ମହାନଦୀ ଜଳ ବିବାଦର ସମାଧାନ ନେଇ ଗୋଲ ଟେବୁଲ ବୈଠକ, ୨୯ରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହ ହେବ ଆଲୋଚନା

Published By : Prameya-News7 Bureau | August 28, 2025 IST

ଭୁବନେଶ୍ବର ୨୮।୮: ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ବସିଥିଲା ଗୋଲ ଟେବୁଲ ବୈଠକ l ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ l ବୈଠକରେ ଅଧ୍ୟକ୍ଷତା କରିଥିଲେ ଜଳ ମାନବ ଡ. ରାଜେନ୍ଦ୍ର ସିଂହ । ଏହି ଗୋଲ ଟେବଲ ବୈଠକରେ ମହାନଦୀ ବଞ୍ଚାଅ ଆନ୍ଦୋଳନ, ଛତିଶଗଡ ନଦୀ ଘଟି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜଳ ବିରାଦରୀ ଇତ୍ୟାଦି ନଦୀ ଓ ଜଳକୁ ନେଇ ଜାତୀୟ ଓ ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ସଂଗଠନ ଗୁଡ଼ିକ ସାମିଲ ହୋଇଥିଲେ । ଏନେଇ ମହାନଦୀ ବଞ୍ଚାଓ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି ।

You Can Read:

ବୀଭତ୍ସ ହତ୍ୟାକାଣ୍ଡ : ଟାଙ୍ଗିଆରେ ଚୋଟ ପରେ ଚୋଟ ମାରି ଚାଲିଲେ, ଘଟଣାସ୍ଥଳରେ ହିଁ ଟଳିପଡ଼ିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.