Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁଇ ହଜାର ଟଙ୍କିଆ ନୋଟ୍ ପରେ ପ୍ରତ୍ୟାହାର ହେବ କି ୫୦୦ ଟଙ୍କିଆ ନୋଟ୍ ? RBI ଗଭର୍ଣ୍ଣର ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

8/06/2023 at 5:24 PM

ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ ଭଳି ୫୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରି ନେବେ କି ସରକାର ? ଏମିତି ବି ଶୁଣିବାକୁ ମିଳୁଛି ୧୦୦ ଟଙ୍କିଆ ନୋଟ୍‌‌ ବି ପୁଣିଥରେ ପ୍ରଚଳିତ ହେବ। ଏଭଳି ଖବର ପ୍ରଚାର ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ଦେଶରେ ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ ନାହିଁ କି ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳିତ କରିବା କରାଯିବ ନାହିଁ। ଏନେଇ କୌଣସି ଯୋଜନା ନାହିଁ ବୋଲି ଗଭର୍ଣ୍ଣର କହିଛନ୍ତି।

ଗୁଜବ ଏତେ ବ୍ୟାପିଛି ଯେ ସୋସିଆଲ୍ ମିଡିଆରେ ନକଲି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ଫଟୋ ଭାଇରାଲ୍ ହେବାରେ ଲାଗିଛି। କେବଳ ୫୦୦ କି ହାଜାରେ ନୁହେଁ, ୩୫୦, ୨, ଓ ୫ ଟଙ୍କିଆର ନକଲି ନୋଟ ଭାଇରାଲ୍ ହେଉଛି। ଏହି ଫଟୋକୁ ନେଇ ନାନା ଗୁଜବ ପ୍ରକାଶ ପାଉଛି। ତେଣୁ ନାଗରିକଙ୍କୁ ସଚେତନ କରିବାକୁ ଆର୍‌ବିଆଇ ଗଭର୍ଣ୍ଣର ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି।

Beware! These pictures of fake Rs 1000 notes, coins are doing rounds on WhatsApp
ନକଲି ୧୦୦୦ ଟଙ୍କିଆ ନୋଟ୍‌ ଭାଇରାଲ୍

ପଢ଼ନ୍ତୁ – ଆରବିଆଇର ମୁଦ୍ରା ନୀତି ଘୋଷଣା, ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ଏନେଇ ସେ କହିଛନ୍ତି “ ଆର୍‌ବିଆଇ ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଚିନ୍ତା କରିନି କି ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିବାକୁ କଥା ଚିନ୍ତା କରିନି। ତେଣୁ ଜନତାଙ୍କୁ ଅନୁରୋଧ ଯେ ଆଗୁଆ ଆକଳନ ନ କରନ୍ତୁ।” ୨୦୨୪ ଆର୍ଥିକ ବର୍ଷର ଦ୍ୱିତୀୟ ଦୁଇ ମାସିକ ଆର୍ଥିକ ନୀତିର ଅନାବରଣ ବେଳେ ସାମ୍ବାଦିକ ସମ୍ମିଳନୀର ଏପରି କହିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର।  

ସେହିପରି ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ସମ୍ପର୍କରେ ସୂଚନା ଦେଇ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧.୨୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ହୋଇଛି।

1000, 350 Rupees New Note and 125 Rs Coin Viral Photo Fact Check: Has  Reserve Bank of India Released New Currency? No, It's Fake News
ନକଲି ଭାଇରାଲ ଟଙ୍କା

ଶ୍ରୀ ଦାସ କହିଛନ୍ତି “ମୋଟ ୩.୬୨ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳିତ ଥିଲା। ପ୍ରତ୍ୟାହାର ଘୋଷଣା ପରେ ସେଥିରୁ ୧.୮ ଲକ୍ଷ କୋଟି ଟଙ୍କାର ୨୦୦୦ ନୋଟ୍ ପ୍ରତ୍ୟାହାର ହୋଇଛି। ଏହି ମୂଲ୍ୟ ପ୍ରଚଳିତ ମୋଟ ୨୦୦୦ ଟଙ୍କିଆ ନୋଟ୍‌ର ପାଖାପାଖି ୫୦ ପ୍ରତିଶତ ହେବ। ଏପର୍ଯ୍ୟନ୍ତ ବ୍ୟାଙ୍କକୁ ଫେରିଥିବା ମୋଟ ୨୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୮୫ ପ୍ରତିଶତ ଡିପୋଜିଟ୍ ଆକାରରେ ଫେରିଥିବା ବେଳେ ବାକି ବଦଳି କରାଯାଇଛି।”

ପଢ଼ନ୍ତୁ –RBIଙ୍କ ବଡ଼ ଘୋଷଣା, ସବୁ ବ୍ୟାଙ୍କ ଜାରି କରିପାରିବେ RuPay ପ୍ରିପେଡ ଫୋରେକ୍ସ କାର୍ଡ

ସୂଚନା ଥାଉକି ମେ ୧୯ ତାରିଖରେ ଆର୍‌ବିଆଇ ୨୦୦୦ ଟଙ୍କିଆ ନୋଟ୍‌କୁ ପ୍ରଚଳନରୁ ପ୍ରତ୍ୟାହାର କରିଥିଲା। ତେବେ ଏହା କେବଳ ପ୍ରତ୍ୟାହାର କରାଯାଇଛି ବିମୁଦ୍ରୀକରଣ କରାଯାଇ ନାହିଁ ବୋଲି ଶ୍ରୀ ଦାସ ଘୋଷଣା କରିଥିଲେ। ଗ୍ରାହକମାନେ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କିମ୍ବା ବଦଳି କରିପାରିବେ ବୋଲି ଶକ୍ତିକାନ୍ତ ଦାସ ଘୋଷଣା କରିଥିଲେ।      

Shaktikanta Das | Reserve Bank of India governor Shaktikanta Das defends  rate strategy - Telegraph India

   Related Posts