ବଡ଼ ଦିନରୁ ଆହୁରି ଥରିବ ସାରା ରାଜ୍ୟ, ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ

NEWS7
rupee-falls-39-paise-to-close-at-all-time-low-of-8746-against-us-dollar-import-will-costlier

ଭୁବନେଶ୍ବର ୨୩।୧୨: ଆହୁରି ଥରିବ ଓଡ଼ିଶା । ବଡ଼ ଦିନରୁ ବଢ଼ିବ ଜାଡ଼ । ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ । ଏ ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଉମାଶଙ୍କର ଦାସ ଲେଖିଛନ୍ତି ଯେ, ବଡ଼ ଦିନରୁ ବଢିବ ଶୀତ । ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ । ମଙ୍ଗଳବାର ରେକର୍ଡ ପ୍ରମୁଖ ରାତ୍ରି ତାପମାତ୍ରା କୋରାପୁଟରେ ୬.୩ ଡିଗ୍ରୀ ସେଲସିୟସ୍, ଦାରିଙ୍ଗବାଡିରେ ୭ ଡିଗ୍ରୀ ସେଲସିୟସ୍, ନବରଙ୍ଗପୁରରେ ୮ ଡିଗ୍ରୀ ସେଲସିୟସ୍, ଫୁଲବାଣୀରେ ୮.୫ ଡିଗ୍ରୀ ସେଲସିୟସ୍, ଝାରସୁଗୁଡାରେ ୯.୪ ଡିଗ୍ରୀ ସେଲସିୟସ୍, ବୌଦ୍ଧରେ ୯.୫ ଡିଗ୍ରୀ ସେଲସିୟସ୍, ଅନୁଗୁଳରେ ୯.୬ ଡିଗ୍ରୀ ସେଲସିୟସ୍, ଭୁବନେଶ୍ୱରରେ ୧୧.୯ ଡିଗ୍ରୀ ସେଲସିୟସ୍ ଏବଂ କଟକରେ ୧୨.୪ ଡିଗ୍ରୀ ସେଲସିୟସ୍ ।

ସେପଟେ ରାଜଧାନୀରେ ପୁଣି ତଳମୁହାଁ ପାରଦ । ରାଜଧାନୀକୁ ଫେରିଲା ହାଡ଼ଭଙ୍ଗା ଶୀତ । ୩ ଦିନରେ ୩.୨ ଡିଗ୍ରୀ ସେଲସିୟସ୍ ଖସିଲା ପାରଦ । ତାପମାତ୍ରା ୨୧ ଡିସେମ୍ବରରେ ୧୫.୧ ଡିଗ୍ରୀ ସେଲସିୟସ୍, ୨୨ ଡିସେମ୍ବରରେ ୧୩.୬ ଡିଗ୍ରୀ ସେଲସିୟସ୍ ଥିବା ବେଳେ ୨୩ ଡିସେମ୍ବରରେ ୧୧.୯ ଡିଗ୍ରୀ ସେଲସିୟସ୍ ରହିଛି । ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୧.୯ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।