ସୁଭଦ୍ରା କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପଡେଟ୍‌, ଖୁବଶୀଘ୍ର ଖାତାକୁ ଆସିବ କିସ୍ତି

NEWS7
rohit-sharma-scored-4th-century-of-test-carrier

ଭୁବନେଶ୍ୱର ୧୩।୦୧ : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା । ସୋମବାର ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିସାରିଛନ୍ତି । ତେଣୁ ଖୁବଶୀଘ୍ର ହିତାଧିକାରୀଙ୍କୁ ମିଳିବ ସହାୟତା ରାଶି । ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ଭାବେ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଛି । ସେମାନେ ପାଇବେ ପ୍ରଥମ କିସ୍ତି । ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି | ସେମାନେ ବି ଏକା ଥରକେ ପାଇବେ ଦୁଇଟି କିସ୍ତି | ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି | ମୋଟ ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ।