ଆସିନାହିଁ ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ପ୍ଲାନ୍, କମ୍ପାନି କହିଲା- ଓ୍ବେବସାଇଟରେ ଦେଖାଉଥିବା ପ୍ଲାନ ବୈଷୟିକ ତ୍ରୁଟି

NEWS7
saif-kareena-take-big-decision-after-stabbing-incident

ନୂଆଦିଲ୍ଲୀ: ସୋମବାର ଷ୍ଟାରଲିଙ୍କ୍ ଓ୍ବେବସାଇଟରେ ଭାରତରେ ଷ୍ଟାରଲିଙ୍କର ସର୍ଭିସ ପ୍ଲାନ ଦେଖିବାକୁ ମିଳିଥିଲା। ଏଥିରେ ମାସିକ ପ୍ଲାନ ୮,୬୦୦ ଟଙ୍କା ଏବଂ ହାର୍ଡଓ୍ବେୟାର କିଟ୍ର ପ୍ରାଇସିଂ ୩୪ ହଜାର ଟଙ୍କା ରହିଥିଲା। ଅବଶ୍ୟ କମ୍ପାନି ଏବେ ସ୍ପଷ୍ଟୀକରଣ ରଖିଛି । କମ୍ପାନି କହିଛି ଏହି ତଥ୍ୟ ଡମୀ ଟେଷ୍ଟ ଡାଟା (ପରୀକ୍ଷଣ ମୂଲ୍ୟ) ଥିଲା। ପ୍ରକୃତ ତଥ୍ୟ ଏପର୍ଯ୍ୟନ୍ତ ଲାଇଭ ହୋଇନାହିଁ।

ସ୍ପେସଏକ୍ସର ଭାଇସ ପ୍ରେସିଡେଣ୍ଟ ଲରେନ ଡ୍ରେୟର ଏକ୍ସ ପୋଷ୍ଟରେ ଶେୟାର କରିଛନ୍ତି ଯେ, ‘‘ଷ୍ଟାରଲିଙ୍କ୍ ଇଣ୍ଡିଆ ଓ୍ବେବସାଇଟ ଏବେ ଲାଇଭ ହୋଇନାହିଁ। ପ୍ରାଇସିଂ ମଧ୍ୟ ଘୋଷଣା କରାଯାଇନାହିଁ। କିମ୍ବା ଆମେ ଭାରତୀୟ ଗ୍ରାହକଙ୍କ ଠାରୁ କୌଣସି ଅର୍ଡର ମଧ୍ୟ ନେଉନାହୁଁ। ଏହା ଡମୀ ଟେଷ୍ଟ ଡାଟା ଥିଲା। ଯାହା ଓ୍ବେବସାଇଟରେ ଭୁଲରେ ଦେଖାଯାଇଥିଲା। ପ୍ରକୃତ ମୂଲ୍ୟ ଏହାଠାରୁ ଅଲଗା ହେବ। ଏହା ଏକ ବୈଷୟିକ ତ୍ରୁଟି ଥିଲା। ଯାହା କିଛି ସମୟ ମଧ୍ୟରେ ଠିକ୍ ମଧ୍ୟ କରାଯାଇଥିଲା।’’ ଭାରତରେ ସାଟେଲାଇଟ ଇଣ୍ଟରନେଟ୍ ଲଞ୍ଚ ପାଇଁ ଚୂଡ଼ାନ୍ତ ଅନୁମତି ପାଇଁ ଅପେକ୍ଷା ରହିଛି।

ସୂଚନାଯୋଗ୍ୟ, ଷ୍ଟାରଲିଙ୍କ ଭାରତରେ ହାଇସ୍ପିଡ ସାଟେଲାଇଟ ଇଣ୍ଟରନେଟ ଆଣିବାକୁ ପ୍ରସ୍ତୁତି କରୁଛି। ବିଶେଷକର ସେହି ଅଞ୍ଚଳରେ ଯେଉଁଠାରେ ବ୍ରଡବ୍ୟାଣ୍ଡ ସେବା ଦୁର୍ବଳ ରହିଛି। ଅବଶ୍ୟ ଏବେ ସର୍ଭିସ ଆକ୍ଟିଭେଟ କରିବା ପାଇଁ କମ୍ପାନିକୁ ଭାରତ ସରକାରଙ୍କ ଠାରୁ ଚୂଡ଼ାନ୍ତ ଅନୁମତି ମିଳିନାହିଁ। ଲରେନ ଡ୍ରେୟର କହିଛନ୍ତି, ‘ଆମ ଟିମ୍ ଆପ୍ରୁଭାଲ ପାଇଁ ଧ୍ୟାନ ଦେଉଛନ୍ତି। ଭାରତୀୟଙ୍କୁ ଷ୍ଟାରଲିଙ୍କ୍ ହାଇ ସ୍ପିଡ୍ ଇଣ୍ଟରନେଟ୍ ସହ ଯୋଡ଼ିବାକୁ ଉତ୍ସୁକ।