ନୂଆଦିଲ୍ଲୀ: ସୈଫ୍ ଅଲୀ ଖାନ୍ଙ୍କୁ ଛୁରାମାଡ଼ ଘଟଣାରେ ମୁମ୍ବାଇ ପୋଲିସ ବଡ଼ ଆକ୍ସନ । ପୋଲିସ ଜଣେ ସନ୍ଦିଗ୍ଧକୁ ଛତିଶଗଡ଼ରୁ ଧରିଛି। ସନ୍ଦିଗ୍ଧ ଜ୍ଞାନଶ୍ବେରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଖବର ପାଇ ସ୍ଥାନୀୟ ପୋଲିସର ସହାୟତାରେ ତାକୁ ଟ୍ରେନରୁ ଓହ୍ଲାଇଦିଆଯାଇଥିଲା। ବର୍ତ୍ତମାନ ତାକୁ ହେପାଜତରେ ରଖି ପୋଲିସ ପଚରାଉଚରା କରୁଛି।
ସୂଚନାଥାଉକି, ବୁଧବାର ବିଳମ୍ବିତ ରାତି ବଲିଉଡ ଅଭିନେତା ସୈଫ୍ ଅଲୀ ଖାନଙ୍କ ମୁମ୍ବାଇ ସ୍ଥିତ ଘରେ ପଶି ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅଭିନେତାକୁ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସୈଫଙ୍କ ମେରୁ ହାଡ଼ରୁ ନିକଟରୁ ଛୁରୀର ଏକ ଅଂଶ ମଧ୍ୟ କଢ଼ାଯାଇଛି। ଅବଶ୍ୟ ଦୁଇଟି ସର୍ଜରୀ ପରେ ଅଭିନେତା ବିପଦମୁକ୍ତ ଅଛନ୍ତି। ତାଙ୍କୁ ଆଇସିୟୁରୁ ପ୍ରାଇଭେଟ ରୁମକୁ ସିଫ୍ଟ କରାଯାଇଛି। ସେପଟେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ଦୁଇ ନୂଆ ଫଟୋ ସାମ୍ନାକୁ ଆସିଛି।