ନୂଆଦିଲ୍ଲୀ : ଏବେସୁଦ୍ଧା ୟୁକ୍ରେନକୁ ଆମେରିକାରୁ ଯାହା ବି ସାମରିକ ସାହାଯ୍ୟ ମିଳୁ ଥିଲା, ସେସବୁ ବାଇଡେନଙ୍କ ନୀତି ଗୁଡ଼ିକ ପରି ଥିଲା। କିନ୍ତୁ ଏବେ ଚିତ୍ର ବଦଳି ଯାଇଛି। ପ୍ରଥମ ଥର ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଯୁଦ୍ଧ ନୀତିରେ ହସ୍ତକ୍ଷେପ କରିଛନ୍ତି ଏବଂ ୟୁକ୍ରେନ୍କୁ ଘାତକ ଅସ୍ତ୍ରଶସ୍ତ୍ର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଖାଲି ଏତିକି ନୁହେଁ, ଏହି ନିଷ୍ପତ୍ତି ପରେ ରୁଷ୍ ବିରୋଧରେ ବଡ଼ ସାମରିକ ସେନା ଗଠବନ୍ଧନ ପ୍ରସ୍ତୁତ ହେଉଛି, ଯାହା ଆଗାମୀ ଦିନରେ ରୁଷ୍ ଉପରେ ତାହା କରି ପାରେ , ଯାହା ନିକଟରେ ଇରାନ ସହ ହୋଇଛି। ଉଲ୍ଲେଖନୀୟ ଯେ, ୨୨ ଜୁନରେ ଆମେରିକା ଇରାନର ତିନୋଟି ପରମାଣୁ କେନ୍ଦ୍ରରେ ବୋମା ମାଡ଼ କରିଥିଲା।
ପୁଟିନ ମାନିଲେ ନାହିଁ , ଏଥିପାଇଁ ବଦଳିଲା ଟ୍ରମ୍ପଙ୍କ ଚାଲ୍ –
ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଆରମ୍ଭରେ ଶାନ୍ତି ବାର୍ତ୍ତା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟିକିଏ ବି ନମ୍ର ଭାବ ଦେଖାଇଲେ ନାହିଁ। ୟୁକ୍ରେନ ଉପରେ ଆକ୍ରମଣ କମିବା ବଦଳରେ ଆହୁରି ଜୋରଦାର ହେଲା। ନା ରୁଷ୍ ପଛକୁ ହଟୁଛି ନା ଶାନ୍ତିର କୌଣସି ପ୍ରୟାସ ନଜର ଆସୁଛି। ଏହି ସ୍ଥିତିରେ ଆମେରିକା ସ୍ପଷ୍ଟ କରି ଦେଇଛି ଯେ , ଏବେ ଜବାବରେ ଶକ୍ତି ଦେଖାଇ ଦିଆଯିବ।
କେଉଁ କେଉଁ ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା ?
ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ କିଛି ଘାତକ ଅସ୍ତ୍ର ଦେବାକୁ ଅନୁମୋଦନ ଦେଇଛନ୍ତି , ଯେଉଁଥିରେ ଗାଇଡେଡ୍ ମଲ୍ଟିପଲ୍ ରାକେଟ୍ ଲଞ୍ଚର ସିଷ୍ଟମ , ୧୫୫ ଏମଏମ୍ର ଘାତକ ଆର୍ଟିଲରୀ ସେଲ୍ସ ସାମିଲ ଅଛି। ପେଟ୍ରିୟଟ୍ ଡିଫେନ୍ସ ସିଷ୍ଟମରେ ମଧ୍ୟ ଚର୍ଚ୍ଚା ଜାରି ରହିଛି। ମୋଟ ଭାବେ ୩୦୦ ମିଲିୟନ ଡଲାର (ପାଖାପାଖି ୨୫୦୦ କୋଟି ଟଙ୍କା)ର ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ମିଳିବ।
ରୁଷ୍ ବିରୋଧରେ ନୂଆ ଗଠବନ୍ଧନ -
ଆମେରିକା କେବଳ ଏକୁଟିଆ ନୁହେଁ , ବରଂ ନିଜର ସହଯୋଗୀ ଦେଶ ସହ ମିଶି ରୁଷ୍ ବିରୋଧରେ ମୋର୍ଚ୍ଚା ଖୋଲୁଛି। ବିଟ୍ରେନ୍ , ଫ୍ରାନ୍ସ ଓ କାନାଡା ଭଳି ଦେଶ ମଧ୍ୟ ଆମେରିକା ସହ ରଣନୀତି ପ୍ରସ୍ତୁତ କରୁଛି। NATO ଦେଶକୁ ଆମେରିକା ନିଜର ଅସ୍ତ୍ରଶସ୍ତ୍ର ଦେବ, ଯାହାକି ସେ ୟୁକ୍ରେନର ସାହାଯ୍ୟ କରି ପାରିବେ। ରୁଷ୍ର ଅନେକ ସ୍ଥାନରେ ଏୟାରଷ୍ଟ୍ରାଇକ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ଏପଟେ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ରୁଷ୍ କଡ଼ା ପ୍ରତିକ୍ରିୟା ଦେଇଛି। ରୁଷ୍ର କହିବାନୁସାରେ, ନାଟୋ ଓ ଆମେରିକା ଏହି ପଦକ୍ଷେପରେ ଯୁଦ୍ଧକୁ ଆହୁରି ବୃଦ୍ଧି କରାଉଛନ୍ତି। ମସ୍କୋ ଚେତାବନୀ ଦେଇଛି ଯେ , ଯଦି ନାଟୋ ଦେଶ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ୟୁକ୍ରେନକୁ ଆହୁରି ସମର୍ଥନ ଦେବେ , ତ ଏହାର ଗମ୍ଭୀର ଫଳ ଭୋଗିବାକୁ ପଡ଼ିବ।