ପୁରୀ ୩୦।୧: ଚଳିତ ବର୍ଷ ସରସ୍ୱତୀ ପୂଜା କେଉଁ ତାରିଖରେ ପାଳନ ହେବ ତା'କୁ ନେଇ ଦ୍ବନ୍ଦ୍ବ ଲାଗିରହିଛି । ୨ ତାରିଖ ନା ୩ ତାରିଖରେ ସରସ୍ବତୀ ପୂଜା ପାଳନ ହେବ ତା'କୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଏହି ଦ୍ଵନ୍ଦ୍ବକୁ ଦୂର କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।
ଆସନ୍ତା ଫେବୃଆରୀ ୨ ତାରିଖରେ ହିଁ ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ । ଏଥିସହ ପରମ୍ପରା ଅନୁଯାୟୀ ସରସ୍ୱତୀ ପୂଜା ଦିନ ହିଁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପଞ୍ଜିକାର ମାନଙ୍କ ସହ ପାଞ୍ଜି ସମୀକରଣ ବୈଠକରେ ସମସ୍ତ ଜାନିଯାତ୍ରା ଚୂଡ଼ାନ୍ତ ହୋଇଛି । ଏଣୁ ସେହି ନିଷ୍ପତ୍ତି ଆଧାରରେ ଫେବୃଆରୀ ୨ ତାରିଖରେ ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ପାଳନ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି ।
You Can Read: