LIVE TV

ଥରିବ ଆଫଗାନିସ୍ତାନ-ପାକିସ୍ତାନ : ଆଲୋଚନା ବିଫଳ ହେଲେ ଭୟଙ୍କର ଯୁଦ୍ଧ

NEWS7
sambalpur-businessman-arrested-of-fake-kidnapping-case

ନୂଆଦିଲ୍ଲୀ, ୦୫ |୧୧  :   ତୁର୍କୀରେ ଆଲୋଚନା କରିବେ ପାକିସ୍ତାନ ଏବଂ ଆଫଗାନିସ୍ତାନ । ଉଭୟ ଦେଶର ବରିଷ୍ଠ ଅଧିକାରୀ ଏହି ଆଲୋଚନାରେ ସାମିଲ ହେବେ । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବୈଠକ ହେବ । ସୀମାରେ ଲଗାତର ଭାବେ ଦେଖାଯାଉଥିବା ଉତ୍ତେଜନା ଦୃଷ୍ଟିରୁ ଦୁଇ ଦେଶ ପାଇଁ ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହା ପୂର୍ବରୁ ଆଫଗାନିସ୍ତାନକୁ ଚେତାବନୀ ଦେଇଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ । କଥାବାର୍ତ୍ତା ବିଳ ହେଲେ ଯୁଦ୍ଧ ହେବ ବୋଲି ସେ ଧମକ ଦେଇଛନ୍ତି ।

ସୂଚନାନୁସାରେ, ଅକ୍ଟୋବରରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ସେନା ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା । ଯେଉଁଥିରେ ଉଭୟ ଦେଶର ଅନେକ ମୃତାହତ ହାଇଥିଲେ । ଏପରିକି କିଛି ବୋମା ବିସ୍ଫୋରଣ ପାଇଁ ତାଲିବାନ ସରକାରକୁ ପାକ୍ ଦାୟୀ କରିଥିଲା । ଯାହାକୁ ନେଇ ଉଭୟ ଦେଶ ପୂର୍ବରୁ ଆଲୋଚନା କରିଥିଲେ । ଯେଉଁଥିରେ ଆମେରିକା ପାକିସ୍ତାନକୁ ବ୍ୟବହାର କରି ଆଫଗାନ୍ ଉପରେ ଡ୍ରୋନ୍ ଆକ୍ରମଣ କରୁଥିବା ଅଭିଯୋଗ ହୋଇଥିଲା । ତାଲିବାନ ଅଧିକାରୀଙ୍କ କହିବା କଥା ହେଲା, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ସେନାମୁଖ୍ୟ ଅସୀମ ମୁନୀର କାବୁଲ ସହ ଉତ୍ତେଜନା ବୃଦ୍ଧି କରୁଛନ୍ତି ।

କୁହାଯାଉଛି ଯେ, ଓ୍ୱାସିଂଟନରେ ଆମେରିକା ରାଷ୍ଟ୍ରପତି ଉଭୟ ଦେଶର ନେତାଙ୍କ ସହ ଆଲୋଚନା କରିଥିଲେ । ଯେଉଁଥିରେ ଶରିଫ୍ ଓ ମୁନୀର ସାମିଲ ଥିଲେ । ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲା ଆଫଗାନିସ୍ତାନ୍ । ଟ୍ରମ୍ପଙ୍କ ସହ ମୁନୀର କାହଁକି ସାକ୍ଷାତ କରୁଛନ୍ତି ବୋଲି ତାଲିବାନ ସରକାର ପଚାରିଥିଲା ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବାନୁସାରେ, ଆଫଗାନିସ୍ତାନରେ ଅବସ୍ଥିତ ବଗରାମ୍ ବିମାନବନ୍ଦରକୁ ନିୟନ୍ତ୍ରଣ କରିବାକୁ ଆମେରିକା ଚାହୁଁଛି । କିନ୍ତୁ ତାଲିବାନ ସରକାର ଏଥିରେ ରାଜି ହେଉନାହିଁ । ଯଦି ତୁର୍କୀରେ ଉଭୟ ଦେଶ ମଧ୍ୟରେ ଆଲୋଚନା ବିଫଳ ହୁଏ ତାହାଲେ ଆଗାମୀ ଦିନରେ ବଡ ଯୁଦ୍ଧ ହୋଇପାରେ । ଯାହା ପରିସ୍ଥିତିକୁ ଆହୁରି ଭୟଙ୍କର କରିବ ।