ଏହି ରେଲୱେ କମ୍ପାନୀକୁ ମିଳିଲା ୧୪୩ କୋଟି ଟଙ୍କାର ଅର୍ଡର , ଏବେ ସୋମବାର ସେୟାର ଉପରେ ରହିବ ନଜର

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ : ରେଲୱେ ସହ ଜଡ଼ିତ କମ୍ପାନୀ-ରେଲ୍‌ ବିକାଶ ନିଗମ ଲିମିଟେଡ୍‌ (ଆରଭିଏନଏଲ)ର ସେୟାର ସୋମବାର ଫୋକସରେ ରହିବ। ବାସ୍ତବିକତା ଏହା ଯେ, କମ୍ପାନୀକୁ ବଡ଼ ଅର୍ଡର ମିଳିଛି। ଏହି ଅର୍ଡର ୧୪୩.୩  କୋଟି ଟଙ୍କାର ରହିଛି, ଯାହା ଦକ୍ଷିଣ ମଧ୍ୟ ରେଲୱେରୁ ମିଳିଛି। ୫ ଜୁଲାଇରେ ଷ୍ଟକ୍‌ ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନୀ କହିଛି , ଏହି କଣ୍ଟ୍ରାକ୍ଟ ଦକ୍ଷିଣ ରେଲୱେର ସେଲମ ଡିଭିଜନର ଇଲେକ୍ଟ୍ରିକ୍‌ ଟ୍ରାକ୍ସନ ସିଷ୍ଟମର ଅପଗ୍ରେଡିଂ ୱାର୍କ ସହ ସମ୍ୱନ୍ଧିତ।

ଅର୍ଡରର ଡିଟେଲ୍-

ଏହି ୱାର୍କ ଅର୍ଡରରେ ସଲେମ୍ ଜଙ୍କସନ – ପୋଦନୁର ଜଙ୍କସନ ଓ ଇରୁଗୁର-କୋୟମ୍ୱଟୁର ଜଙ୍କସନ –ପୋଦନୁର ଜଙ୍କସନ ପାଇଁ ଇଲେକ୍ଟ୍ରିକ୍‌ ଟ୍ରାକ୍ସନ ସିଷ୍ଟମକୁ ୧ x ୨୫ kv ରୁ ୨x୨୫ kv ଟ୍ରାକ୍ସନ ସିଷ୍ଟମରେ ଅପଗ୍ରେଡ୍ କରିବା ସାମିଲ ଅଛି। ଏହି ଅନୁସାରେ , ଦକ୍ଷିଣ ରେଲୱେ ୩,୦୦୦ ମେଟ୍ରିକ୍‌ ଟନ୍ ଲୋଡିଂ ଲକ୍ଷ୍ୟକୁ ପୂରା କରିବାରେ ସକ୍ଷମ ହେବ। ୱାର୍କର ମୂଲ୍ୟ ଟ୍ୟାକ୍ସ ସହ ୧୪୩.୩ କୋଟି ଟଙ୍କା ଅଛି। ଏହାକୁ ୧୪ ମାସ ଭିତରେ ପୂରା କରାଯିବାର ଅଛି। 

ସେୟାରର ସ୍ଥିତି – 

ଗତ ଶୁକ୍ରବାରରେ ରେଲୱେର କମ୍ପାନୀ ଆରଭିଏନଏଲର ସେୟାରର କଥା ଯଦି କହିବା ତ ଏହି ସାଧାରଣ ବୃଦ୍ଧି ସହ ୩୯୧.୩୫ ଟଙ୍କାରେ ବନ୍ଦ ହୋଇଥିଲା। ସେୟାର ୫୨ ସପ୍ତାହର ହାଇ ୬୪୭ ଟଙ୍କା। ଜୁଲାଇ ୨୦୨୪ରେ ସେୟାର ଏହି ସ୍ତରକୁ ସ୍ପର୍ଶ କରିଛି। ଅନ୍ୟପଟେ, ସେୟାରର ୫୨ ସପ୍ତାହର ଲୋ ୨୯୫.୨୫ ଟଙ୍କା ଅଛି। ଏହି ସେୟାର ମୂଲ୍ୟ ଅପ୍ରେଲ ୨୦୨୫ରେ ଥିଲା।

ସେୟାରର ଟାର୍ଗେଟ୍‌ ପ୍ରାଇସ୍‌ – 

ଏଞ୍ଜେଲ ୱାନର ଓଶୋ କୃଷ୍ଣନ ଲକ୍ଷ୍ୟ କରିଛନ୍ତି ଯେ,ସେୟାର ୪୨୦ ଟଙ୍କାର ସ୍ତରର ପାଖରେ କଡ଼ା ପ୍ରତିରୋଧର ସାମ୍ନା କରିବାକୁ ପଡ଼ୁଛି। ଆନନ୍ଦ ରାଠୀଙ୍କ ବରିଷ୍ଠ ପ୍ରବନ୍ଧକ-ଟେକ୍ନିକାଲ ଅନୁସନ୍ଧାନ ବିଶ୍ଳେଷକ ଜିଗର ଏସ ପଟେଲ କହିଛନ୍ତି ଯେ, କାଉଣ୍ଟରରେ ସମର୍ଥନ ୩୮୫ ଟଙ୍କା ଓ ପ୍ରତିରୋଧ ୪୦୦ ଟଙ୍କାରେ ହେବ। ପଟେଲ ଏହା ମଧ୍ୟ କହିଛନ୍ତି ଯେ ଆଶା କରାଯାଉ ଥିବା ଟ୍ରେଡିଂ ରେଞ୍ଜ ସର୍ଟ ଟର୍ମରେ ୩୮୦ ଟଙ୍କା ଓ ୪୧୫ ଟଙ୍କା ମଧ୍ୟରେ ହେବ।

କମ୍ପାନୀ ବିଷୟରେ –

୨୦୦୫ ମସିହାରେ ଗଠିତ ଆରଭିଏନଏଲ ୧୬,୫୦୦ କିଲୋମିଟରରୁ ଅଧିକ ଦୂରତାକୁ କଭର କରୁଥିବା ୧୫୨ ରୁ ଅଧିକ ରେଲୱେ ପ୍ରକଳ୍ପକୁ ପୂରା କରି ଭାରତୀୟ ରେଲୱେରେ ଇନଫ୍ରାଷ୍ଟ୍ରକଚରର ହ୍ରାସକୁ ପୂରଣ କରିବାରେ ପ୍ରମୁଖ ଭୂମିକା ତୁଲାଇଛି। ଆରଭିଏନଏଲ ବର୍ତ୍ତମାନରେ କୋଲକାତା , ଚେନ୍ନାଇ , ମୁମ୍ୱାଇ, ପୁନେ , ଇନ୍ଦୋର, ସୁରଟ, ଅହମ୍ମଦାବାଦ ଓ ନାଗପୁର ଭଳି ପ୍ରମୁଖ ସହରରେ ମେଟ୍ରୋ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.