୨୦୦୦ ଟଙ୍କା ଦରମାରେ ଆରମ୍ଭ କରିଥିଲେ କାମ, ୩୦ ବର୍ଷ ପରେ ଏତେ ସମ୍ପତ୍ତି ଠାବ କଲେ କେମିତି ?

NEWS7
rohit-sharma-loses-toss-again-in-champions-trophy-2025-final-against-new-zealand

ବାରଙ୍ଗ ୩୦।୧୨: ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲା ପୁଳାପୁଳା ସୁନା ସାଙ୍ଗକୁ ବିଡ଼ାବିଡ଼ା ଟଙ୍କା । ଭିଜିଲାନ୍ସ ପକ୍ଷରୁ ଦିଆଗଲା ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ସମ୍ପତ୍ତି ତାଲିକା । ଅତିରିକ୍ତ ତହସିଲଦାରଙ୍କ ଭୁବନେଶ୍ବରରେ ୨ଟି ବିଲ୍ଡିଂ, ଉତ୍ତରାରେ ଗୋଟିଏ ଫ୍ଲାଟ୍, ଖୋର୍ଦ୍ଧା ଟାଉନରେ ଗୋଟିଏ ବିଲ୍ଡିଂ ଠାବ ହୋଇଛି । ଏହାସହ ୪ଟି ମୂଲ୍ୟବାନ ପ୍ଲଟ୍, ୧୦୦ ଗ୍ରାମର ସୁନା, ନଗଦ ୬ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ୧୯୯୫ ନଭେମ୍ବର ୧୦ ତାରିଖରେ ସିନିୟର ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଜିତେନ୍ଦ୍ର । ସେହି ସମୟରେ ତାଙ୍କ ଦରମା ଥିଲା ୨ ହଜାର ଟଙ୍କା ।

ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ନିମ୍ନଲିଖିତ ସମ୍ପତ୍ତି ଠାବ କରାଯାଇଛି ;

୧. ଗୋପାଳୁଣୀ ନଗର, ବଡ଼ଗଡ଼ା, ଭୁବନେଶ୍ୱର-୩୫ରେ ଅବସ୍ଥିତ ପ୍ଲଟ୍ ନଂ.୩୨୯୩, ସବ୍-ପ୍ଲଟ୍-ସି, ଖାତା ନଂ.୧୪୯୪/୧୨୫୩ ରହିଛି ୪୦୦୦ ବର୍ଗଫୁଟ ପରିମିତ ଜମି ଉପରେ ଏକ ୩ ମହଲା କୋଠା ।

୨. ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍ କଲୋନୀରେ ଅବସ୍ଥିତ ଏଲ୍ବି-୧୮୭, ଭୁବନେଶ୍ୱରରେ ଅବସ୍ଥିତ ୪୦୦୦ ବର୍ଗଫୁଟ ପରିମିତ ଜମି ଆଉ ଏକ ୩ ମହଲା କୋଠା ।

୩. ଭୁବନେଶ୍ୱରର ଉତ୍ତରାରେ ପ୍ରାୟ ୧୨୫୦ ବର୍ଗଫୁଟ ପରିମିତ ଜମି ସହିତ ଗୋଟିଏ ୨ BHK ଫ୍ଲାଟ୍ ।

୪. ଖୋର୍ଦ୍ଧାର ସାନପଲ୍ଲାରେ ପ୍ଲଟ୍ ନଂ-୩୨୬/୧୧୫୧/୧୩୫୭, ଖାତା ନଂ.୨୭୭/୪୪୪ ଉପରେ ୪୮୦୦ ବର୍ଗଫୁଟ ପରିମିତ ଜମି ସହିତ ଗୋଟିଏ ଦୁଇ ମହଲା କୋଠା ।

୫. ଭୁବନେଶ୍ୱରର ଦାମୀ ଅଞ୍ଚଳରେ ୩ ପ୍ଲଟ୍ ସମେତ ୪ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଏବଂ ଖୋର୍ଦ୍ଧା ସହରରେ ଗୋଟିଏ ଉଚ୍ଚ ମୂଲ୍ୟର ପ୍ଲଟ୍ ରହିଛି ।

ଉପରୋକ୍ତ କୋଠା/ଫ୍ଲାଟ୍/ପ୍ଲଟ୍‌ର ମାପ ଏବଂ ମୂଲ୍ୟାଙ୍କନ/ମୂଲ୍ୟାୟନ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ୱାରା କରାଯାଉଛି ।

୬. ନଗଦ ଟଙ୍କା ୬,୨୦,୦୦୦/-।

୭. ସୁନା ଅଳଙ୍କାର ୧୦୦ ଗ୍ରାମ ।

୮. ଭୁବନେଶ୍ୱର SBIରେ ଗୋଟିଏ ଲକର ଖୋଲାଯିବାକୁ ବାକି ଅଛି ।

୯. ବ୍ୟାଙ୍କ, ପୋଷ୍ଟାଲ୍ ଜମା ଏବଂ ଅନ୍ୟାନ୍ୟ ନିବେଶ ଇତ୍ୟାଦିର ମୂଲ୍ୟ ନିର୍ଣ୍ଣୟ କରାଯାଉଛି ।

୧୦. ଗୋଟିଏ ଚାରି ଚକିଆ (KIA ସେଲଟସ୍) ଏବଂ ୪ଟି ଦୁଇ ଚକିଆ ଯାନ ରହିଛି ।