LIVE TV

ପୁଣି ଜମ୍ମୁ-କାଶ୍ମୀର ହେଲା OIC ର ପ୍ରସଙ୍ଗ, ସେପଟେ ଭାରତ ସମର୍ଥନରେ ଆସିଲା ବ୍ରିଟେନ

NEWS7
running-on-an-empty-stomach-in-the-morning-beneficial-or-harmful-

ନୂଆଦିଲ୍ଲୀ ୨୯।୧୦: ଇସ୍ଲାମିକ୍ ଦେଶଙ୍କ ସଙ୍ଗଠନ ଓଆଇସି ପୁଣି ଥରେ ଭାରତ ବିରୋଧରେ ବୟାନବାଜୀ କରି କାଶ୍ମୀର ପ୍ରସଙ୍ଗ ଉଠାଇଛି। ପାକିସ୍ତାନ ଚାପରେ ଜାରି ଏହି ବୟାନରେ ଓଆଇସି ଭାରତ ବିରୋଧରେ ଜମ୍ମୁ-କାଶ୍ମୀରକୁ ଅବୈଧ ଅକ୍ତିଆରର ଅଭିଯୋଗ ଆଣିଛି। ଏହା ଛଡା ଓଆଇସି କାଶ୍ମୀରବାସୀଙ୍କ କଥିତ ଆତ୍ମ ନିର୍ଣ୍ଣୟ ଅଧିକାରର ସମର୍ଥନ ଦୋହରାଇଛି। ଏ ନେଇ ଓଆଇସି ଜେନେରାଲ ସେକ୍ରେଟାରିଏଟ ପକ୍ଷରୁ ଏକ ଲିଖିତ ବୟାନ ଜାରି ହୋଇଥିବା ବେଳେ ଜମ୍ମୁ-କାଶ୍ମୀର ଲୋକଙ୍କ ବୈଧ ଆକାଙକ୍ଷା ଓ ଆତ୍ମ ନିର୍ଣ୍ଣୟ ଅଧିକାର ସହିତ ଓଆଇସି ଛିଡା ହୋଇଥିବା କହିଛି।

ସେପଟେ ବ୍ରିଟେନ ସଂସଦରେ ଭାରତ ସମର୍ଥନରେ ଏକ ନୂଆ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ବ୍ରିଟିଶ କଞ୍ଜରଭେଟିଭ ପାର୍ଟି ସାଂସଦ ବବ୍ ବ୍ଲାକମ୍ୟାନ୍ ବ୍ରିଟେନ ସଂସଦରେ ‘ୟର୍ଲିଡେ ମୋସନ’ ଉପସ୍ଥାପନ କରିଛନ୍ତି। ଏଥିରେ ଜମ୍ମୁ-କାଶ୍ମୀର ଉପରେ ଭାରତର ସାର୍ବଭୌମତ୍ୱ ଓ କ୍ଷେତ୍ରିୟ ଅଖଣ୍ଡତାକୁ ଦୋହରା ଯାଇଛି। ଏହି ପ୍ରସ୍ତାବ ନା କେବଳ ଭାରତର ଐତିହାସିକ ଓ ସାମ୍ବିଧାନିକ ସ୍ଥିତିକୁ ମାନ୍ୟତା ଦେଉଛି ବରଂ ପାକିସ୍ତାନ ପକ୍ଷରୁ ଲଗାତାର କରାଯାଉଥିବା ଅପପ୍ରଚାର ମଧ୍ୟରେ ଏକ ଦୃଢ କୁଟନୈତିକ ସଂକେତ ମନେ କରାଯାଉଛି।

ଏହି ପ୍ରସ୍ତାବରେ କୁହାଯାଇଛି ଯେ ୨୬ ଅକ୍ଟୋବର ୧୯୪୭ରେ କାଶ୍ମୀରର ତତ୍କାଳୀନ ମହାରାଜା ହରି ସିଂହ ଜମ୍ମୁ-କାଶ୍ମୀରର ଭାରତରେ ବିଲୟ ପତ୍ରରେ ସ୍ୱାକ୍ଷର କରିଥିଲେ। ଏହା ପରେ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ମାଉଣ୍ଟ ବେଟେନ ୨୭ ଅକ୍ଟୋବର ୧୯୪୭ରେ ଏହାକୁ ସ୍ୱୀକାର କରିଥିଲେ ଓ ଏହି ପରି ଜମ୍ମୁ-କାଶ୍ମୀର ଔପଚାରିକ ରୂପେ ଭାରତର ଅଂଶ ହୋଇଯାଇଥିଲା। ଏଣୁ ଅକ୍ଟୋବର ୨୬ରେ ଏକ୍ସେସନ ଦିବସ ପାଳନ କରାଯାଏ।

ଏହି ଦିନଟି ସେହି ଐତିହାସିକ କ୍ଷଣକୁ ମନେ ପକାଇ ଦେଉଛି ଯେତେବେଳେ ଜମ୍ମୁ-କାଶ୍ମୀର ଭାରତ ସହିତ ଏକତା ଓ ଅଖଣ୍ଡତାର ରାସ୍ତାକୁ ବାଛିଥିଲା। ଏହି  ପ୍ରସ୍ତାବ ୧୯୪୭ର  ସେହି କାଳକୁ ମଧ୍ୟ ମନେ ପକାଇ ଦେଉଛି ଯେତେବେଳେ ପାକିସ୍ତାନ ଜମ୍ମୁ-କାଶ୍ମୀର ଉପରେ ଆକ୍ରମଣ କରିଥିଲା। ସେତେବେଳେ ରାଜ୍ୟକୁ ରକ୍ଷା କରିବା ପାଇଁ ମହାରାଜା ଭାରତକୁ ନିବେଦନ କରିଥିଲେ ଓ ସହାୟତା ମାଗିଥିଲେ। ଭାରତର ସରକାର ସାମରିକ କାର୍ଯ୍ୟାନୁଷ୍ଠାନ କରି ପାକିସ୍ତାନକୁ ପଛକୁ ହଟାଇଥିଲେ। ଏହା ସେହି ମୋଡ ଥିଲା ଯାହା ଜମ୍ମୁ-କାଶ୍ମୀରକୁ ଭାରତରେ ମିସାଇବାର ମାର୍ଗକୁ ପ୍ରଶସ୍ତ କରିଥିଲା।