‘ସରଦାର ଜୀ ୩’ର ମୋଶନ୍‌ ପୋଷ୍ଟର ରିଲିଜ୍‌, ପହଲଗାମ୍‌ ଘଟଣା ପରେ ଫିଲ୍ମରୁ ହଟିଥିଲେ ହାନିଆ ଆମିର

Published By : Prameya-News7 Bureau | June 04, 2025 IST

ନୂଆଦିଲ୍ଲୀ ୦୪/୦୬: ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ନିଜର ବହୁ ପ୍ରତିକ୍ଷୀତ ଫିଲ୍ମ ‘ସରଦାର ଜୀ ୩’ର ମୋଶନ୍‌ ପୋଷ୍ଟର ରିଲିଜ୍‌ କରିଛନ୍ତି । ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୋଷ୍ଟରକୁ ଦିଲଜିତ୍‌ ସେୟାର କରିଥିବାବେଳେ ସେଥିରେ ତାଙ୍କୁ ଅନେକ ଓଢ଼ଣା ପକାଇଥିବା ମହିଳାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । କ୍ୟାପସନ୍‌ରେ ସେ ଲେଖିଛନ୍ତି, ଏଥରକ ଡର, ପ୍ରେମ ଓ ହସ ତିନିଟି ଯାକର ତଡ୍‌କା ନେଇ ତିନି ଗୁଣା ମସ୍ତି ସହ ସର୍ଦ୍ଦାର ଜୀ ଆସୁଛି । 

ଫିଲ୍ମରେ ଦିଲଜିତ୍‌ଙ୍କ ବ୍ୟତୀତ ନୀରୁ ବାଜୱା ଓ ମାନବ ଭିଜ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମକୁ ଅମର ହୁନ୍ଦଲ ନିର୍ଦ୍ଦେଶନା ଦେଇଛନ୍ତି । ଚଳିତମାସ ୨୭ ତାରିଖରେ ଏହା ରିଲିଜ୍‌ ହେବ । ଏହି ଫିଲ୍ମ ଜରିଆରେ ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମିର ବଲିଉଡ୍‌ ଡେବ୍ୟୁ କରିବାର ଚର୍ଚ୍ଚା ହେଉଥିଲା । ତେବେ ପହଲଗାମ୍‌ ଆକ୍ରମଣ ଓ ପରବର୍ତ୍ତୀ ଉତ୍ତେଜନା ପରେ ତାଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.