Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁମ୍ବାଇ କ୍ରୁଜ ଡ୍ରଗକେସ୍: ସମୀର ୱାଙ୍ଖଡେଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି, ୨ ସପ୍ତାହ ପର୍ଯ୍ୟନ୍ତ ଗିରଫ କରିପାରିବନି CBI

8/06/2023 at 5:44 PM

ମୁମ୍ବାଇ ୮।୬: ଏନସିବିର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ୱାଙ୍ଖଡେଙ୍କ ସିବିଆଇ ଗିରଫଦାରୀ ଉପରେ କୋର୍ଟ ୨ ସପ୍ତାହ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। କୋର୍ଟଙ୍କ ଏହି ରୋକ ପରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ୱାଙ୍ଖଡେଙ୍କ ସିବିଆଇ ଗିରଫଦାରୀ ଟଳି ଯାଇଛି। ଏହି ମାମଲାର ପରବର୍ତ୍ତି ଶୁଣାଣି ଜୁନ ୨୩ ତାରିଖରେ ହେବ। ଉଲ୍ଲେଖଯୋଗ୍ୟ ଯେ ସିବିଆଇ ଆର୍ୟନ ଖାନ ମାମଲାରେ ୱାଙ୍ଖଡେଙ୍କ ଅସୁଲି ଯୋଜନାକୁ ନେଇ ଯାଞ୍ଚ କରୁଛି।

ଅଷ୍ଟ୍ରେଲିଆରେ ବ୍ୟାନ୍‌ ହେବ ନାଜୀ ପ୍ରତୀକ, ଆସିବ ଆଇନ୍‌, ଜାଣନ୍ତୁ କାହିଁକି ନିଆଗଲା ନିଷ୍ପତ୍ତି ?

ତେବେ କୋର୍ଟ ପୂର୍ବରୁ ସମୀର ୱାଙ୍ଖଡେ ମୁମ୍ବାଇ ପୋଲିସ କମିଶନରଙ୍କୁ ଏକ ଚିଠି ଲେଖି ତାଙ୍କ ଲାଗି ସୁରକ୍ଷା ନିବେଦନ କରିଥିବାର ଜଣାପଡିଛି। ଗତ କିଛି ଦିନ ହେଲା ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଜୀବନରେ ମାରି ଦେବା ଲାଗି ଧମକ ମିଳୁଥିବା ୱାଙ୍ଖଡେ ତାଙ୍କ ପତ୍ରରେ ମୁମ୍ବାଇ ପୋଲିସ କମିଶନରଙ୍କୁ ସୂଚିତ କରିଛନ୍ତି। ୱାଙ୍ଖଡେ ତାଙ୍କର ଜଣେ ପ୍ରତିନିଧିଙ୍କ ଜରିଆରେ ଦକ୍ଷିଣ ମୁମ୍ବାଇ ପୋଲିସ କମିଶନରେଟକୁ ଏହି ପତ୍ର ପଠାଇଥିବା ଜଣାପଡିଛି।

ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ କାର୍ଡେଲିୟା କ୍ରୁଜ ମାଦକ ପଦାର୍ଥ ମାମଲାରେ ନ ଫଶାଇବା ପାଇଁ ତାଙ୍କଠାରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ସିବିଆଇ ୱାଙ୍ଖଡେ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ମେ ୧୧ ତାରିଖ ଦିନ ଏକ ମାମଲା ରୁଜୁ କରିଥିଲା।

ଦୁଇ ହଜାର ଟଙ୍କିଆ ନୋଟ୍ ପରେ ପ୍ରତ୍ୟାହାର ହେବ କି ୫୦୦ ଟଙ୍କିଆ ନୋଟ୍ ? RBI ଗଭର୍ଣ୍ଣର ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ୱାଙ୍ଖଡେଙ୍କ ବିରୋଧରେ କଥିତ ଅପରାଧିକ ଷଡ଼ଯନ୍ତ୍ର ଓ ଜୋର ଜବରଦସ୍ତ ଆଦାୟ ଲାଗି ଧମକ ସହିତ ଭ୍ରଷ୍ଟାଚାର ନିବାରଣ ଅଧିନିୟମରେ ଲାଞ୍ଚ ସମ୍ପର୍କିତ ପ୍ରାବଧାନରେ ମୋକଦ୍ଦମା ରୁଜୁ ହୋଇଛି। ମାମଲାରେ ସିବିଆଇ ୱାଙ୍ଖଡେଙ୍କୁ ଶନିବାର ଓ ରବିବାର ଡକାଇବା ସହ ପଚରା ଉଚରା ମଧ୍ୟ କରିଥିଲା। ଏଥିରେ ଆଇଆରଏସ୍ ଅଧିକାରୀ ୱାଙ୍ଖଡେ ଗତ ୪ ଦିନ ହେଲା ସୋସିଆଲ ମିଡିଆରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ କେହି ଜୀବନରେ ମାରିବାକୁ ଧମକ ଦେବା ସହ ଆପତ୍ତିଜନକ ବାର୍ତ୍ତା ଦେଉଥିବାର ଅଭିଯୋଗ କରିଛନ୍ତି।  

   Related Posts