ଉଦଳା ୨।୬: ମାତିଲେ ମାଫିଆ । ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ଓ ଗାଡି ଭାଙ୍ଗିଲେ । ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ । ଗାଡ଼ି ଭାଙ୍ଗି ଚୁରମାର । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଘଟିଛି ।
ସୂଚନାଯୋଗ୍ୟ ଯେ, କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ସୋମବାର ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟରୁ ନିଜ କାର୍ ଧରି ବାହାରିଥିଲେ । ସେହି ସମୟରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଫିଆ ମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ । ଏହାପରେ ମାଫିଆ ମାନେ ତାଙ୍କୁ ଘେରିଯାଇଥିଲେ । କୌଶଳକ୍ରମେ ସେଠାରୁ ଅତିରିକ୍ତ ତହସିଲଦାର ବାହାରି କପ୍ତିପଦା ଥାନାକୁ ଆସୁଥିବା ବେଳେ କପ୍ତିପଦା ଥାନା ସମ୍ମୁଖରେ ୧୦ରୁ ଅଧିକ ବାଲି ମାଫିଆ ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଇଟା ଓ ପଥର ମାଡ଼ କରିଥିଲେ । ଫଳରେ ତାଙ୍କ ଭାଙ୍ଗି ଚୁରମାର ହେବା ସହିତ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ କଲର ଧରି ଘୋଷାଡ଼ିବା ସହ ମାଡ଼ ମଧ୍ୟ ମାରିଥିଲେ ।
ଥାନା ସମ୍ମୁଖରେ ଏଭଳି ଘଟଣା ଘଟାଇବା ପରେ ମାଫିଆ ମାନେ ଫେରାର ହୋଇଯାଇଥିଲେ । ସେପଟେ ଜୀବନ ପ୍ରତି ବିପଦ ଥିବା ଜାଣି ଅତିରିକ୍ତ ତହସିଲଦାର ଥାନାକୁ ଆସିଥିବା ବେଳେ ଥାନା ଗେଟ୍ ବନ୍ଦ ଥିବାରୁ ମାଫିଆ ମାନେ ତାଙ୍କୁ ଆକ୍ରମଣ କରିଥିବା ଅତିରିକ୍ତ ତହସିଲଦାର କହିଛନ୍ତି ।
You Can Read:
ରାଜଧାନୀରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ, ହସ୍ପିଟାଲରେ ମୃତଦେହ ଛାଡି ପଳାଇଲା