ସାଲେପୁର: ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଦୁଃଖଦ ଦେହାନ୍ତରେ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଏବଂ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା । ମଙ୍ଗଳବାର ସନ୍ଧ୍ୟାରେ ସାଲେପୁର ମାଛୁଆତି ତାରିଣୀ ମନ୍ଦିର ପାଖରୁ ଏହି ଶୋଭାଯାତ୍ରା ବାହାରି ସାଲେପୁର ବଜାର ପରିକ୍ରମା କରି ମା’ ମାହେଶ୍ଵରୀ ମନ୍ଦିରରେ ଶେଷ ହୋଇଥିଲା।
ଏହି ଶୋଭାଯାତ୍ରା ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ଏହି ଘଟଣାରେ ଯେଉଁମାନେ ଜଡ଼ିତ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସାଲେପୁର ବ୍ଲକ୍ କଂଗ୍ରେସ କମିଟି। ସାଲେପୁର କଂଗ୍ରେସ ଯୁବ ନେତା ହରିବନ୍ଧୁ ଶତପଥୀଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କଂଗ୍ରେସର ଯୁବ, ମହିଳା, କର୍ମୀ ଯୋଗ ଦେଇଥିଲେ। ଏହି ଘଟଣାର ପ୍ରତିବାଦରେ ଆସନ୍ତା ୧୭ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହି ଘଟଣାର ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଦୃଢ଼ ପ୍ରତିବାଦ କରିବା ସହ ସାଲେପୁର ବଜାର ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି।