ବେଙ୍ଗାଲୁରୁ: ଦମଦାର ଆରମ୍ଭ ପରେ ଆଣ୍ଠେଇଲା ଆରସିବି । ଶେଷ ଓଭରରେ ଫିନିସିଂ ଟଚ୍ ଦେଲା ଟିମ୍ ଡେଭିଡ୍ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ଓ୍ବିକେଟ୍ ହରାଇ ୧୬୩ ରନର ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୬୪ ରନ୍ର ଟାର୍ଗେଟ୍ ରହିଛି । ଆରସିବି ପକ୍ଷରୁ ଫିଲିପ୍ ସଲ୍ଟ ଓ ଟିମ୍ ଡେଭିଡ୍ ସର୍ବାଧିକ ୩୭ ରନ୍ ଲେଖାଏଁ କରିଛନ୍ତି । ସେପଟେ ଦିଲ୍ଲୀ ପକ୍ଷରୁ ବିପ୍ରଜ୍ ନିଗମ ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।
ଆଇପିଏଲ୍ ୨୦୨୫ରେ ଗୁରୁବାର ଖେଳାଯାଇଛି ୨୪ ତମ ମ୍ୟାଚ୍ । ଚୀନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୩ ରନ୍ କରିଛି । ଓପନିଂ ଯୋଡ଼ି ଫିଲ୍ପ ସଲ୍ଟ ଏବଂ ବିରାଟ କୋହଲି ଦୃଢ଼ ଆରମ୍ଭ କରିଥିଲେ । ସଲ୍ଟ ମାତ୍ର ୧୭ଟି ବଲ୍ ଖେଳି ୩୭ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଏଥିରେ ୪ ଚୌକା ଓ ୩ ଛକା ରହିଛି । ପରେ ଦେବଦତ୍ତ ପାଡିକ୍କଲ ୮ ବଲ୍ ରେ କେବଳ ଗୋଟିଏ ରନ୍ କରି ମୁକେଶ କୁମାରଙ୍କ ଶିକାର ହୋଇଥିଲେ । ଏହାପରେ ବିରାଟ୍ କୋହଲି ୧୪ ବଲ୍ରେ ୨୨ ରନ୍ କରି ଡଗଆଉଟ୍ ଫେରିଥିଲେ । ଲିଆମ୍ ଲିଭିଙ୍ଗଷ୍ଟନ ଜିତେଶ ଶର୍ମା ମଧ୍ୟ ସେତେଟା ଖାସ୍ କିଛି କରିପାରିନଥିଲେ । ଅଧିନାୟକ ରଜତ୍ ପାଟ୍ଟୀଦାର ୨୩ ବନରେ ମାତ୍ର ୨୫ ରନ କରିବାରେ ସକ୍ଷମ ହୋଇଥିଲେ । ଶେଷ ଓଭରେ ଟିମ୍ ଡେଭିଡ୍ ୨୦ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୬୩ ପର୍ଯ୍ୟନ୍ତ ନେଇଯାଇଥିଲେ । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୬୪ ରନ୍ର ଟାର୍ଗେଟ୍ ରହିଛି ।