ପିଟ୍ ହେଗସେଥଙ୍କ ବଡ଼ ପ୍ରଶ୍ନ, ଇରାନକୁ ଏବେ ଚଳାଉଛି କିଏ ?

NEWS7
sambalpur-actress-mother-alligation

  • ଏବେ ଇରାନକୁ ଚଳାଉଛି କିଏ? ଏହା ହୁଏତ ଏବେ ନିଜେ ଇରାନ ମଧ୍ୟ ଜାଣିନି
  • ନା ତ ଅଡିଓ ଜାରି କରାଗଲା ନା ଭିଡିଓ କେବଳ ଆଙ୍କର ଲିଖିତ ପତ୍ର ପଢିଲେ
  • ମିଳିତ କାର୍ଯ୍ୟାନୁଷ୍ଠାନରେ ଇରାନର ସାମରିକ କ୍ଷମତା ଧ୍ୱଂସ୍ତ ହୋଇଛି

ୱାସିଂଟନ ୧୩।୩: ପଶ୍ଚିମ ଏସିୟାରେ ଜାରି ଯୁଦ୍ଧ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ମୁଜତବା ଖାମେନିଙ୍କୁ ନେଇ ଯୁକ୍ତରାଷ୍ଟ୍ର ଆମେରିକା ଏବେ ପ୍ରଶ୍ନ ଉଠାଇଛି। ଆମେରିକା ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ କହିଛନ୍ତି ଯେ ଇରାନର ନୂଆ ସର୍ବୋଚ୍ଚ ନେତା ଆମେରିକା-ଇସ୍ରାଏଲ ଆକ୍ରମଣରେ ଆହତ ହୋଇଛନ୍ତି ଓ ଲାଗୁଛି ସେ ଗୁରୁତର ଆହତ ହୋଇଛନ୍ତି। ପେଣ୍ଟାଗନରେ ମିଡିଆକୁ ସମ୍ବୋଧିତ କରି ହେଗସେଥ ପ୍ରଶ୍ନ କରିଛନ୍ତି ଯେ ମୁଜତବା ଖେମେନିଙ୍କ ପ୍ରଥମ ବାର୍ତ୍ତା ଲିଖିତ ରୂପେ ଆସିଲା କାହିଁକି?

ଇରାନକୁ ଏବେ ଚଳାଉଛି କିଏ?
ହେଗସେଥ କହିଛନ୍ତି ଯେ ଇରାନରେ କ୍ୟାମେରା ଓ ରେକର୍ଡିଂର ଅଭାବ ନାହିଁ। ଏହା ସତ୍ତ୍ୱେ ନା ତ ଅଡିଓ ଜାରି କରାଗଲା ନା ଭିଡିଓ କେବଳ ଆଙ୍କର ଲିଖିତ ପତ୍ର ପଢିଲେ। ଏହା ସତ୍ତ୍ୱେ ମୁଜତବାଙ୍କ ବାର୍ତ୍ତାରେ ସେତେଟା ବଳ ଥିବା ଭଲି ଲାଗୁନି। ଏଣୁ ଇରାନର ସ୍ଥିତି ମଧ୍ୟ ଏବେ ଦୁର୍ବଳ ହୋଇପଡିଥିବା ଅନୁମାନ କରାଯାଉଛି। ସେ କହିଛନ୍ତି ଯେ ପୁରୁଣା ନେତା ଅଲି ଖାମେନିଙ୍କ ମୃତ୍ୟୁ ହୋଇଛି ଓ ନୂଆ ନେତା ଆତଙ୍କିତ ଓ ପଳାୟନପନ୍ଥୀ ଭଳି ଲାଗୁଛନ୍ତି। ଏଥିରେ ଏବେ ଇରାନକୁ ଚଳାଉଛି କିଏ? ଏହା ହୁଏତ ଏବେ ନିଜେ ଇରାନ ମଧ୍ୟ ଜାଣିନି ବୋଲି ହେଗସେଥ କହିଛନ୍ତି।

ହ୍ରାସ ହୋଇଛି ଇରାନର ସାମରିକ କ୍ଷମତା
ପେଣ୍ଟାଗନର କହିବା କଥା ହେଉଛି ଇସ୍ରାଏଲ ଓ ଆମେରିକାର ମିଳିତ କାର୍ଯ୍ୟାନୁଷ୍ଠାନରେ ଇରାନର ସାମରିକ କ୍ଷମତା ଧ୍ୱଂସ୍ତ ହୋଇଛି। ହେଗସେଥଙ୍କ ଅନୁସାରେ ଆମେରିକା ଓ ଇସ୍ରାଏଲ ସେନା ଏପର୍ଯ୍ୟନ୍ତ ପାଖାପାଖି ୧୫ ହଜାର ଶତ୍ରୁ ଆଡ୍ଡା ନଷ୍ଟ କରିସାରିଲେଣି। ସେ କହିଛନ୍ତି ଯେ ଇରାନର ମିଜାଇଲ କ୍ଷମତା ପାଖାପାଖି ୯୦% ହ୍ରାସ ହୋଇଛି। ସେ ଏହା ବି ଦାବି କରିଛନ୍ତି ଯେ ଏକତରଫା ଆକ୍ରମଣ କରୁଥିବା ଇରାନୀ ଡ୍ରୋନ କ୍ଷମତା ମଧ୍ୟ ୯୫% ହ୍ରାସ ହୋଇଛି। ସେ କହିଛନ୍ତି ଯେ ଏହି ଯୁଦ୍ଧ ତାଙ୍କ କାର୍ଯ୍ୟକାଳର ପଞ୍ଚମ ବଡ଼ ଯୁଦ୍ଧ।

ମୁତବା ଖାମେନିଙ୍କ ପ୍ରଥମ ବୟାନ
ଇତି ମଧ୍ୟରେ ଇରାନର ନୂଆ ସର୍ବୋଚ୍ଚ ନେତା ମୁଜତବା ଖାମେନି ତାଙ୍କ ପ୍ରଥମ ବୟାନରେ କହିଛନ୍ତି ଯେ ଷ୍ଟ୍ରେଟ୍ ଅଫ ହୋର୍ମୁଜକୁ ଆମେରିକା ବିରୋଧରେ ଚାପ ସୃଷ୍ଟି ପାଇଁ ବନ୍ଦ ରଖାଯିବା ଦରକାର। ତାଙ୍କର ଏହି ବୟାନକୁ ଇରାନ ସରକାରୀ ଟେଲିଭିଜନରେ ଜଣେ ଆଙ୍କର ପଢି ଶୁଣାଇଛନ୍ତି। ଏଥି ପାଇଁ ମୁଜତବା ଖାମେନି ଟିଭି ପରଦାକୁ ଆସି ନାହାନ୍ତି କି ଅଡିଓ ଜାରି କରି ନାହାନ୍ତି। ମୁଜତବା କହିଛନ୍ତି ଯେ ଇରାନ କେବେ ପଛକୁ ହଟିବନି ଓ ପୁରା ସାମର୍ଥ୍ୟର ସହ ଜବାବ ଦେବ। ସେ ଏହା ମଧ୍ୟ କହିଛନ୍ତି ଯେ ଦେଶ ଯୁଦ୍ଧରେ ପ୍ରାଣ ହରାଇଥିବା ପ୍ରତ୍ୟେକ ନାଗରିକ ଓ ନିଜ ପିତା ଅୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁର ପ୍ରତିଶୋଧ ନେବ।