LIVE TV

ବଲାଙ୍ଗିରରେ ଆୟୋଜିତ ହେବ ଜାତୀୟସ୍ତରୀୟ ହାଫ୍ ମାରାଥନ,  ଘୋଷଣା ହେଲା ତାରିଖ

NEWS7
rss-gave-me-purpose-of-my-life-blessed-to-have-learnt-life-values-from-it-said-pm-modi

ଭୁବନେ: ଫିଟନେସ୍‌ ଉପରେ ଧ୍ୟାନ ଦେଉଥିବା ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ବଲାଙ୍ଗିରରେ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ସ୍ତରର ହାଫ୍ ମାରାଥନ ଦୌଡ଼। ଏନେଇ ଘୋଷଣା କରିଛି ବଲାଙ୍ଗିର ମାରାଥନ ଆସୋସିଏସନ୍(BMA) ଆସନ୍ତା ୧ ଫେବୃଆରୀ ୨୦୨୬ରେ ବଲାଙ୍ଗିର ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ହାଫ୍ ମାରାଥନରେ ୨୧ କିମି, ୧୦ କିମି ଓ ୫ କିମି ଆଦି ବର୍ଗ ରହିବ।

ଏହି ଦୌଡ଼ ବଲାଙ୍ଗିର ଜିଲ୍ଲାର ସୁନ୍ଦର ପରିଦୃଶ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ଦେଶର ସମ୍ମୁଖରେ ଆଣିବା ସହିତ ଏକ ସ୍ମରଣୀୟ ଅଭିଜ୍ଞତା ହେବ। ବଲାଙ୍ଗିର ମାରାଥନ ୨୦୨୬ ରେ ଦେଶର ବିଭିନ୍ନ ରାଜ୍ୟରୁ ଧାବକମାନଙ୍କ ଯୋଗଦାନ ଆଶା କରାଯାଉଛି। ପ୍ରତିଟି ବିଭାଗରେ ବିଜେତାମାନଙ୍କୁ ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯିବ। ଆଗାମୀ ଦିନରେ ଏହି ମାରାଥନ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ

ବଲାଙ୍ଗିର ମାରାଥନ ଆସୋସିଏସନ୍ ହେଉଛି ଏକ ଅଲାଭକାରୀ ସଂଗଠନ, ଯାହା ବଲାଙ୍ଗିର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଖେଳ, ଫିଟନେସ୍ ଓ ସମାଜିକ ସୁସ୍ଥତାକୁ ପ୍ରୋତ୍ସାହନ ଦେବାକୁ ନିରନ୍ତର ପ୍ରୟାସରତ। ଏହି ମାରାଥନ ଭଳି ଆୟୋଜନ ମାଧ୍ୟମରେ ସଂଗଠନ ଲୋକମାନଙ୍କ ମଧ୍ୟରେ ସୁସ୍ଥ ଜୀବନ ଶୈଳୀ, ପର୍ଯ୍ୟଟନ ଓ ସମାଜିକ ଏକତାକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି।

ଏହାକୁ ନେଇ ଆୟୋଜିତ ଏକ ସଭାରେ ସହକାରୀ ଜିଲ୍ଲାପାଳ ରାମ ନାରାୟଣ ମିଶ୍ର, ଏସ୍‌ଡିପିଓ ସରୋଜ ଉପାଧ୍ୟାୟ, ଟ୍ରେଜରି ଅଫିସର ଭୀମସେନ ବାଗ୍, ଜିଲ୍ଲା ଫୁଟବଲ କୋଚ୍ ପରସରା ବାଗ୍, ଲୋଅର ସୁକତେଲ ଡାମ ଆକାଉଣ୍ଟସ ଅଫିସର ଜଗତପାଳ ସେଠ ଏବଂ ଆଇସିଆଇସିଆଇ ବ୍ୟାଙ୍କ ବଲାଙ୍ଗିର ଶାଖା ପ୍ରବନ୍ଧକ ରଞ୍ଜିତ ମିଶ୍ର, ବଲାଙ୍ଗିର ମାରାଥନ ଆସୋସିଏସନ୍‌ର ସଭାପତି ପ୍ରଶାନ୍ତ ନାୟକ, ସଚିବ ସଞ୍ଜୟ ପ୍ରଧାନ ଉପସ୍ଥିତ ଥିଲେ