LIVE TV
LIVE TV

ପୁଟିନ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି, କିନ୍ତୁ... ଟ୍ରମ୍ପ୍ କହିଲେ ଋଷିଆର ଚାଲ୍

NEWS7
salman-khans-big-decision-after-pahalgam-attack

ନ୍ୟୁୟର୍କ, ୦୪ /୧୨: ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି । ଅନେକ ଥର ଆଲୋଚନା ବିଫଳ ହୋଇଥିଲେ ମଧ୍ୟ ପୁଟିନ ଯୁଦ୍ଧ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକା ଅଧିକାରୀ ଋଷ ଅଧିକାରୀଙ୍କ ମଧ୍ୟ ଚାଲିଥିବା ବୈଠକ ମଧ୍ୟରେ ଟ୍ରମ୍ପ୍ ଏହା କହିଛନ୍ତି ।

ରିପୋର୍ଟ ଅନୁସାରେ, ଟ୍ରମ୍ପ ମସ୍କୋକୁ ନିଜର ଦୁଇ ଅଧିକାରୀ ଷ୍ଟିଭ୍ ଓ୍ୱିଟକଫ୍ ଏବଂ ଜେୟାର୍ଡ୍ କୁସନରଙ୍କୁ କ୍ରେମଲିନ୍ ପଠାଇଛନ୍ତି । ଦୁଇ ଅଧିକାରୀ ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ତତା କରୁଛନ୍ତି । ଲଗାତାର ଭାବେ ମସ୍କୋ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି । ଯାହାକୁ ନେଇ ଋଷିଆର କହିବା କଥା ବେଲା, ଆମେରିକାର କିଛି ପସ୍ତାବରେ ସହମତି ପ୍ରକାଶ ପାଉନାହିଁ । ୟୁକ୍ରେନ ନିଜର ଡୋନବାସ ଅଞ଼୍ଚଳ ଋଷକୁ ପ୍ରଦାନ କରିବା ନେଇ ପ୍ରସ୍ତାବରେ ରହିଛି । ଯାହାକୁ ଅକ୍ତିଆର ପାଇଁ ଋଷିଆ ୪ ବର୍ଷ ହେଲା ପ୍ରୟାସ କରୁଛି ।

ଏସବୁ ଭିତରେ ଟ୍ରମ୍ପ୍ କହିଛନ୍ତି ଯେ, ମସ୍କୋ ଏବଂ ଆମେରିକା ମଧ୍ୟରେ ସକରାତ୍ମକ ଆଲୋଚନା ହେଉଛି । କିନ୍ତୁ ଶୀଘ୍ର ସେ କିଛି କହିବେ ନାହିଁ । ମସ୍କୋ ପ୍ରକୃତରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି । ପୁଟିନ ଏଥିରେ ରାଜି ଥିଲା ଭଳି ଲାଗୁଛି । ଯାହା ସେ ନିଜ ଅଧିକାରୀଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ୟୁକ୍ରେନ ଆମେରିକାର ପ୍ରସ୍ତାବକୁ ସମର୍ଥନ କରିଛି । ଏସମୟରେ କିଭ୍ ଆମେରିକା କଥାକୁ ମାନିବା ଦରକାର । ୟୁକ୍ରେନ ରାଷ୍ଟ୍ରମୁଖ୍ୟ ଜେଲେନସ୍କିଙ୍କୁ ଟ୍ରମ୍ପ୍ ପୂର୍ବରୁ ସବୁ କହିଛନ୍ତି । ଖୁବ୍ ଶୀଘ୍ର ଉଭୟ ଦେଶ ବିବାଦର ସମାଧାନ ହେବ ବୋଲି ଟ୍ରମ୍ପ୍ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।