LIVE TV

ସରକାରୀ ଛାଡ଼ ପରେ ବି GST ସଂଗ୍ରହ ୧.୯୬ ଲକ୍ଷ କୋଟି ଟଙ୍କା ପାର, ଅଭିବୃଦ୍ଧି ହାର ୪.୬%

NEWS7
sara-pilot-gale-supreme-court

ନୂଆଦିଲ୍ଲୀ ୧।୧୧ : ଅକ୍ଟୋବର ମାସର ଜିଏସଟି ସଂଗ୍ରହ ସମ୍ପର୍କିତ ତଥ୍ୟ ସରକାର ଶନିବାର ଜାରି କରିଛନ୍ତି। ତଥ୍ୟ ଅନୁସାରେ ଅକ୍ଟୋବର ମାସରେ ୧.୯୬ଲକ୍ଷ କୋଟି ଟଙ୍କା ଜିଏସଟି ଅସୁଲ ହୋଇଛି, ଯାହା ବାର୍ଷିକ ଆଧାରରେ ୪.୬% ଅଧିକ ବୋଲି କୁହାଯାଇଛି। ତେବେ ୪ ମାସ ପୂର୍ବର ଜିଏସଟି ସଂଗ୍ରହ ଅକ୍ଟୋବର ମାସରେ ୪.୬% କମି ଯାଇଛି। ସେହିପରି ପିଛିଲା ମାସ ତୁଳନାରେ ଜିଏସଟି ସଂଗ୍ରହ ୧.୮ ଲକ୍ଷ କୋଟି ଟଙ୍କା ରହିଛି। ଉଲ୍ଲେଖଯୋଗ୍ୟ ଯେ ମେ ମାସରେ ଶେଷ ଥର ଜିଏସଟି କର ସଂଗ୍ରହ ୨ଲକ୍ଷ କୋଟି ଟଙ୍କା ପାର କରିଥିଲା।

ରୋଷେଇ ସାମଗ୍ରୀରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଓ ଅଟୋ ମୋବାଇଲ ସହିତ ୩୭୫ଟି ଜିନିଷ ଉପରେ ନୂଆ ଜିଏସଟି ହାର ଦେଶରେ ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହୋଇଥିଲା। ସେଦିନ ନବରାତ୍ରିର ପ୍ରଥମ ଦିନ ଥିଲା ଓ ଏହି ସମୟରେ ନୂଆ ସାମଗ୍ରୀ କିଣାକିଣି ଶୁଭ ମନେକରାଯାଏ। ଜାରି ସରକାରୀ ଡାଟା ଅନୁସାରେ ଅକ୍ଟୋବରରେ ନେଟ ଜିଏସଟି ସଂଗ୍ରହ ପାଖାପାଖି ୧.୯୬ଲକ୍ଷ କୋଟି ଟଙ୍କା ରହିଛି। ଏହା ଅକ୍ଟୋବର ୨୦୨୪ ରେ ହୋଇଥିବା ୧.୮୭ଲକ୍ଷ କୋଟି ଟଙ୍କା ସଂଗ୍ରହ ଠାରୁ ୪.୬% ଅଧିକ।

ଚଳିତବର୍ଷ ଅଗଷ୍ଟ ଓ ସେପ୍ଟେମ୍ବରରେ ଟ୍ୟାକ୍ସ କଲେକ୍ସନ କ୍ରମଶଃ ୧.୮୬ ଲକ୍ଷ କୋଟି ଓ ୧.୮୯ କୋଟିରୁ ସାମାନ୍ୟ କମ୍ ଥିଲା। ତେବେ ଅକ୍ଟୋବରରେ ଜିଏସଟି ସଂଗ୍ରହ ବାର୍ଷିକ ଆଧାରରେ ୪.୬%ର ବୃଦ୍ଧି ଗତମାସରେ ଦେଖା ଯାଇଥିବା ପାଖାପାଖି ୯% ହାରାହାରି ବୃଦ୍ଧିଠୁ କମ୍ ରହିଛି। ସେହିପରି ଜିଏସଟି ରିଫଣ୍ଡ ମଧ୍ୟ ବାର୍ଷିକ ଆଧାରରେ ୩୯.୬% ବଢି ୨୬,୯୩୪ କୋଟି ଟଙ୍କାକୁ ପହଞ୍ଚିଛି। ଅକ୍ଟୋବର ୨୦୨୫ରେ ନେଟ୍ ଜିଏସଟି ରେଭିନ୍ୟୁ ୧.୬୯ଲକ୍ଷ କୋଟି ଟଙ୍କା ରହିଛି, ଏହା ପିଛିଲା ବର୍ଷର ଏହି ସମୟ ତୁଳନାରେ ୦.୨% ଅଧିକ।