ଗାଜାରେ ଖାଦ୍ୟାଭାବ, ୨୩୦୦ ଟଙ୍କାରେ ବିକ୍ରି ହେଉଛି ପାର୍ଲେ-ଜି ବିସ୍କୁଟ୍‌

Published By : Prameya-News7 Bureau | June 07, 2025 IST

ନୂଆଦିଲ୍ଲୀ୪ ୦୭।୦୬: ଭାରତର ଘରେ ଘରେ ପରିଚିତ ପାର୍ଲେ-ଜି ବିସ୍କୁଟ । ବଜାରରେ ଏହାର ଛୋଟ ପ୍ୟାକେଟ୍‌ର ଦାମ୍‌ ୫ ଟଙ୍କା କିମ୍ବା ୧୦ ଟଙ୍କା । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଗାଜାରେ ପାର୍ଲେ-ଜି ବିସ୍କୁଟର ଦାମ୍‌  ପ୍ରକୃତ ଦାମ୍‌ଠାରୁ ୫୦୦ ଗୁଣ ଅଧିକ ଦାମ୍‌ରେ ହେଉଛି ବିକ୍ରି ।

ଯୁଦ୍ଧଗ୍ରସ୍ତ ଗାଜାରେ ଖାଦ୍ୟାଭାବ ଦେଖିବାକୁ ମିଳୁଛି । ଗାଜାରୁ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଜଣେ ବ୍ୟକ୍ତି ଦାବି କରିଛନ୍ତି କି ପାର୍ଲେ-ଜି ବିସ୍କୁଟ ଗାଜାରେ ୨୪ ୟୁରୋ ଅର୍ଥାତ୍‌ ୨,୩୪୨ ଟଙ୍କାରେ ବିକ୍ରି ହେଉଛି । 

ଭାଇରାଲ ହେଉଥିବା ପୋଷ୍ଟ୍‌ରେ ବ୍ୟକ୍ତି ଲେଖିଛନ୍ତି ‘ଦୀର୍ଘ ଦିନର ଅପେକ୍ଷା ପରେ ମୁଁ ଶେଷରେ ରଭିଫ୍‌ (ତାଙ୍କ ଝିଅ)କୁ ତା’ର ପ୍ରିୟ ବିସ୍କୁଟ ଦେଲି । ଯଦିଓ ଏହାର ମୂଲ୍ୟ ୧.୫ ୟୁରୋରୁ ବଢ଼ି ୨୪ ୟୁରୋରୁ ଅଧିକ ହୋଇଛି, ତଥାପି ରଭିଫ୍‌କୁ ତା’ର ପ୍ରିୟ ଖାଦ୍ୟ ଦେବାକୁ ମନା କରିପାରିଲି ନାହିଁ ।’ 

୨୦୨୩ ଅକ୍ଟୋବର ପରେ ଇସ୍ରାଏଲର ସୈନ୍ୟ ଅଭିଯାନ ଆରମ୍ଭ ହୋଇଗଲା । ଏଥିଯୋଗୁ ଖାଦ୍ୟ ଯୋଗାଣ କମିଗଲା । ଚଳିତ ବର୍ଷ ମାର୍ଚ୍ଚ ୨ରୁ ମେ’ ୧୯ ତାରିଖ ମଧ୍ୟରେ ଘେରାବନ୍ଦୀ ହୋଇଥିବା ପାଲେଷ୍ଟିନୀୟ କ୍ଷେତ୍ରକୁ ସମ୍ପୂର୍ଣ୍ଣ ବନ୍ଦ କରାଗଲା । କେବଳ ସୀମିତ ସଂଖ୍ୟାରେ ମାନବ କଲ୍ୟାଣକାରୀ ଟ୍ରକ୍‌କୁ ସେଠାକୁ ଯିବାର ଅନୁମତି ଦିଆଯାଉଛି ।

ଜୁନ୍‌ ୬ ଅର୍ଥାତ୍‌ ଗତ ଶୁକ୍ରବାର ଉତ୍ତର ଗାଜାର କିଛି ଗୁରୁତ୍ୱପୂର୍ଣ୍ଣ ଉତ୍ପାଦର ବଜାର ଦର ଥିଲା: ୧ କିଲୋ ଚିନି: ୪,୯୧୪ ଟଙ୍କା, ୧ ଲିଟର ରନ୍ଧା ତେଲ: ୪,୧୭୭ ଟଙ୍କା, ୧ କିଲୋ ଆଳୁ: ୪,୪୨୩ ଟଙ୍କା, ୧ କପ୍‌ କଫି: ୧,୮୦୦ ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.