ସୈଫ୍‌ଙ୍କ ଘରେ ବାଜିବ ଶାହାନାଇ ! ଲୁଚିଛପି ବିଜ୍‌ନେସ୍‌ମ୍ୟାନ ସହ ନିର୍ବନ୍ଧ କଲେ ସାରା

Published By : Prameya-News7 Bureau | May 20, 2024 IST

ମୁମ୍ଵାଇ ୨୦।୦୫: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ। ସେ ଖୁବ କମ ସମୟ ମଧ୍ୟରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସାରା ଅଲି ଖାନ ତାଙ୍କ ଲଭ ଲଇଫକୁ ନେଇ ପ୍ରାୟ ଚର୍ଚ୍ଚାରେ ଥାଆନ୍ତି। କାର୍ତ୍ତିକ ଆର୍ଯ୍ୟନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଶୁବମାନ ଗିଲଙ୍କ ସହ ତାଙ୍କ ନାମ ଯୋଡି ହୋଇଛି। ବର୍ତ୍ତମାନ ତାଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସୁଛି।  ଏବେ, ଖବର ଆସିଛି ଯେ ସାରା ତାଙ୍କ ପାଇଁ ଜୀବନସାଥୀକୁ ବାଛି ସାରିଛନ୍ତି । ଏହି ଅଭିନେତ୍ରୀ ଖୁବ ଶୀଘ୍ର କନିଆ ସାଜିବାକୁ ଯାଉଛନ୍ତି। ଏକ ପୋଷ୍ଟ ସାମ୍ନାକୁ ଆସିଛିଯେଉଁଥିରେ ସେମାନଙ୍କର ବିବାହ ବିଷୟରେ ସୂଚନା ଲେଖାଯାଇଛି ଏହି ପୋଷ୍ଟ ପଢିବା ପରେ ସାରାଙ୍କ ସମସ୍ତ ପ୍ରଶଂସକ ଖୁସି ଅଛନ୍ତି ଭାଇରାଲ୍ ପୋଷ୍ଟରେ ବିଭିନ୍ନ ପ୍ରତିକ୍ରିୟା ଦେଖାଯାଉଛି । ଏବଂ ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।



ରିପୋର୍ଟ ଅନୁଯାୟୀ, ସୈଫ୍‌ ଅଲି ଖାନଙ୍କ ଲାଡଲୀ ତାଙ୍କ ସ୍ଵପ୍ନର ରାଜକୁମାରଙ୍କୁ ପାଇଛନ୍ତି। ଖୁବ୍‌ ଶୀଘ୍ର ସୈଫ ଏବଂ କରୀନାଙ୍କ ଘରେ ବାଜିବାକୁ ଯାଉଛି ଶାହାନାଇ । ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟରେ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ ସାରା ଅଲି ଖାନ ଜଣେ ଧନୀ ବ୍ୟବସାୟୀଙ୍କ ସହ ଏନଗେଜମେଣ୍ଟ କରି ସାରିଛନ୍ତି ଏବଂ ସେ ତାଙ୍କୁ ହିଁ ବିବାହ କରିବେ। ଏହି ପୋଷ୍ଟରେ ଲେଖାଯାଇଛି ଯେ ସାରା ଏନଗେଜମେଣ୍ଟ କରିସାରିଛନ୍ତି ଏବଂ ସେ ଚଳିତ ବର୍ଷ ବିବାହ କରିବେ। ସେ ଖୁବ ଶୀଘ୍ର ମେଟ୍ରୋ ଇନ ଦିନୋଁର ଶୁଟିଂ ଶେଷ କରିବେ। ଏବେ ଯାଏଁ ସେ କୌଣସି ନୂଆ ଫିଲ୍ମ ସାଇନ କରିନାହାଁନ୍ତି। 




ହା ବ୍ୟତୀତ ଏହିହି ପୋଷ୍ଟରେ ଦାବି କରାଯାଇଛି ଯେ ଯେଉଁ ବ୍ୟକ୍ତି ସାରା ଅଲି ଖାନଙ୍କୁ ବିବାହ କରିବାକୁ ଯାଉଛନ୍ତି ସେ ତାଙ୍କୁ ବହୁତ ଭଲ ପାଆନ୍ତି। ସାରା ମଧ୍ୟ ବହୁତ ଖୁସି ଏବଂ ତାଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କକୁ ଅନୁମୋଦନ କରିଛନ୍ତି। ତେବେ ଏହି ଦାବି ସମ୍ପର୍କରେ ସାରା ଅଲି ଖାନ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ସେ ଖୁବ ଶୀଘ୍ର ତାଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.