ମୁମ୍ୱାଇ ୨୪/୦୩: ଷ୍ଟାଣ୍ଡ-ଅପ୍ କମେଡିଆନ କୁନାଲ କାମରାଙ୍କୁ ନେଇ ପୁଣି ଚର୍ଚ୍ଚା । ଖାସ୍ କରି ନିଜ କମେଡି ପାଇଁ ବିବାଦରେ ଛନ୍ଦି ହୋଇ ପଡିଛନ୍ତି କୁନାଲ । ଏକନାଥ ସିନ୍ଦେଙ୍କୁ ନେଇ କମେଡି କରିବା ଏବେ ତାଙ୍କୁ ପଡିଛି ମହଙ୍ଗା । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ତେଜିଛି ବିବାଦ । କହିବାକୁ ଗଲେ ଷ୍ଟାଣ୍ଡଅପ୍ କମେଡିଆନ୍ କୁନାଲ କାମରାଙ୍କ ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ନେଇ ଥଟ୍ଟା କରିଥିଲେ ।
ଏହାପରେ ଏହି ଶୋ’ରେ ଉତ୍ତେଜନା ଦେଖାଦେଇଥିଲା। କମେଡିଆନଙ୍କ ଟିପ୍ପଣୀକୁ ସହଜରେ ଗ୍ରହଣ କରିନଥଲେ ଶିବସେନା କର୍ମକର୍ତ୍ତା। କାର୍ଯ୍ୟକ୍ରମ ଚାଲିଥିବା ଦ ୟୁନିକଣ୍ଟିନେଣ୍ଟାଲ ମୁମ୍ବାଇ ହୋଟେଲକୁ ଆସି ବ୍ୟାପକ ଭଙ୍ଗାରୁଜା ସହ ହଙ୍ଗାମା କରିଥିଲେ ଏହାସହିତ ସେଠାରେ ଥିବା କର୍ମଚାରୀଙ୍କୁ ମଧ୍ୟ ଧମକଚମକ ଦେଇଥିଲେ।
ସୂଚନା ଥାୁଉିକ, କମେଡି କରିବା ସମୟରେ କୁନାଲ କାମରା ଗୋଟିଏ ଗୀତ ଗାଇଥିଲେ । ଏହାକୁ ନେଇ ଆପତ୍ତି ଉଠାଇଥିଲେ ଶିବସେନା କର୍ମୀ । ଏହି କାର୍ଯ୍ୟକ୍ରମର ଭିଡିଓ କିଛି ଘଣ୍ଟା ପୁର୍ବରୁ କାମରା ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏହି ଭିଡିଓରେ ସେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଷୟରେ ଅପମାନଜନକ କଥା କହିଛନ୍ତି ବୋଲି ଦାବି କରାଯାଉଛି ।
ଏହା ପରେ ଶିବସେନା ସିନ୍ଦେ ସମର୍ଥକମାନେ କ୍ରୋଧିତ ହୋଇ କାମରାଙ୍କ ମୁମ୍ବାଇ ଷ୍ଟୁଡିଓରେ ଭଙ୍ଗାରୁଜା କରିଥିଲେ। ଏବେ ଶିବସେନା ଯୁବ ସେନା (ସିନ୍ଦେ ଗୋଷ୍ଠୀ)ର ସାଧାରଣ ସମ୍ପାଦକ ରାହୁଲ କାନାଲ ଏବଂ ଅନ୍ୟ ୧୯ ଜଣଙ୍କ ବିରୁଦ୍ଧରେ ହାବିଟାଟ୍ ଷ୍ଟାଣ୍ଡଅପ୍ କମେଡି ସେଟ୍ ଭଙ୍ଗାରୁଜା କରିବା ଅପରାଧରେ ଏଫଆଇଆର ରୁଜୁ କରାଯାଇଛି।
Maharashtra ❤️❤️❤️ pic.twitter.com/FYaL8tnT1R
— Kunal Kamra (@kunalkamra88) March 23, 2025
ଷ୍ଟାଣ୍ଡ ଅପ୍ କମେଡିଆନ୍ କୁନାଲ କାମରା ଏକ ଗୀତ ଗାଇଛନ୍ତି ଯେଉଁଥିରେ ଦାବି କରାଯାଉଛି ଯେ କାମରା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଷୟରେ ଅପମାନଜନକ କଥା କହିଛନ୍ତି। ଏହା ପରେ, ଶିବସେନା ସିନ୍ଦେଙ୍କ ସମର୍ଥକମାନେ କାମରାଙ୍କ ଭିଡିଓ ଉପରେ କ୍ରୋଧିତ ହୋଇ ହାସ୍ୟ ଅଭିନେତାଙ୍କ ମୁମ୍ବାଇ ଷ୍ଟୁଡିଓରେ ଭଙ୍ଗାରୁଜା କରିଥିଲେ। ଷ୍ଟୁଡିଓରେ ଭଙ୍ଗାରୁଜା ଯୋଗୁଁ, ଏକନାଥ ସିନ୍ଦେଙ୍କ ଦଳ ଶିବସେନା ନେତା କୁନାଲ ସରମଲକରଙ୍କ ସମେତ ଅନେକ କର୍ମୀଙ୍କୁ ପୋଲିସ ଅଟକ ରଖିଛି। ଶିବସେନାର ଯୁବସେନା ସମ୍ପାଦକ ରାହୁଲ କାନାଲଙ୍କୁ ଆଜି ଭୋର ୪ଟାରେ ଖାର ପୋଲିସ ତାଙ୍କ ଘରେ ଅଟକ ରଖିଛି ।
ଭିଡିଓକୁ ନେଇ ବିବାଦ ପରେ ଏହି ହାସ୍ୟ ଅଭିନେତା ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ମଧ୍ୟ ଏକ ପ୍ରତିକ୍ରିୟା ଦେଇଛନ୍ତି। କୁନାଲ କାମରା ପ୍ରଥମେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାଙ୍କର ଭିଡିଓ ପୋଷ୍ଟ କରିଥିଲେ, ତା’ପରେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ ଯେଉଁଥିରେ ସେ ସମ୍ବିଧାନର ଏକ କପି ଧରିଛନ୍ତି। ଏହି ଫଟୋ ପୋଷ୍ଟ କରିବା ସମୟରେ ସେ ଲେଖିଛନ୍ତି, ଆଗକୁ ବଢ଼ିବାର ଏକମାତ୍ର ଉପାୟ।