ସୁରେଶ ରୈନାଙ୍କ ବଡ଼ ବୟାନ , ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିପାରିବେ ରୋହିତ-ବିରାଟ

Published By : Prameya-News7 Bureau | August 30, 2025 IST

ନୂଆଦିଲ୍ଲୀ ୩୦।୦୮ : ସୁରେଶ ରୈନାଙ୍କ ବଡ଼ ବୟାନ । ୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ-ବିରାଟ ଖେଳିବେ କି ନଖେଳିବେ । ସେନେଇ ଯେଉଁ ଚର୍ଚ୍ଚା ଓ ଆଲୋଚନା ଚାଲିଛି । ତାମଧ୍ୟରେ ସୁରେଶ ରୈନା କହିଛନ୍ତି ବଡ଼ କଥା । ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ କଣ କହିଛନ୍ତି ରୈନା । ଆସନ୍ତୁ ଜାଣିବେ...

ଏକ ପୋଡକାଷ୍ଟରେ ଅତିଥି ଭାବେ ଆସିଥିଲେ ସୁରେଶ ରୈନା । ସେଠାରେ ତାଙ୍କୁ ବିଭିନ୍ନ ପ୍ରସଙ୍ଗ ସହ ନିଜ କ୍ରିକେଟ୍‌ ଜୀବନ ନେଇ ପ୍ରଶ୍ନ କରାଯାଇଥିଲା । ଯାହାର ରୋକଠୋକ୍‌ ଦେଇଥିଲେ ସୁରେଶ ରୈନା । ଏସବୁ ଭିତରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଆଗାମୀ କ୍ୟାରିୟର ମାନେ ଦିନିକିଆ ବିଶ୍ୱକପ୍‌ ଖେଳିବା ନେଇ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସୁରେଶ ରୈନା କହିଥିଲେ କି, ରୋହିତ ଓ ବିରାଟ ଏବେ ପୁରା ଫିଟ୍‌ ଅଛନ୍ତି । ଉଭୟଙ୍କ ଫିଟ୍‌ନେସ ଓ ରନ୍‌ କରିବାର କ୍ଷମତାକୁ ଦେଖିଲେ ଲାଗୁଛି । ଦୁହିଁଙ୍କ ଠାରେ ଏବେବି ବହୁତ କ୍ରିକେଟ୍‌ ବାକି ଅଛି । ସେହିପରି ଯଦି ବିଗତ ରେକର୍ଡ ଦେଖିବା ଆମେ, ଉଭୟ ୨୦୨୪ ଟି-୨୦ ବିଶ୍ୱକପ୍‌ ଓ ଚମ୍ପିଆନ୍ସ ଟ୍ରଫିରେ ଭାରତକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଉଭୟଙ୍କ ପାଖରେ ବେଶ୍‌ ଅଭିଜ୍ଞତା ରହିଛି । ତେଣୁ ମୋ ମତରେ ଉଭୟ ବିରାଟ ଓ ରୋହିତ ଆଗାମୀ ବିଶ୍ୱକପ୍‌ ମାନେ ୨୦୨୭ ଦିନିକିଆ ବିଶ୍ୱକପ୍‌ ଖେଳିବାରେ ପୁରା ହକ୍‌ଦାର । 

ତେବେ କିଛି ଦିନ ହେବେ ବିରାଟ ଓ ରୋହିତ ଆଗାମୀ ଦିନିକିଆ ବିଶ୍ୱକପ୍‌ ଖେଳିବେ କି ନାହିଁ । ସେନେଇ ଚର୍ଚ୍ଚା ଓ ଆଲୋଚନା ଚାଲିଛି । ୨୦୨୭ରେ ଖେଳାଯିବ ଦିନିକିଆ ବିଶ୍ୱକପ୍‌ । ସେ ସମୟ ବେଳକୁ ରୋହିତ ଶର୍ମା ଓ ବିରାଟ କୋହଲି ୪୦ ବର୍ଷର ନିକଟତର ହୋଇଥିବେ । ତେଣୁ ଉଭୟ ଖେଳିବେ କି ନଖେଳିବେ । ସେନେଇ ଚର୍ଚ୍ଚା ଓ ଆଲୋଚନା ଚାଲିଛି । 

ସୂଚନାଯୋଗ୍ଯ ଯେ, ୨୦୨୪ରେ ଭାରତୀୟ ଟିମ୍‌ ଟି-୨୦ ବିଶ୍ୱକପ୍‌ ବିଜୟୀ ହୋଇଥିଲା । ଏହାପରେ ରୋହିତ ଶର୍ମା, ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା ଟି-୨୦ ଫର୍ମାଟକୁ ବାଏ ବାଏ କହିଥିଲେ । ସେହିପରି ଗତ ମାସରେ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ରୋହିତ ଶର୍ମା ଏହି ଫର୍ମାଟକୁ ଅଲ୍‌ବିଦା କହିଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ବର୍ତ୍ତମାନ ବିରାଟ ଓ ରୋହିତ କେବଳ ଦିନିକିଆ ମ୍ୟାଚ୍‌ ଖେଳୁଛନ୍ତି । ଯଦି ଫିଟ୍‌ନେସ୍‌ ଓ ବ୍ୟାଟ୍‌ରୁ ରନ୍‌ ଠିକଠାକ ବାହାରେ । ତେବେ ୨୦୨୭ ଦିନିକିଆ ବିଶ୍ୱକପରେ ଉଭୟ ଖେଳିପାରନ୍ତି । 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.