ଭୟଙ୍କର ହେବ କରୋନା ! ୨୦୩୦ରେ ଆସିବ ବଡ ଲହର, ଭାରତରେ ପଡିବ କି ପ୍ରଭାବ ?

Published By : Prameya-News7 Bureau | June 05, 2025 IST

ନୂଆଦିଲ୍ଲୀ ୦୫।୦୬: ଭବିଷ୍ୟବାଣୀ ହେବାକୁ ଯାଉଛି ସତ ପ୍ରମାଣିତ ।  ପୁଣି ମୁଣ୍ଡ ଟେକିଛି କରୋନା । ସମସ୍ତଙ୍କୁ ଘାରିଲାଣି ଚିନ୍ତା । ସଚେତନ ହେବାକୁ ଲାଗିଲେଣି ସମସ୍ତେ । ପୁଣି ଘାରୁଛି ଲକ୍‌ଡାଉନ୍‌ ଡର । କାରଣ ସତ ହେଉଛି ଜାପାନୀ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । ସେ ନିଜ ପୁସ୍ତକରେ କରୋନା ପୁନରାଗମନ ବିଷୟରେ ଲେଖିଛନ୍ତି । ଯାହା ସୋଶିଆଲ୍‌ ମିଡିଆ ଏବଂ ଇଣ୍ଟରନେଟରେ ଭାଇରାଲ୍‌ ହେଉଛି  । ରିଓ ତାତସୁକି । ଜାପାନୀ ବାବା ଭେଙ୍ଗା ଭାବେ ପରିଚିତ । ସେ ୧୯୯୯ରେ ଏକ ପୁସ୍ତକ ଲେଖିଥିଲେ। ଯାହାର ନାଁ ‘ଦି ଫ୍ୟୁଚର ଆଜ ଆଇ ସି ଇଟ’ । ଏହା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଏଥିରେ ସେ ୨୦୨୦ରେ ଏକ ଅଜଣା ଭାଇରସ ଆସିବ ବୋଲି ଲେଖିଥିଲେ । 

ଏହାବ୍ୟତୀତ ଏହି ଭାଇରସ୍‌ ଏପ୍ରିଲରେ ଶୀର୍ଷରେ ପହଞ୍ଚିବ ବୋଲି ଲେଖାଥିଲା । ସେ ଆହୁରି ମଧ୍ୟ ଲେଖିଥିଲେ ଯେ ଏହି ଭାଇରସ୍‌ ପୁଣି ୧୦ ବର୍ଷ ଫେରିବ। ଆଉ ଏହା ପୂର୍ବ ଅପେକ୍ଷା ଅଧିକ ଘାତକ ଏବଂ ବିନାଶ ଆଣିବ। ଜାପାନୀ ବାବା ଭେଙ୍ଗାଙ୍କ ୨୦୨୦ର ପୂର୍ବାନୁମାନ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି । 

ତେଣୁ କୁହାଯାଉଛି କି ପୁଣି ଫେରୁଛି କରୋନା । ଭାରତ ସମେତ ବିଶ୍ୱରେ କୋଭିଡର ପ୍ରଥମ ବଡ଼ ବିସ୍ଫୋରଣ ୨୦୨୦ ମସିହାରେ ହୋଇଥିଲା । ସେ ପୁଣି ଭବିଷ୍ୟବାଣୀ ଅନୁଯାୟୀ ମାର୍ଚ୍ଚ-ଏପ୍ରିଲ ମାସରେ । ଯାହା କରୋନାକୁ ନେଇ ହୋଇଥିବା ନୂଆ ଭବିଷ୍ୟବାଣୀ ଚିନ୍ତା ସୃଷ୍ଟି କରିଛି । ଏହି ଭବିଷ୍ୟବାଣୀ ଅନୁସାରେ ୨୦୩୦ ମସିହାରେ କରୋନା ପୁଣି ଫେରିବ । ଏଥର ଏହି ଭାଇରସ କେବଳ ଅଧିକ ଲୋକଙ୍କୁ ପ୍ରଭାବିତ କରିବ ନାହିଁ ବରଂ ଏହା ସହିତ ଲଢ଼ିବା ପାଇଁ ସମ୍ବଳ ମଧ୍ୟ ଅପର୍ଯ୍ୟାପ୍ତ ହେବ ।

ଏବେ ପ୍ରଶ୍ନ ଆସୁଛି କରୋନା ଭାଇରସ୍‌ ଫେରିବା ନେଇ କଣ କହିଥାଏ ବିଜ୍ଞାନ ? କରୋନା ଭାଇରସ୍‌ ଭାବେ ପରିଚିତ ସାର୍ସ-କୋଭ-୨ ଏକ ଭାଇରସ। ଚିକିତ୍ସା ବିଜ୍ଞାନ ବିଶ୍ୱାସ କରେ ଯେ ସମୟ ସହିତ ଭାଇରସ ଭିତରେ ମ୍ୟୁଟେସନ୍ ହୋଇପାରେ । ଯାହା ଦେଖିବାକୁ ମିଳୁଥିବା ଚିକିତ୍ସା ପଦ୍ଧତିକୁ ଚକମା ଦେଇପାରେ ଏବଂ ଏହା ଗମ୍ଭୀର ହୋଇପାରେ । 

କିନ୍ତୁ ବିଜ୍ଞାନର ଉନ୍ନତି ଏବଂ ଭାଇରସ ବିଷୟରେ ଅଧିକ ସୂଚନା ପୂର୍ବରୁ ଥିବା କାରଣରୁ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରେ । ବର୍ତ୍ତମାନ ସରକାର ଏବଂ ସ୍ବାସ୍ଥ୍ୟ ସଂଗଠନ ଭାଇରସର ଉତ୍ପତ୍ତି, ପ୍ରକାର ଏବଂ ଟୀକାକରଣ ଉପରେ ଧ୍ୟାନ ଦେଉଛନ୍ତି । ତଥାପି ବହୁସଂଖ୍ୟକ ଲୋକ ଜାପାନୀ ବାବା ଭେଙ୍ଗା ତାତସୁକିଙ୍କ ଭବିଷ୍ୟବାଣୀକୁ ଗମ୍ଭୀରତାର ସହ ନେବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ‘#2030CovidPrediction’ ଭଳି ଟ୍ରେଣ୍ଡ ଭାଇରାଲ ହେଉଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.