ଭୁବନେଶ୍ୱର : ପାଠ ନୁହେଁ ଷାଠ ସାର୍ । ଏଠି ସାର୍ ମାନେ ଅଧ୍ୟାପକ। ମୁଖା ପିନ୍ଧା ପ୍ରବଞ୍ଛକ। ବ୍ଲାକମେଲ କରି ଫେବର ମାଗନ୍ତି। ଝିଅ ବୟସର ଛାତ୍ରୀଙ୍କୁ ନେଇ ରୋମାନ୍ସ କରନ୍ତି । ଏଇ ହଉଛି ତାଙ୍କ ଅସଲ ପରିଚୟ। ଖାଲି ସେତିକି ନୁହେଁ ନିଜ କାମନାରେ ଫାସରେ ପକାଇବାକୁ ସେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଅନ୍ତି ଓ ହାରସମେଣ୍ଟ କରନ୍ତି। ସେ ଶିକ୍ଷକ ନାଁରେ କଳଙ୍କ...ତାଙ୍କୁ ଦଣ୍ଡ ମିଳିବା ନିହାତି ଜରୁରୀ। FM କଲେଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ କଳା କାରନାମାର ଲମ୍ବା ଚିଠା । ତାଙ୍କ ଉଦ୍ଧତାମୀ କେବଳ ବାଲେଶ୍ୱର ନୁହେଁ ଭୁବନ ବାଜିରାଓ କଲେଜରେ ବି ଦେଖିବାକୁ ମିଳିଥିଲା ପ୍ରଥମେ। ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଏମିତି କି ସିନିଅର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ବି ମିସ୍ ବିହେଭ କରିଥିଲେ। ଯେଉଁଥିପାଇଁ ସେ ଭୁବନ କଲେଜରୁ ମାଡ଼ ଖାଇ ବିଦା ହୋଇଥିଲା। ଟିକେ ରୁହନ୍ତୁ ଏତିକିରେ ସରିନି। ତାଙ୍କ କେଳେଙ୍କାରୀ ପାଇଁ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଚନ୍ଦ୍ରଶେଖର କଲେଜରୁ ବି ତାଙ୍କୁ ବଦଳି କରାଯାଇଥିଲା।
FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ଅଭିଯୁକ୍ତ ପ୍ରଧ୍ୟାପକ ସମୀର ସାହୁ। ଗୁରୁ ଶିଷ୍ୟ ସଂପର୍କରେ ସୃଷ୍ଟି କରିଛନ୍ତି ଏକ କଳଙ୍କିତ ଅଧ୍ୟାୟ। ଯାହା କେବଳ ରାଜ୍ୟରେ ନୁହେଁ ଜାତୀୟ ସ୍ତରରେ ବି ଏବେ ଚର୍ଚ୍ଚାର। ସମୀର ସାହୁ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଦେଇଥିଲା ମାନସିକ ନିର୍ଯାତନା। ଯାହାର ପରିଣାମ ସ୍ୱରୂପ ଆକାଳରେ ଚାଲିଗଲା ଏକ ନୀରିହ ଜୀବନ। ଏହି ପ୍ରଫେସର ବାବୁଙ୍କ ଚାକିରି ରେକର୍ଡକୁ ତର୍ଜମା କଲେ କେଳେଙ୍କାରୀ ଆଉ କେଳେଙ୍କାରୀ। ସମୀର ସାରଙ୍କ ବିରୋଧରେ ଏବେ ସଙ୍ଗୀନ ଅଭିଯୋଗ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ମେମୋରିଆଲ କଲେଜର ଛାତ୍ରମାନେ । ସମୀର ସାର୍ ଗତ ୨୦୧୬ରୁ ୨୦୨୧ ମସିହା ଭୁବନ ବାଜି ରାଉତ ମେମୋରିଆଲ କଲେଜରେ ଏଜୁକେସନ ବିଭାଗର ଅଧ୍ୟାପକ ଥିଲେ। ସେ ସମୟରେ ସେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଗତ ୨୦୧୭ମସିହାରେ ସମୀର ସାରଙ୍କ ବିରୋଧରେ ତାଙ୍କ ବିଭାଗରେ ପଢ଼ୁଥିବା ଜଣେ ଛାତ୍ରୀ ଅଭିଯୋଗ ଆଣିଥିଲେ। କିନ୍ତୁ କାମୁକ ସାର୍ ବେଶ୍ କରିତକର୍ମା। ଭୁବନରେ ବଦନାମ୍ ଅଧ୍ୟାପକ କୌଶଳ କ୍ରମେ ନିଜ ନାମରେ ଏପରି ଗୁରୁତର ଅଭିଯୋଗକୁ ପ୍ରତ୍ୟାହାର କରାଇବାରେ ସକ୍ଷମ ହୋଇଥିଲେ।
ତଥାପି ତ୍ରହୀ ଦେଲେନି ଭଗବାନ୍। ଛାତ୍ରୀଙ୍କ ଅଭିଯୋଗରୁ ସିନା କୌଶଳ କ୍ରମେ ଖସିଯାଇଥିଲେ, ମାତ୍ର ଭୁବନ କଲେଜରେ ସ୍ୱଂୟ ଏକ ଘଟଣା ରେ ନିସ୍ତୁକ ମାଡ଼ ଖାଇଲେ। ଆଉ ସେଠାରୁ ସମୀର ସାର୍ ଙ୍କୁ ବିଦା ହେବାକୁ ପଡିଥିଲା । ସେ ୨୦୨୧ ମସିହାରେ ଭୁବନରୁ କେନ୍ଦୁଝର ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବଦଳି ହୋଇଯାଇଥିଲେ। ମାତ୍ର "ପ୍ରକୃତି ନୈବ ମୁଚ୍ୟତେ" ଭଳି ସେଠାରେ କିଛିଦିନ ଅବସ୍ଥାପିତ ହେବା ପରେ ମଧ୍ୟ ତାଙ୍କର ସେହି ରସିକିଆ ଗୁଣ ପୁଣି ସକ୍ରିୟ ହୋଇପଡିଥିଲା । ସେଠାରେ ବି ଜଣେ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ସେ ଧରା ପଡ଼ିଗଲେ । ସେ କ୍ଲାସ୍ କରିବା ବାହାନାରେ ଦୀର୍ଘ ସମୟ ଧରି ଛାତ୍ରୀମାନଙ୍କୁ କ୍ଲାସ୍ ରେ ଅଟକାଇ ରଖୁଥିବା ଅଭିଯୋଗ ହୋଇଥିଲା । ଅନେକ ସମୟରେ ପାଠ ପଢ଼ାଇବା ବାହାନାରେ ସେ ଛାତ୍ରୀମାନେ ରହୁଥିବା ମେସ୍ ଓ ହଷ୍ଟେଲ୍ ରେ ସମୟ ବିତାଉ ଥିଲେ । ଏଭଳି ଅନେକ ଅଭିଯୋଗ ପରେ ତାଙ୍କୁ FM କଲେଜକୁ ବଦଳି କରାଯାଇଥିଲା । କିନ୍ତୁ ଏଠି ସବୁ ସୀମା ଟପିଗଲା କାମୁକ ମାଷ୍ଟରଙ୍କ କେଳେଙ୍କାରୀ। ଭୟଙ୍କର ଅଭିଯୋଗ, ଆଉ ତାପରେ ଅକ୍ଷମଣୀୟ ପରିସ୍ଥିତି। ଅଭିଯୁକ୍ତ ହୋଇଥିଲେ ବି ପ୍ରତିକ୍ରିୟା ଯେଭଳି ସେଥିରୁ ସେ ମହାଦୋଷୀ ବୋଲି ଚର୍ଚ୍ଚିତ । ସମୀର ସାର୍ କେବଳ ଶିକ୍ଷା ବିଭାଗର କଳଙ୍କ ନୁହନ୍ତି ଶିକ୍ଷକ ସମାଜ ପାଇଁ ମହା କଳଙ୍କ ଆଉ ମଣିଷ ସମାଜ ପାଇଁ ମହାପାପୀ।
ଅଧ୍ୟାପନା କମ୍, ରୋମାନ୍ସ ଅଧିକ। ପୁଣି ଝିଅ ବୟସର ଛାତ୍ରୀମାନଙ୍କ ସହ। ଏ ପାପ ତାଙ୍କୁ ଆଜି ଫଶେଇ ଦେଇଛି। ତାଙ୍କ ରଙ୍ଗିଲା ସ୍ବଭାବ ପାଇଁ ଗୋଟିଏ ନିରିହ ଝିଅ ଆଜି ବଳି ପଡିଛି। ଏବେ ଦେଖିବାକୁ ରହିଲା, ଏତେ କାଣ୍ଡ ଭିଆଇଥିବା ରସିକିଆ ଅଧ୍ୟାପକ ସମୀର ସାହୁ କିଭଳି ଦଣ୍ଡ ପାଉଛନ୍ତି। ତାଙ୍କ ଭଳି ପାପୀଙ୍କ ଲାଗି ଦୃଷ୍ଟାନ୍ତମୂଳକ ଦଣ୍ଡ ନିହାତି ଜରୁରୀ ନଚେତ ଭଭିଷ୍ୟତ ଆମକୁ କ୍ଷମା ଦବନି।