ଭାରତ ସରକାରଙ୍କ ଉଦ୍ୟମରୁ ସୁଦାନରୁ ଫେରିଛନ୍ତି ଓଡ଼ିଆ ଯୁବକ, ପଞ୍ଜିକରଣ କରି ବାହାରକୁ ଯିବାକୁ ଅପିଲ୍ କଲେ ଶ୍ରମ ମନ୍ତ୍ରୀ

NEWS7
salman-khan-congratulates-sheikh-hamdan-for-his-twins

ଭୁବନେଶ୍ବର ୧୭।୧୨: ସୁଦାନରେ ଫସିଥିବା ଓଡ଼ିଆ ଯୁବକ ଫେରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଭାରତ ସରକାରଙ୍କ ଉଦ୍ୟମ ଯୋଗୁ ସୁଦାନରେ ଫସିଥିବା ଓଡ଼ିଆ ଆଜି ଫେରିଛନ୍ତି । ଓଡ଼ିଶାରୁ ବହୁତ ସଂଖ୍ୟାରେ ଲୋକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ସେମାନଙ୍କୁ ଆମେ ଅନୁରୋଧ କରୁଛୁ ବାହାରକୁ ଯିବା ବେଳେ ଆମର ସରକାରୀ ପଞ୍ଜିକୃତ ସଂସ୍ଥା ଦ୍ୱାରା ପଞ୍ଜିକରଣ କରି ଯାଆନ୍ତୁ । ଯାହାଦ୍ୱାରା କୌଣସି ଅଘଟଣ ଘଟିଲେ ତୁରନ୍ତ ସହଯୋଗ କରାଯାଇ ପାରିବ । ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯେଉଁମାନେ ଦାଦନ ଖଟିବାକୁ ଯାଉଛନ୍ତି ସେମାନେ ପଞ୍ଚାୟତରେ ପଞ୍ଜିକରଣ କରି ଯାଆନ୍ତୁ । କିନ୍ତୁ ବାରମ୍ବାର ଅପିଲ୍ କରିବା ପରେ ମଧ୍ୟ ଶ୍ରମିକ ମାନେ ବିନା ପଞ୍ଜିକରଣରେ ବାହାରକୁ କାମ କରିବା ପାଇଁ ଯାଉଛନ୍ତି ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି ।