LIVE TV

କାହିଁକି ଭଙ୍ଗାଯାଇନାହିଁ ଅସୁରକ୍ଷିତ କୋଠା ? HCରେ ଏଡିଏମ୍‌ଙ୍କ ଜବାବ- ଖୁବ୍‌ଶୀଘ୍ର ଭଙ୍ଗାଯିବ ଅସୁରକ୍ଷିତ କୋଠା

NEWS7
sand-mafia-attacked-by-forest-officials-in-dhenkanal

କଟକ ୨୦୧୧କଟକ ମଣିସାହୁ ଛକ କୋଠା ବାଲକୋନୀ ଭୁଶୁଡିବା ଘଟଣାକୁ ଖୁବ୍ ଗମ୍ଭୀରତାର ସହ ନେଇଛନ୍ତି ହାଇକୋର୍ଟ । ସହର ଭିତରେ ଏଭଳି କେତେ ଅସୁରକ୍ଷିତ କୋଠା ଅଛିତାକୁ ଭାଙ୍ଗିବାରେ ବିଳମ୍ବ କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ହାଇକୋର୍ଟରେ ଜବାବ ରଖିଲେ କଟକ ଅତିରିକ୍ତ ଜିଲ୍ଲାପାଳ । ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଜବାବ ରଖିଛନ୍ତି 

କଟକ ଅତିରିକ୍ତ ଜିଲ୍ଲାପାଳ ଦେଇଥିବା ତଥ୍ୟ ମୁତାବକସହର ଭିତରେ ଏବେ ୨୨୧ଟି ଅସୁରକ୍ଷିତ କୋଠା ରହିଛି । ସେଥିମଧ୍ୟରୁ ୨୧୯ଟି ହେଉଛି ସରକାରୀ ଘର । ତେବେ ସେସବୁକୁ ଭାଙ୍ଗିବା ଲାଗି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆସରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । କିନ୍ତୁ କେବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ଆଗାମୀ ତାରିଖ ସୁଦ୍ଧା ନିର୍ଦ୍ଧିଷ୍ଟ ତଥ୍ୟ ଦେବାକୁ କଟକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୯ ତାରିଖ ଦିନ କଟକ ମଣିସାହୁ ଛକରେ ଘଟିଥିଲା ଅଘଟଣ । ବିଲଡିଂର ବାଲକୋନୀ ଭୁଶୁଡି ପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।