ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦେଖିବାକୁ ପୁରୀ ଯାଉଥିଲେ, ସଡ଼କ ଦୁର୍ଘଟଣାରେ ଚାଲିଗଲା ସାଲେପୁର ଯୁବତୀଙ୍କ ଜୀବନ

Published By : Prameya-News7 Bureau | July 09, 2025 IST

ସାଲେପୁର ୯।୭: ଅଧା ରହିଲା ଜାଗା ଦର୍ଶନ । ନୀଳାଦ୍ରି ବିଜେ ଦେଖିବାକୁ ଯାଉଥିଲେ କିନ୍ତୁ ପହଞ୍ଚି ପାରିଲେନି ପୁରୀରେ । ଅଧା ରାସ୍ତାରେ ଚାଲିଗଲା ଜୀବନ । ପୁରୀ ଚନ୍ଦନପୁର ନିକଟରେ ଘଟିଥିଲା ସଡ଼କ ଦୁର୍ଘଟଣା । ଚାଲିଯାଇଛି ଯୁବତୀଙ୍କ ଜୀବନ ।

ସୂଚନାଯୋଗ୍ୟ ଯେ, ନୀଳାଦ୍ରି ବିଜେ ଦେଖିବା ପାଇଁ କଟକ ଜିଲ୍ଲା ସାଲେପୁର ବ୍ଲକ୍ ତରିତୋ ଗ୍ରାମର ପୂଜାଶ୍ରୀ ମଲ୍ଲିକ ତାଙ୍କ ଭାଇଙ୍କ ସହ ବାଇକରେ ଯାଉଥିଲେ । ପୁରୀ ଚନ୍ଦନପୁର ନିକଟରେ ସଡକ ଦୁର୍ଘଟଣାରେ   ଭାଇ-ଭଉଣୀ ଉଭୟ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ଉଭୟଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ପୂଜାଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାଇଙ୍କୁ ଅନ୍ୟ ଏକ ଘରୋଇ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୂଜାଶ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

You Can Read:

ସ୍କୁଟିକୁ ଧକ୍କା ଦେଲା ପଶ୍ଚିମବଙ୍ଗ ବିଧାୟକଙ୍କ କାର୍, ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.