ଅଷ୍ଟ୍ରେଲିଆରେ ବ୍ୟାନ୍ ହେବ ନାଜୀ ପ୍ରତୀକ, ଆସିବ ଆଇନ୍, ଜାଣନ୍ତୁ କାହିଁକି ନିଆଗଲା ନିଷ୍ପତ୍ତି ?
8/06/2023 at 4:51 PM

ନୂଆଦିଲ୍ଲୀ, ୦୮/୦୬: ଅଷ୍ଟ୍ରେଲିଆରେ ବ୍ୟାନ ହେବ ନାଜୀ ପ୍ରତୀକ ଏବଂ ତାହା ସହ ଜଡ଼ିତ ସମାଗ୍ରୀ। ସର୍ବସାଧାରଣ ଭାବରେ ନାଜୀ ସାଲ୍ୟୁଟ୍ ଏବଂ ନାଜୀ ପ୍ରତୀକ ପ୍ରଦର୍ଶନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ। ଏଥିପାଇଁ ଖୁବ୍ଶୀଘ୍ର ଅଷ୍ଟ୍ରେଲିଆରେ ଆସିବ ନୂଆ ଆଇନ୍। ଗୁରୁବାର ଦେଶର ଆଟର୍ଣ୍ଣୀ ଜେନେରାଲ ମାର୍କ ଡ୍ରେଫୁସ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହି ନିୟମ ପରେ ନାଜି ଚିତ୍ର ଯେମିତିକି ସ୍ବସ୍ତିକ, ନାଜୀ ପାର୍ଟୀର ପାରାମିଲିଟାରୀ ଓ୍ବିଙ୍ଗ ସହ ଜଡ଼ିତ ଚିହ୍ନ ଯେପରିକି ଉଜ୍ବଳମୟ ବିଜୁଳି ଚିହ୍ନ ଆଦି ବ୍ୟାନ କରାଯିବ। ଏହି ଆଇନ ଅନୁଯାୟୀ, ନାଜୀ ପତାକା, ଆର୍ମବ୍ୟାଣ୍ଡ ଏବଂ ନାଜୀ ପ୍ରତୀକ ଥିବା କପଡ଼ା ଉପରେ ମଧ୍ୟ ବ୍ୟାନ୍ ଲଗାଯିବ। କେବଳ ସେତିକି ନୁହେଁ ନାଜୀ ସାଲ୍ୟୁଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ।
ଆହୁରି ପଢ଼ନ୍ତୁ: ଇଟାଲୀ ଇତିହାସରେ ପ୍ରଥମ: ସଂସଦ ଭିତରେ ନିଜ ପୁଅକୁ ସ୍ତନ୍ୟପାନ କରାଇଲେ ମହିଳା ସାଂସଦ, ସବୁ ଦଳ କଲେ ସମର୍ଥନ
ଏଭଳି ଚିହ୍ନକୁ ବ୍ୟାନ ଘୃଣା କରିବା ଦରକାର: ମାର୍କ ଡ୍ରେଫୁସ
ଅଷ୍ଟ୍ରେଲିଆ ଗଣମାଧ୍ୟମରେ ମାର୍କ ଡ୍ରେଫୁସ୍ କହିଛନ୍ତି ଯେ, ’‘ଦୁଃଖର ବିଷୟରେ ଆମେ ନିଜ ସମାଜରେ ଏହି ନାଜୀ ପ୍ରତୀକ ଦେଖୁଛୁ। ଏଭଳି ଘୃଣ୍ୟ ପ୍ରତୀକର ଅଷ୍ଟ୍ରେଲିଆ ସମାଜରେ କୌଣସି ସ୍ଥାନ ନାହିଁ। ଲୋକଙ୍କୁ ଏହାକୁ ଦେଖାଇବା ବଦଳରେ ଘୃଣା କରିବା ଦରକାର। ଲୋକଙ୍କୁ ଏଭଳି ଚିହ୍ନ ବିକି କୌଣସି ପ୍ରକାରର ଲାଭ ରଖିବାକୁ ଦିଆଯିବ ନାହିଁ। କିମ୍ବା ଏଭଳି ଚିନ୍ତାଧାରକୁ ପ୍ରସୟ ଦିଆଯିବ ନାହିଁ। ଏହି ଆଇନକୁ ଆଗାମୀ ସପ୍ତାହରେ ଅଷ୍ଟେ୍ରଲିଆ ସଂସଦରେ ଉପସ୍ଥାପନ କରାଯିବ।’’ କୁହାଯାଉଛି ଏହି ଆଇନକୁ ବିରୋଧୀଙ୍କ ସମର୍ଥନ ମଧ୍ୟ ମିଳିପାରେ।
କାହିଁକି ଅଣାଯାଇଛି ଆଇନ ?
ପ୍ରକୃତରେ ଅଷ୍ଟ୍ରେଲିଆର ଗୁଇନ୍ଦା ଏଜେନ୍ସୀ ତରଫରୁ ଲଗାତାର ଚେତାବନୀ ଦିଆଯାଉଛି ଯେ, ଦେଶରେ ଦକ୍ଷିଣପନ୍ଥୀ ସମୂହଙ୍କ ସଂଖ୍ୟା ବଢ଼ୁଛି। ଏହା ସମୂହ ଖୁବ୍ ସଂଗଠିତ। ମାର୍ଚ୍ଚରେ ନିୟୋ-ନାଜି ଗ୍ରୁପ୍ ମେଲବର୍ଣ୍ଣ ଟ୍ରାନ୍ସଜେଣ୍ଡରଙ୍କ ଅଧିକାରର ଦାବି କରୁଥିବା ଲୋକଙ୍କ ସହ ଗଣ୍ଡଗୋଳ କରିଥିଲେ। ସଂସଦ ଭବନ ବାହାରେ ଲୋକମାନେ ହତିଆର ସହ ନାଜୀ ସାଲ୍ୟୁଟ୍ ମାରିବାର ମଧ୍ୟ ଦେଖାଯାଇଥିଲା। ନିୟୋ ନାଜୀ ସେହି ଲୋକଙ୍କୁ କୁହାଯାଏ ଯେଉଁମାନେ ବର୍ତ୍ତମାନ ସମୟରେ ନାଜୀ ପାର୍ଟୀର ବିଚାରଧାରାରେ ବିଶ୍ବାସ ରଖିଛନ୍ତି। ଏହି ଲୋକଙ୍କ କାରଣରୁ ସମାଜ ବିଭକ୍ତ ହେବାର ବିପଦ ରହିଛି।
ଆହୁରି ପଢ଼ନ୍ତୁ: ପାର୍କରେ ପଶି ୮ ଶିଶୁଙ୍କ ସମେତ ୯ ଜଣଙ୍କୁ ଛୁରି ମାରିଲା ଦୁର୍ବୃତ୍ତ