ଭାରତ ସରକାରଙ୍କ କଥା ରଖିଲା ସାଉଦି ଆରବ: ୧୦ ହଜାର ଭାରତୀୟ ହଜ୍‌ ଯାତ୍ରୀଙ୍କୁ ମକ୍କା ଯିବାକୁ ମିଳିଲା ଅନୁମତି

Published By : Prameya-News7 Bureau | April 15, 2025 IST

indiatoday

ନୂଆଦିଲ୍ଲୀ: ସାଉଦି ଆରବ ଚଳିତ ବର୍ଷ ୧୦,୦୦୦ ଅତିରିକ୍ତ ଭାରତୀୟ ହଜ୍ ଯାତ୍ରୀଙ୍କୁ ଆସିବାକୁ ଅନୁମତି ଦେବ। ଫଳରେ ଭାରତର ମୋଟ କୋଟାରେ ୧୭୫,୦୨୫କୁ ବୃଦ୍ଧି ପାଇବ। ଏନେଇ ମଙ୍ଗଳବାର ଭାରତୀୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଏନେଇ ହଜ୍ ପୋର୍ଟାଲ୍ ପୁଣିଥରେ ଖୋଲିଛି। ସାଉଦି କର୍ତ୍ତୃପକ୍ଷଙ୍କ ହଜ୍‌ଯାତ୍ରୀଙ୍କ ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ କରିଥିଲେ ଅନେକ ଭାରତୀୟ ଘରୋଇ ଟୁର୍ ଅପରେଟରମାନେ ନିର୍ଦ୍ଧାରିତ ସୀମାରେ ଯାତ୍ରା ପାଇଁ ଆବେଦନ କରିପାରି ନଥିଲେ। ଏହାପରେ ଭାରତ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯିବା ପରେ ସାଉଦୀ ସରକାର ଆଉ ୧୦ ହଜାର ଯାତ୍ରୀଙ୍କୁ ଯିବାକୁ ଅନୁମତି ଦେଇଛନ୍ତି। 

ରିପୋର୍ଟ ଅନୁଯାୟୀ, ଶେଷ ତାରିଖ ସୁଦ୍ଧା ଆବେଦନ ନ କରିବା ପାରିବା ଫଳରେ ୫୨,୦୦୦ ଘରୋଇ ସ୍ଲଟ୍ ବାତିଲ ହୋଇଥିଲା। ୮୦% ଘରୋଇ ସ୍ଲଟ୍ ବାତିଲ ହେବା ପରେ ଅନେକ ରାଜନୈତିକ ନେତା ହଜ୍ ଯିବାକୁ ଚାହୁଁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ।

ହଜ୍ ହେଉଛି ଇସଲାମର ଦୁଇଟି ପବିତ୍ର ସହର ମକ୍କା ଏବଂ ମଦିନାକୁ ଏକ ବାର୍ଷିକ ତୀର୍ଥଯାତ୍ରା ଭଳି। ହଜ୍ ସରିବା ପରେ ବକ୍‌ରିଦ ପାଳନ କରାଯାଇଥାଏ। ଭାରତର କୋଟା ବୃଦ୍ଧି ନେଇ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି। ଭାରତର ବାର୍ଷିକ ହଜ୍ କୋଟା ୨୦୧୪ ମସିହାରେ ୧୩୬,୦୨୦ ରୁ ୨୦୨୫ ମସିହାରେ ୧୭୫,୦୨୫କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୧୨୨,୫୧୮ ଜଣ ତୀର୍ଥଯାତ୍ରୀଙ୍କୁ ଭାରତୀୟ ହଜ୍ କମିଟି ଦ୍ୱାରା ପରିଚାଳିତ କରାଯାଉଛି ବୋଲି ମନ୍ତ୍ରଣାଳୟ ପୋଷ୍ଟ କରି ସୂଚନା ଦେଇଛି। 

ପଢନ୍ତୁ- India Justice Report 2025: ଭାରତରେ ୧୦ ଲକ୍ଷ ଲୋକଙ୍କ ପାଇଁ କେବଳ ୧୫ ଜଜ୍, ଲ’ କମିଶନ ସୁପାରିଶଠାରୁ ବହୁ ପଛରେ


ଭାରତ ସରକାର ଭାରତୀୟ ମୁସଲମାନମାନଙ୍କ ପାଇଁ ହଜ୍ ଯାତ୍ରାକୁ ସହଜ କରିବା ପାଇଁ ଉଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି କେନ୍ଦ୍ର ସରକାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟ କହିଛି “ଭାରତୀୟ ହଜ୍ କମିଟି ମାଧ୍ୟମରେ, ସାଉଦି ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି - ଉଡ଼ାଣ, ପରିବହନ, ମିନା କ୍ୟାମ୍ପସ, ରହିବା ଏବଂ ସେବା ଆଦିର ବ୍ୟବସ୍ଥା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.