LIVE TV

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ, ସରିଲାଣି ମଙ୍ଗଳ ଆଳତି ଅବକାଶ

NEWS7
rupee-gains-9-paise-to-82-78-per-dollar-recouping-fridays-losses

ଭୁବନେଶ୍ୱର ୩୦/୧୦: ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ । ଦୀର୍ଘ ଘଣ୍ଟା ପରେ ନୀତିକାନ୍ତି ଚାଲିଛି । ସକାଳୁ ସରିଲାଣି ମଙ୍ଗଳ ଆଳତି ଅବକାଶ । କାଲିଠାରୁ ଓପାସରେ ଥିଲେ ପ୍ରଭୁ ଲିଙ୍ଗରାଜ । କାଲି ସକାଳ ଧୂପ ପରେ ବନ୍ଦ ଥିଲା ନୀତିକାନ୍ତି । ସମର୍ଥ ସେବାୟତଙ୍କ ବିବାଦ ପାଇଁ ଲାଗିନଥିଲା ଭୋଗ । ଏହା ପରେ କୋଠ ଭୋଗ ପ୍ରକ୍ରିୟା ଠାରୁ ସବୁକିଛି ଧୀରେ ଧୀରେ ଠିକ୍ ଠାକ୍ ଚାଲିବ । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।