ସିଂହବାହିନୀର ନାଟକ ‘ତୁ ମୋ ବଜରଙ୍ଗୀ’ ସହ ମଞ୍ଚକୁ ଚଢ଼ିବେ ପୀୟୂଷ, ଜାରି ହେଲା ଟ୍ରେଲର

NEWS7
sc-slaps-man-with-rs-454-crore-fine-for-illegal-cutting-over-400-trees

ବାଲେଶ୍ବର: ବହୁ ବାଦ ବିବାଦ ପରେ ଆସନ୍ତା ଜାନୁଆରୀ ୫ ତାରିଖରେ ମଞ୍ଚକୁ ଚଢ଼ିବେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ। ଯାତ୍ରା ସିଂହବାହିନୀର ନାଟକ ‘ତୁ ମୋ ବଜରଙ୍ଗୀ’ ସହ ଚଣ୍ଡିଖୋଲ ଯାତ୍ରା ମଞ୍ଚରେ ପୀୟୂଷ ଆରମ୍ଭ କରିବେ ଯାତ୍ରା। ଏନେଇ ଶୁକ୍ରବାର ମାହାଙ୍ଗା ବ୍ଲକ୍ ଆଳୁନଟା ଯାତ୍ରା ମଞ୍ଚରେ ପୀୟୂଷ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇଛନ୍ତି।

ଏହି ଅବସରରେ ଡିଜିଟାଲ ଟିକେଟ ସହ ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଛି। ଦର୍ଶକ ଯାତ୍ରା ଡଟ୍ କମ୍ରେ ଅନଲାଇନ୍ ଟିକେଟ ମଧ୍ୟ କରିପାରିବେ। ପ୍ରେସମିଟ୍ରେ ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ କୁମାର ପାଢ଼ୀ ଉପସ୍ଥିତ ଥିଲେ।