ଅଳକାନନ୍ଦା ନଦୀକୁ ଖସିଲା ବସ୍, ଉତ୍ତରାଖଣ୍ଡର ବଦ୍ରିନାଥ ରାଜପଥରେ ଦୁର୍ଘଟଣା

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ,୨୬/୦୬: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ବଡ଼ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ନଦୀକୁ ଖସିଛି ଯାତ୍ରୀବାହୀ ବସ୍। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଘୋଲଥିର ଅଞ୍ଚଳରେ ଘଟିଛି ଏହି ଅଘଟଣ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପାଖାପାଖି ଚାରିରୁ ପାଞ୍ଚ ଜଣ ଯାତ୍ରୀ ବସରୁ ବାହାରି ଛିଟିକି ପଡ଼ିଥିଲେ। 

ଏହା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବସରେ ପ୍ରାୟ ୧୮-୨୦ ଜଣ ଯାତ୍ରୀ ଥିଲେ । ସେଥିରୁ ଆଠ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । 

ସୂଚନାଥାଉକି, ଏହି ଦୁର୍ଘଟଣା ବଦ୍ରିନାଥ ରାଜପଥରେ ଘଟିଛି । ଯେଉଁଠାରେ ଘୋଲଥିର ନିକଟରେ ବସଟି ନିୟନ୍ତ୍ରଣ ବାହାର କରି ଅଳକନନ୍ଦା ନଦୀକୁ ଖସି ପଡ଼ିଛି। ଦୁର୍ଘଟଣା ସମୟରେ ବସ୍‌ରେ ଯାତ୍ରୀ ମଧ୍ୟ ଥିଲେ। ବସଟି ପାହାଡ଼ ଉପରୁ ତଳକୁ ଗଡ଼ି ସିଧା ଅଳକନନ୍ଦା ନଦୀକୁ ଖସି ପଡ଼ିଥିଲା।

ଖରାପ ପାଗ ଓ ବର୍ଷା ଯୋଗୁଁ ନଦୀର ପ୍ରବାହ ବହୁତ ଜୋରରେ ଥିଲା। ଦୁର୍ଘଟଣା ସମୟରେ ପ୍ରାୟ ଚାରି-ପାଞ୍ଚ ଜଣ ବସରୁ ଛିଟିକି ପଡ଼ି ପାହାଡ଼ ଉପରେ ଫସି ରହିଛନ୍ତି । ଏହି ଲୋକମାନଙ୍କୁ ଉଦ୍ଧାର ପାଇଁ ମଧ୍ୟ ଚେଷ୍ଟା କରାଯାଉଛି। SDRF ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.