ତମ ପାଖରେ ବିଜେପି ତ, ଆମ ପାଖେ ଜନତା ପାଓ୍ୱାର: SRC ପ୍ରସଙ୍ଗରେ ସିଇସିଙ୍କ ସହ ଦିଦିଙ୍କ ସାକ୍ଷାତ

NEWS7
sahara-chief-subrat-roy-passed-away-today-in-mumbari

ପଶ୍ଚିମବଙ୍ଗ ୦୩/୦୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଜ୍ଞାନେଶ କୁମାରଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ମମତାଙ୍କ ସହ ଏସ୍ଆଇଆର୍ ଯୋଗୁ ପ୍ରଭାବିତ ହୋଇଥିବା ୧୩ ପରିବାର ଏବଂ ଟିଏମ୍ସି ନେତାମାନେ ଥିଲେ । ସିଇସିଙ୍କୁ ଭେଟିବା ସମୟରେ ମମତା କଳା ଓଢ଼ଣି ପିନ୍ଧିଥିଲେ । ପ୍ରାୟ ୯୦ ମିନିଟ୍ ଧରି ବୈଠକ ପରେମମତା ବାହାରକୁ ଆସି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ।

ମମତା କହିଥିଲେ, ‘ମୁଁ ବହୁତ ଦୁଃଖୀ । ଦିଲ୍ଲୀ ରାଜନୀତିରେ ଦୀର୍ଘ ସମୟ ଧରି ମୁଁ ସକ୍ରିୟ ଥିଲି । ୪ ଥର ମନ୍ତ୍ରୀ ଏବଂ ୭ ଥର ସାଂସଦ ରହିଥିଲି । କିନ୍ତୁ ଆଜି ଯାଏ ଏଭଳି ଜଣେ ଅହଂକାରୀ ଏବଂ ମିଛୁଆ ନିର୍ବାଚନ କମିଶନର ଦେଖିନାହିଁ । ଏହା ନିର୍ବାଚନ କମିଶନ ନୁହେଁ ବରଂ ବିଜେପିର ଆଇଟି ସେଲ୍ । ନିର୍ବାଚନ କମିଶନ କାହିଁକି ପଶ୍ଚିମବଙ୍ଗକୁ ଟାର୍ଗେଟ କରୁଛନ୍ତି ।

 

ଏଥିସହ ମମତାଙ୍କୁ ସିଇସି ଅପମାନିତ କରିଥିବା ଏବଂ ସେଥିପାଇଁ ସେ ବୈଠକରୁ ଉଠି ଚାଲିଆସିଥିବା ମଧ୍ୟ ଟିଏମ୍ସି ସୁପ୍ରିମୋ କହିଛନ୍ତି । ମମତା ଆହୁରି କହିଥିଲେ, ପଶ୍ଚିମବଙ୍ଗରେ ଅନେକ ଲୋକ ସେମାନଙ୍କ ନାଁ, ସାଙ୍ଗିଆ ଆଦି ପରିବର୍ତ୍ତନ କରିଛନ୍ତି । ସେମାନଙ୍କ ନାଁ ମଧ୍ୟ ସିଇସି ଭୋଟର ତାଲିକାରୁ କାଟିଦେଇଛନ୍ତି । ସେମାନଙ୍କୁ ଏହାର କାରଣ ମଧ୍ୟ ପଚରାଯାଇନାହିଁ ।

ସେହିପରି ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କ ଉପରେ ବହୁତ ଚାପ ପଡ଼ୁଛି । ଅନ୍ୟପକ୍ଷରେ ମମତାଙ୍କ ଅଭିଯୋଗକୁ ସିଇସି ମିଛ ବୋଲି କହିଛନ୍ତି । ସେ ମମତାଙ୍କୁ ଏସ୍ଆଇଆର୍ ନିୟମ ବିଷୟରେ ବୁଝାଇଥିଲେ ହେଁ ମମତା ତାଙ୍କୁ ଦୁର୍ବ୍ୟବହାର କରିବା ସହ ଟେବୁଲରେ ହାତ ବାଡ଼େଇ ବୈଠକ ଛାଡ଼ି ପଳାଇଥିଲେ ବୋଲି ସିଇସି କହିଛନ୍ତି ।