ଏଫଏମ୍ ଛାତ୍ରୀ ଆତ୍ମାହୁତି ଘଟଣାକୁ ତେଜୁଛି ରାଜନୀତି, ଆଲୋଚନା ଦାବି କଲେ କୋରାପୁଟ ସାଂସଦ

Published By : Prameya-News7 Bureau | July 21, 2025 IST

ନୂଆଦିଲ୍ଲୀ ୨୧/୦୭: ଦିଲ୍ଲୀରେ ଶୁଭିଲା ଏଫଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ଘଟଣା । ଓଡ଼ିଶା ରାଜନୀତି ସରଗରମ ହେବା ସହ ଏହାର ପ୍ରତିଧ୍ୱନି ସଂସଦରେ ମଧ୍ୟ ଶୁଣିବାକୁ ମିଳିଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ଆଲୋଚନା ପାଇଁ ଦାବି ହୋଇଛି । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ସୋମବାର ଦିନ ସଂସଦରେ ଏହି ପ୍ରସଙ୍ଗ ଉଠାଇ ତୁରନ୍ତ ଆଲୋଚନା ପାଇଁ ଦାବି କରିଛନ୍ତି। ଛାତ୍ରୀଙ୍କ ଆତ୍ମାହୁତି ଘଟଣା ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି କରିଥିବାବେଳେ ଏହାକୁ ସଂସଦରେ ଉଠାଯାଇଛି । 

କଂଗ୍ରେସ ଦଳ ମଧ୍ୟ ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ଛାତ୍ରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଆଗାମୀ ମୌସୁମୀ ଅଧିବେଶନ ସମୟରେ ସଂସଦ ଘେରାଉ କରିବାକୁ ଘୋଷଣା କରିଛି । ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଏହି ଘୋଷଣା କରିବା ସହ ଓଡ଼ିଶାର ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । 

ସେପଟେ ଘଟଣାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦାବିରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.