LIVE TV

ମୋ ସମୟରେ ତାଇଓ୍ୱାନ ଉପରେ ଆକ୍ରମଣ କରିବନି ଚୀନ୍- ଟ୍ରମ୍ପ୍

NEWS7
russian-missile-strike-in-sumy-ukraine-

ନ୍ୟୁୟର୍କ,  ୩ |୧୧ :  ଟାରିଫ୍ ଓ୍ବାର୍ ଆରମ୍ଭ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଚୀନକୁ ଚ୍ୟାଲଂଜ୍ ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳରେ କେବେବି ଡ୍ରାଗନ୍ ତାଇଓ୍ୱାନ୍ ଉପରେ ଆକ୍ରମଣ କରିବ ନାହିଁ ବୋଲି କହିଛନ୍ତି ଟ୍ରମ୍ପ୍ । ଏପରିକି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ତାଙ୍କ ସହ ଏନେଇ ବ୍ୟକ୍ତିଗତ ଆଲୋଚନା କରିଥିବା ୟୁଏସ୍ ପ୍ରେସିଡେଣ୍ଟ୍ ପ୍ରକାଶ କରିଛନ୍ତି ।

ଟ୍ରମ୍ପ୍ କହିଛନ୍ତି ଯେ, ଚୀନ ଏବେ ତାଇଓ୍ୱାନକୁ ଅନାଇବାକୁ ସାହସ କରିବ ନାହିଁ । ତାଙ୍କ କାର୍ଯ୍ୟକାଳରେ ତାଇଓ୍ୱାନ ଉପରେ ଆକ୍ରମଣ ଅସମ୍ଭବ । ଯଦି ଏମିତି କିଛି ହୁଏ ତାହାଲେ ଚୀନର ଅବସ୍ଥା କଣ ହେବ ତାହା ସି ଜିନପିଙ୍ଗ୍ ଭଲ ଭାବେ ଜାଣିଛନ୍ତି । ଏକ ଟେଲିଭିଜନ ସାକ୍ଷାତକାରରେ ଟ୍ରମ୍ପ୍ ଏହା କହିଥିବା ଜଣାପଡିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦକ୍ଷିଣ କୋରିଆରେ ସି ଜିନପିଙ୍ଗଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟତଃ ୟୁଏସ-ଚୀନ ମଧ୍ୟରେ ବାଣିଜ୍ୟ କାରବାର ନେଇ ଦୁଇ ନେତା କଥା ହୋଇଥିଲେ । ତାଇଓ୍ୱାନ୍ ପ୍ରସଙ୍ଗ ଏଥିରେ ସାମିଲ ନଥିଲା । କିନ୍ତୁ ତାଙ୍କ କାର୍ଯ୍ୟକାଳରେ ଜିନପିଙ୍ଗ୍ ତାଇଓ୍ୱାନ୍ ଉପରେ ଆକ୍ରମଣ କରିବେ ନାହିଁ ବୋଲି ଭରସା ଦେଇଥିଲେ । ଡ୍ରାଗନର ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେମାନେ ମଧ୍ୟ ସମାନ ଆଶ୍ବାସନା ଦେଇଥିଲେ ।

ଏତତ୍ ବ୍ୟତୀତ ଟ୍ରମ୍ପଙ୍କୁ ପୁଟିନ୍ ଏବଂ ଜିନପିଙ୍ଗଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା । କିଏ ସବୁଠୁ ଶକ୍ତିଶାଳୀ ବୋଲି ପଚରାଯାଇଥିବା ଏକ ପ୍ରଶ୍ନରେ ୟୁଏସ ପ୍ରେସିଡେଣ୍ଟ୍ କହିଥିଲେ ଯେ, ଉଭୟ ନେତା ଶକ୍ତିଶାଳୀ ଓ ଚାଲାକ୍ । ଉଭୟଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା ଜରୁରୀ ଅଟେ । ଆମେରିକା ପାଖରେ ବିଶ୍ବର ସବୁଠୁ ଅଧିକ ପରମାଣୁ ଅସ୍ତ୍ର ରହିଛି । କିନ୍ତୁ ପରମାଣୁ ଅସ୍ତ୍ରର ବ୍ୟବହାର କିପରି ନହେବ ସେନେଇ ସମସ୍ତ ଦେଶ ଆଗକୁ ଆସିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ ।