଗେରୀର ବୁଦାପେଷ୍ଟରୁ ପୋଲିସକୁ ପଠାଯାଇଛି। ମାମଲାର ତଦନ୍ତରେ ସମ୍ପୃକ୍ତ ଅଧିକାରୀ କହିଛନ୍ତି ଯେ ଇମେଲର ଆଇପି ଠିକଣା ହଙ୍ଗେରୀର ବୁଦାପେଷ୍ଟର ବୋଲି ଜଣାପଡିଛି।