ଭାରତର ‘ଇକୋନମୀ’ ଉପରେ କହିବାକୁ ଯାଇ ଫସିଗଲେ ସବୀର ଭାଟିୟା, ଜାଣନ୍ତୁ ୟୁଜର କହୁଛନ୍ତି କ’ଣ?

Published By : Prameya-News7 Bureau | June 11, 2025 IST

ନୂଆଦିଲ୍ଲୀ ୧୧।୬: ହଟମେଲ ସହ ସଂସ୍ଥାପକ ସବୀର ଭାଟିୟା ତାଙ୍କ ଏକ୍ସ ଆକାଉଣ୍ଟରେ ଭାରତର ଅର୍ଥନୀତି ସମ୍ପର୍କରେ ଚର୍ଚ୍ଚା କରିବାକୁ ଯାଇ ଫସି ଯଇଛନ୍ତି। ଏବେ ନେଟିଜେନ୍ସ ତାଙ୍କର ସମାଲୋଚନା କରୁଛନ୍ତି। ସବୀର ତାଙ୍କ ପୋଷ୍ଟରେ ଭାରତ ବିଶ୍ୱର ଚତୁର୍ଥ ଅର୍ଥନୀତି ହେବା ଯୋଗୁ ପାଳନ କରୁଥିବା ଉତ୍ସବକୁ ସମାଲୋଚନା କରିଥିଲେ। ଏଥିରେ ସେ ଲେଖିଥିଲେ ଦେଶର  ୪୧୫ ନିୟୁତ ଲୋକେ ଦୈନିକ ୨୬୦ ଟଙ୍କା ବା ୩.୧୦ ଡଲାରରେ କାଳାତିପାତ କରୁଛନ୍ତି। 

ଭାଟିୟା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଭାରତର ୪୧୫ ନିୟୁତ ଲୋକେ ଯେଉଁମାନେ ଦୈନିକ ୨୬୦ ଟଙ୍କା ବା ୩.୧୦ ଡଲାରରେ କାଳାତିପାତ କରୁଛନ୍ତି, ଏଥିପାଇଁ ଲଜ୍ଜିତ ହେବା ବଦଳେ ଏ କଥାକୁ ନେଇ ଗର୍ବ କରୁଛନ୍ତି ଯେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତ ଅର୍ଥବ୍ୟବସ୍ଥାରେ ପରିଣିତ ହୋଇଛି, ଟିକେ ଲଜ୍ଜାକର। ଏବେ ଏହି ପୋଷ୍ଟକୁ ନେଇ ସବୀର ଭାଟିଆଙ୍କୁ ସାରା ବିଶ୍ୱରେ ଭାରତୀୟ ଘେରି ଯାଇଛନ୍ତି। ଏଥିରେ ଜଣେ ୟୁଜର ଲେଖିଛନ୍ତି ଆପଣଙ୍କ ରାଫେଲ କଣ ହେଲା, ଦେଶକୁ ଗିଫ୍ଟ କରିଥାନ୍ତେ ପରା? ଜୀବନରେ କିଛି ଭଲ କରନ୍ତୁ, ଲାଗୁଛି ଏବେ ଆପଣ ନିଜର ଦୈନନ୍ଦିନ ଗୁଜୁରାଣ ପାଇଁ ସୋସିଆଲ ମିଡିଆ ଉପରେ ଭରସା କରୁଛନ୍ତି। 


ଏହା ଉପରେ ଭାଟିଆ ଅଜବ ପ୍ରତ୍ୟୁତ୍ତର କରିଛନ୍ତି। ଲେଖିଛନ୍ତି ଆଉ ଏକ ବ୍ୟକ୍ତିଗତ ଆକ୍ରମଣ, ଯେତେବେଳେ ଆପଣଙ୍କ ପରି ଲୋକେ ମୋ ବିଚାରକୁ ମୁକାବିଲା କରି ଜାଣନ୍ତିନି , ସେତେବେଳେ ପର୍ସନାଲ ଆଟାକର ସାହାରା ନେଉଛନ୍ତି, ଦୁର୍ବଳ ମସ୍ତିଷ୍କ ଓ ଅସୁରକ୍ଷିତ। ଏଥିରେ ଆଉଜଣେ ୟୁଜର ଲେଖିଛନ୍ତି ୪୧୫ ନିୟୁତ ଲୋକେ ୨୬୦ ଟଙ୍କାର କଷ୍ଟଉପାର୍ଜନରେ ବି ବେଶ ଖୁସିରେ ଚଳି ପାରୁଛନ୍ତି, ଏଣୁ ଲଜ୍ଜା ଆମକୁ ନୁହେଁ ତୁମକୁ  ଲାଗିବା ଦରକାର କାରଣ ଆପଣ ନାଗରିକତା ଗ୍ରହଣ କରିଥିବା ଦେଶର ଅର୍ଥନୀତି ବିଶ୍ୱର ୧ନମ୍ବର ହୋଇଥିଲେ ବି ଗନ କଲଚର, ବର୍ଣ୍ଣବିଦ୍ୱେଷ ହିଂସା ଓ ବେସାହାର ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବଢି ଚାଲିଛି। ଆଇନା ଦେଖନ୍ତୁ, ଉପଦେଶ ଦିଅନ୍ତୁନି। 


ଏଥିରେ ଆଉଜଣେ ୟୁଜର ଲେଖିଛନ୍ତି ଆପଣ ଜଣେ ଆମେରିକୀୟ ନାଗରିକ, ହୁଏତ କୌଣସି ନୂଆ ବିଜନେସ ଆଇଡିଆ ଆସିଥିବ ଓ ଆପଣ ଭାରତର ଜନସଂଖ୍ୟାକୁ ଉପଯୋଗ କରିବାକୁ ଚାହୁଁଛନ୍ତି ବୋଧେ। ଏଣୁ ଆମଠୁ ପ୍ରଫିଟ ଆଶାରେ ଆମକୁ ତଳିଆ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣଙ୍କୁ ଆମେ ଏତେ ଖରାପ ଲାଗୁଛୁ ଆମଠୁ ଦୂରରେ ରୁହ। ଉଲ୍ଲେଖଯୋଗ୍ୟ ଯେ ସବୀର ଭାଟିଆ ୧୯୯୬ ମସିହାରେ ଜ୍ୟାକ୍ ସ୍ମିଥଙ୍କ ସହ ମିଶି ହଟମେଲ ତିଆରି କରିଥିଲେ, ଯାହାକୁ ଏବେ ଆଉଟଲୁକ୍ ଡଟ କମ ନାମରେ ଜଣାଯାଉଛି। ଏହାକୁ ୧୯୯୭ ମସିହାରେ ମାଇକ୍ରୋସଫ୍ଟ ୪୦୦ ମିଲିୟନ ଡଲାରରେ କିଣି ନେଇଥିଲା। ଏହା ପରେ ୨୦୨୧ ମସିହାରେ ସବୀର ଜାଭେଦ ୟୁନୁସଙ୍କ ସହ ମିଶି ‘ସୋ ରିଲ’ ଲଞ୍ଚ କରିଛନ୍ତି। ଏହା ଟିକ୍ ଟକ୍ ଭଳି ଏକ ସାଇଟ୍ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.