ୟୁକ୍ରେନରେ ତାଣ୍ଡବ ରଚିଲା ଋଷ ଡ୍ରୋନ୍: ମାଟିରେ ମିଶିଲା ୧୮ କୋଠା, ୩ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | June 07, 2025 IST

News7

ନୂଆଦିଲ୍ଲୀ: ୟୁକ୍ରେନର ଭୟଙ୍କର ଡ୍ରୋନ୍ ଆକ୍ରମଣ ପରେ ପ୍ରତିଶୋଧ ନେଉଛି ରୁଷ। ଶନିବାର ଋଷ ପୂର୍ବ ୟୁକ୍ରେନର ଖାରକିଭ ସହର ଉପରେ ଏକ ଭୟଙ୍କର ଡ୍ରୋନ୍ ଏବଂ ମିଶାଇଲ ଆକ୍ରମଣ କରିଛି। ଏଥିରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଛି।୨୧ ଜଣ ଆହତ ହୋଇଛନ୍ତି। ଏହା ସ୍ପଷ୍ଟ କରିଛନ୍ତି ୟୁକ୍ରେନର ସ୍ଥାନୀୟ କର୍ତ୍ତୃପକ୍ଷ।

ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କ୍ରମରେ ଏହା ଆଉ ଏକ ବିପଦପୂର୍ଣ୍ଣ ପଦକ୍ଷେପ। ଖାରକିଭ ମେୟର ଇଗୋର ତେରେଖଭ କହିଛନ୍ତି ଯେ ଆକ୍ରମଣରେ ୧୮ଟି ବହୁତଳ କୋଠା ଏବଂ ୧୩ଟି ସାଧାରଣ ଘର କ୍ଷତିଗ୍ରସ୍ତ ହୋଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ରୁଷ ଏହି ଆକ୍ରମଣରେ ୪୮ଟି 'ସହିଦ ଡ୍ରୋନ୍', ୨ଟି ମିଶାଇଲ ଏବଂ ୪ଟି ଏରିଆଲ୍ ଗ୍ଲାଇଡ୍ ବୋମା ବ୍ୟବହାର କରିଥିଲା। ଏରିଆଲ୍ ଗ୍ଲାଇଡ୍ ବୋମାକୁ ଅତ୍ୟନ୍ତ ଘାତକ ବୋଲି ବିବେଚନା କରାଯାଏ। କାରଣ ଏହା ଲକ୍ଷ୍ୟସ୍ଥଳକୁ ସଠିକ୍ ଭାବରେ ଆକ୍ରମଣ କରିଥାଏ। ବଡ଼ ଧରଣର ଧ୍ୱଂସ ରଚିପାରେ। 

କିଛି ଦିନ ତଳେ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ରୁଷ ଉପରେ ଆକ୍ରମଣ କରିଥିଲା। ରଏଟର୍ସ କହିଛି ଯେ ୟୁକ୍ରେନ ରୁଷ ଭିତରେ ଡ୍ରୋନ୍ ଆକ୍ରମଣ କରିବା ପରେ ରୁଷୀୟ ବାୟୁସେନା ଘାଟିର ସାଟେଲାଇଟ୍ ଚିତ୍ର ଦର୍ଶାଉଛି ଯେ ବୋମା ବିସ୍ଫୋରଣରେ ବିମାନ ନଷ୍ଟ ହୋଇ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ ୧୧୭ଟି ମାନବବିହୀନ ଏୟାରକ୍ରାପ୍ଟ ବ୍ୟବହାର କରି ରୁଷର ପ୍ରାୟ ଚାରୋଟି ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.